ରାଜ୍ୟରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହି କ୍ରମରେ ପ୍ରାଥମିକ ପର୍ଯ୍ୟାୟରେ ଏପ୍ରିଲ ୧୬ରୁ ଗୃହ ଗଣନା କରାଯିବ। ଏହି କାର୍ଯ୍ୟ ୩୦ଦିନ ଅର୍ଥାତ ଏପ୍ରିଲ ୧୬ରୁ ମେ’ ୧୫ ମଧ୍ୟରେ ଶେଷ ହେବ ବୋଲି ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ(ଏସିଏସ୍) ଦେଓ ରଞ୍ଜନ କୁମାର ସିଂହ ମଙ୍ଗଳବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି ।
ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ,ଜନଗଣନା ନିୟମାବଳୀ-୧୯୯୦ର ନିୟମ ୮ର ଉପ-ନିୟମ (୩) ଅନୁଯାୟୀ ଏହି ପ୍ରକ୍ରିୟା ରାଜ୍ୟରେ କରାଯିବ। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟଙ୍କ ପକ୍ଷରୁ ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା ଆୟୁକ୍ତଙ୍କ ନିଦେର୍ଶକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ କରାଯିବାକୁ ରହିଛି। ଜାତୀୟ ଜନଗଣନା-୨୦୨୭ର ଘରତାଲିକା (ହାଉସଲିଷ୍ଟିଂ) କାର୍ଯ୍ୟ ଓଡ଼ିଶାରେ ୩୦ଦିନ ମଧ୍ୟରେ ଶେଷ ହେବ। ଏହି ସମୟରେ ସ୍ୱୟଂ-ଗଣନା (ସେଲ୍ଫ ଏନୁମରେସନ) ପାଇଁ ବିକଳ୍ପ ରହିବ, ଯାହା ଘରେ ଘରେ ଘର ତାଲିକା କାର୍ଯ୍ୟ ଆରମ୍ଭ ପୂର୍ବରୁ ୧ ଏପ୍ରିଲ ୨୦୨୬ରୁ ୧୫ଏପ୍ରିଲ ମଧ୍ୟରେ ସରିବ।
ଏପ୍ରିଲ ୧୬ରୁ ଘର ଗଣନା
