• Home
  • ରାଜ୍ୟ
  • ଯାଜପୁରରେ ସ୍ବାସ୍ଥ୍ୟ ସଚିବଙ୍କ ଡାଇରିଆ ସମୀକ୍ଷା : ପୂର୍ଣ୍ଣ ଆରୋଗ୍ୟ ପରେ ହସ୍ପିଟାଲରୁ ଡିସଚାର୍ଜ କର
Image

ଯାଜପୁରରେ ସ୍ବାସ୍ଥ୍ୟ ସଚିବଙ୍କ ଡାଇରିଆ ସମୀକ୍ଷା : ପୂର୍ଣ୍ଣ ଆରୋଗ୍ୟ ପରେ ହସ୍ପିଟାଲରୁ ଡିସଚାର୍ଜ କର

ଆଜି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ ଯାଜପୁର ଜିଲ୍ଳାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଡାଇରିଆ ପରିଚାଳନା କାର୍ଯକ୍ରମର କ୍ଷେତ୍ରସ୍ତରୀୟ ତଦାରଖ ଓ ସମୀକ୍ଷା କରିଥିଲେ । ପ୍ରଭାବିତ ଅଞ୍ଚଲରେ ସାଧାରଣ ସଚେତନତା କାର୍ଯ୍ୟକ୍ରମର ଅଗ୍ରଗତି ଲକ୍ଷ୍ୟ କରିବା ସହ ଧର୍ମଶାଳା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇ ରୋଗୀ ଏବଂ ତାଙ୍କ ସହାୟକମାନଙ୍କ ସହ ବ୍ୟକ୍ତିଗତ ଭାବେ ସିଧା ସଳଖ ଆଲୋଚନା କରିଥିଲେ ।
  ତାପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ରୋଗୀମାନଙ୍କ ଚିକିତ୍ସା ଏବଂ ସେ ସମ୍ବନ୍ଧୀୟ ଆନୁସଙ୍ଗିକ ବ୍ୟବସ୍ଥା, ଔଷଧ ପତ୍ର ଆଦିର ଉପଲବ୍ଧତା ଆଦି ତଦାରଖ କରିଥିଲେ । ପରେ ପରେ ଶାସନ ସଚିବ ଜିଲ୍ଲା କାର୍ଯ୍ୟାଳୟ ସଭା ଗୃହ ଠାରେ ଯାଜପୁର ଜିଲ୍ଲାପାଳ ଅନ୍ଵେଷା ରେଡ୍ଡୀ, ଜିଲ୍ଲା ଗ୍ରାମ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ, ଯଯାତୀ କେଶରୀ ମେଡିକାଲ କଲେଜର ଅଧ୍ୟକ୍ଷ, ମେଡିକାଲ କଲେଜର ଡିନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଡାଇରିଆ ନିରାକରଣ ଅଭିଯାନ ସହ ସମ୍ପର୍କିତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହ ସ୍ଥିତିର ସମୀକ୍ଷା କରିଥିଲେ ।
  ସମୀକ୍ଷାରେ ମୁଖ୍ୟତଃ ହସ୍ପିଟାଲମାନଙ୍କରେ ଡାଇରିଆ ରୋଗୀଙ୍କର ଆଡ଼ମିଶନ, ଆଶୁ ଚିକିତ୍ସା ଏବଂ ଆରୋଗ୍ୟ ବିଷୟରେ ଆଲୋଚନା ହୋଇଥିଲା । ପ୍ରତିଟି ଡାଇରିଆ କେସର କେସ ମ୍ୟାପିଂ କରିବା ପାଇଁ ଶାସନ ସଚିବ ଶ୍ରୀମତୀ ଅଶ୍ଵତୀ ନିର୍ଦ୍ଦେଶ ଦେଇଥିଲେ । ଆଡ଼ମିଶନ ହୋଇଥିବା ରୋଗୀମାନଙ୍କୁ ଆବଶ୍ୟକତା ଅନୁଯାୟୀ ଚିକିତ୍ସା ନିଶ୍ଚିତ କରିବା ଏବଂ ପୂର୍ଣ୍ଣ ଆରୋଗ୍ୟ ଲାଭ ପରେ ଯାଇ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।
  ଗ୍ରାମ ସ୍ତରରେ ଗୃହକୁ ଗୃହ ସଚେତନତା ଏବଂ ଡାଇରିଆ ଚିହ୍ନଟ କାର୍ଯ୍ୟ ଜାରି ରଖିବା ସହ ବିଶୋଧନ ଓ ପରିମଳ କାର୍ଯ୍ୟ ପୁନଃପୌନିକ ଭାବେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
  ଡାଇରିଆ ନିରାକରଣ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିବା ନିମନ୍ତେ ଜଗତସିଂହପୁର ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଆର.ବି.ଏସ.କେ ଟିମ୍ ଯାଜପୁର ଜିଲ୍ଲାକୁ ପଠାଯାଇଛି । ଆବଶ୍ୟକୀୟ ସ୍ଥାନମାନଙ୍କରେ ଏହି ଟିମଙ୍କୁ ମୃତୟନ କରି ସେମାନଙ୍କ ସେବାର ସର୍ବାଧିକ ଉପଯୋଗ କରିବାକୁ ମଧ୍ୟ ଶାସନ ସଚିବ ଅଶ୍ୱତୀ ଏସ୍ ନିର୍ଦ୍ଦେଶ ଦେଇଥିଲେ ।
  ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଶାସନ ସଚିବ ପରିମଳ ଓ ପରିଚ୍ଛନ୍ନତା ନିୟମମାନ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ସ୍ଵାସ୍ଥ୍ୟକର୍ମୀ ଓ ଡାକ୍ତରମାନଙ୍କ ପରାମର୍ଶ ମାନି ଚଳିବାକୁ ଅନୁରୋଧ କରିଥିଲେ । ଚିକିତ୍ସା କରୁଥିବା ଡାକ୍ତରଙ୍କ ବିନା ଅନୁମତିରେ ହସ୍ପିଟାଲ ନଛାଡିବା ପାଇଁ  ରୋଗୀମାନଙ୍କୁ ପରାମର୍ଶ ଦେଇଥିଲେ ।
  ପୂର୍ଣ୍ଣ ଆରୋଗ୍ୟ ଲାଭ ପରେ ଘରକୁ ଗଲେ ପୁନଶ୍ଚ ସଂକ୍ରମଣ ଏବଂ ପରିବାରର ଅନ୍ୟ ବ୍ୟକ୍ତିଙ୍କ ସଂକ୍ରମଣ ସମ୍ଭାବନା ବହୁତ୍ କମ ହେବ ବୋଲି ଶାସନ ସଚିବ କହିଥିଲେ ।
  ସ୍ଵାସ୍ଥ୍ୟ ବିଭାଗ ସ୍ଵତନ୍ତ୍ର ଶାସନ ସଚିବ ଡାକ୍ତର ବିଜୟ କୁମାର ମହାପାତ୍ର ଏହି ଗସ୍ତ ସମୟରେ ଉପସ୍ଥିତ ରହି ସମୀକ୍ଷା ଓ ତଦାରଖ ନିମନ୍ତେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।

Releated Posts

ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ…

ByByutkalamirror.comJun 21, 2025

ମୁଖ୍ୟମନ୍ତ୍ରୀଙ୍କ ଡାଇରିଆ ସମୀକ୍ଷା ବୈଠକ : ଦଶହରା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ପ୍ରତୋରୋଧକ ବ୍ୟବସ୍ଥା

ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ…

ByByutkalamirror.comJun 21, 2025

ପ୍ରଧାନମନ୍ତ୍ରୀଙ୍କ ଗସ୍ତ: ଶୁକ୍ରବାର ଭୁବନେଶ୍ୱରରେ ଅଫିସ୍‌ ହାଫ୍ ଡେ

ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି…

ByByutkalamirror.comJun 20, 2025

ଓଡ଼ିଶାରେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୋଦି

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ହଜାର କୋଟିର ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।  ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ…

ByByutkalamirror.comJun 19, 2025