Utkala Mirror I Odisha News, Latest Odia News

ଆଇପିଏସ୍ ଅପିସରଙ୍କ ବଦଳି, ୮ ଜିଲ୍ଲାରେ ନୂଆ ଏସପି

 ରାଜ୍ୟ ସରକାର ଆଇପିଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ମୋଟ ୧୮ଜଣ ଆଇପିଏସ୍ ଓ ଓପିଏସ୍ ଅଫିସରଙ୍କ ବଦଳି ହୋଇଛି । ବରିଷ୍ଠ ଆଇପିଏସ୍ ସନ୍ତୋଷ ବାଲାଙ୍କୁ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ(ଏସସିଆରବି)ରୁ ଓ ପ୍ରବୀଣ କୁମାରଙ୍କୁ କେନ୍ଦ୍ରାଂଚଳ ଡିଆଇଜି ପଦବୀରୁ ହଟାଇ ଦିଆଯାଇଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରେ ନିଯୁକ୍ତି ସତ୍ତ୍ୱେ ଓଡ଼ିଶାରେ ରହିଥିବା ଏସ୍‌. ଗଜଭିୟେଙ୍କୁ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସର ଆଇଜି ଭାବେ ଅବସ୍ଥାପିତ କରାଯାଇଛି । ମୋଟ ୮ଟି ଜିଲ୍ଲାରେ ନୂଆ ପୁଲିସ ଏସପିଙ୍କୁ ନିଯୁକ୍ତି ମିଳିଛି । ଆଇପିଏସ୍ ଅଫିସର ସନ୍ତୋଷ ବାଲାଙ୍କୁ ଷ୍ଟେଟ ଫରେନସିକ ସାଇନ୍ସ ଲାବୋରେଟୋରୀ ନିର୍ଦ୍ଦେଶକ, ଏସ୍‌. ପ୍ରବୀଣ କୁମାରଙ୍କୁ ଆଇଜି(ପ୍ରୋଭିଜନିଂ), ଗଜଭିୟେ ସତୀଶ କୁମାର ଈଶ୍ୱରଦାସଙ୍କୁ ଆଇଜି(ସ୍ପେସିଆଲ ଆମର୍ଡ ପୋଲିସ), ସଞ୍ଜୟ କୁମାର କୌଶଳଙ୍କୁ ଆଇଜି(ଇଓଡବ୍ଲ୍ୟୁ), ଅବିନାଶ କୁମାରଙ୍କୁ ଷ୍ଟେଟ କ୍ରାଇମ ରେର୍କଡ ବ୍ୟୁରୋ (ଏସସିଆରବି) ନିର୍ଦ୍ଦେଶକ, ସତ୍ୟଜିତ ନାୟକଙ୍କୁ ଡିଆଇଜି(ସେଂଟ୍ରାଲ ରେଞ୍ଜ), ପିନାକ ମିଶ୍ରଙ୍କୁ ଡିଆଇଜି(ଇଷ୍ଟର୍ଣ୍ଣ ରେଞ୍ଜ), ପରମାର ସ୍ମିତ ପୁରୁଷୋତ୍ତମଦାସଙ୍କୁ କ୍ରାଇମବ୍ରାଞ୍ଚ ଏସପି, ବାଲେଶ୍ୱର ଏସପି ରାଜ ପ୍ରସାଦଙ୍କୁ ଏସପି(ସ୍ପେସିଆଲ ବ୍ରାଂଚ), ଓପିଏସ ଅଫିସର ଭବାନୀ ଶଙ୍କର ଉଦଗାତାଙ୍କୁ କଟକ ରେଳବାଇ ଏସପି ଭୋବେ ବଦଳି କରାଯାଇଛି । ସେହିଭଳି ଆଇପିଏସ ଅଫିସର ବିବେକାନନ୍ଦ ଶର୍ମାଙ୍କୁ ଖୋର୍ଦ୍ଧା ଏସପି, ପ୍ରତୀକ ସିଂହଙ୍କୁ ପୁରୀ, ପ୍ରତ୍ୟୁଷ ଦିବାକରଙ୍କୁ ବାଲେଶ୍ବର, ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ଝାରସୁଗୁଡା, ଅଙ୍କିତ କୁମାର ବର୍ମାଙ୍କୁ ଜଗତସିଂପୁର, ଅମୃତପାଲ ସିଂଙ୍କୁ ନୂଆପଡା, ଅମୃତପାଲ କୌର ସୁନ୍ଦରଗଡ, ବିନୀତ ଅଗ୍ରୱାଲଙ୍କୁ କଟକ (ଗ୍ରାମାଞ୍ଚଳ) ଏସପି ଭାବେ ବଦଳି କରାଯାଇଛି ।

Exit mobile version