Utkala Mirror I Odisha News, Latest Odia News

୬ ଓଏଏସ ଅଫିସରଙ୍କ ବଦଳି

ରକାର ବରିଷ୍ଠ ଓଏଏସ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ଓଏଏସ ଅଫିସର ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ଇଡ଼କୋ ମୁଖ୍ୟ ମହାପ୍ରବନ୍ଧକ(ସିଜିଏମ) ଭାବେ ବୈଦେଶିକ ସେବା ସର୍ତ୍ତାବଳୀ ଅନୁଯାୟୀ ନିଯୁକ୍ତ କରାଯାଇଛି । ସେହିଭଳି ଏସ୍ଟି ଓ ଏସ୍ସି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିଭାଗ ସ୍ବତନ୍ତ୍ର ସଚିବ ଓଏଏସ ଅଫିସର ସୁଜାତା ମେସ୍ରାଙ୍କୁ ବଦଳି କରାଯାଇ ଉଚ୍ଚଶିକ୍ଷା ବିଭାଗରେ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି। ଶ୍ରମ ଓ ଇଏସ୍ଆଇ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ ଓଏଏସ ଅଫିସର ନୀତି ରଞ୍ଜନ ସେନଙ୍କୁ ବଦଳି କରାଯାଇ ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍ରେ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ(ଏମଡି) ଭାବେ ବୈଦେଶିକ ସେବା ସର୍ତ୍ତାବଳୀ ଅନୁଯାୟୀ ନିଯୁକ୍ତ କରାଯାଇଛି । ଓଏଏସ ଅଫିସର ଶିବ ଶଙ୍କର ମିଶ୍ରଙ୍କୁ ମୟୂରଭଞ୍ଜ ଜିଲ୍ଲାର କାରଞ୍ଜିଆ ସଂଯୁକ୍ତ ଜନଜାତି ବିକାଶ ସଂସ୍ଥା (ଆଇଟିଡିଏ)ରେ ପ୍ରୋଜେକ୍ଟ ଆଡ଼ମିନିଷ୍ଟ୍ରେଟର (ପିଏ) ଭାବେ ନିଯୁକ୍ତ କରାଯାଇଛି। ଗୌରବମୟ ପ୍ରଧାନଙ୍କୁ ଅନୁଗୁଳ ଜିଲ୍ଲା ପରିଷଦରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ଭାବେ ନିଯୁକ୍ତ କରାଯାଇଛି ଏବଂ ଓଏଏସ ଅଫିସର ପୁନମ ରାଉତଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଉପ-ସଚିବ ଭାବେ ନିଯୁକ୍ତ କରାଯାଇଛି।

Exit mobile version