Utkala Mirror I Odisha News, Latest Odia News

ମାସେ ବିଳମ୍ବରେ ଧାନ କିଣା, ବିରୋଧୀ ଘେରିଲେ

ରାଜ୍ୟରେ ପ୍ରାୟ ମାସେ ବିଳମ୍ବରେ ପଶ୍ଚିମ ଓଡ଼ିଶାରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ବିଳମ୍ବ ପ୍ରକ୍ରିୟା କାରଣରୁ ଚାଷୀ ଅଭାବୀ ବିକ୍ରିର ମଧ୍ୟ ଶିକାର ହେଲଣି। ସରକାର ମିଲରଙ୍କର ଷ୍ଟକ ଯାଞ୍ଚ କରିନାହାନ୍ତି। ସବୁ ଆଡେ ଗ୍ରେନ ଆନାଲାଇଜର ମେସିନ ପହଞ୍ଚି ନାହିଁ। ଯେଉଁଠି ମେସିନ ନାହିଁ ସେଠାରେ ପୂର୍ବବର୍ଷ ପରି ମନଇଚ୍ଛା କଟନୀ ଛଟନୀ ହେବାର ଆଶଙ୍କା ଦେଖାଦେଲାଣି। ଖରିଫ୍ ଧାନ କିଣା ପ୍ରକ୍ରିୟାକୁ ନେଇ ବୁଧବାର ବିଧାନସଭାରେ ବିରୋଧୀ ଏଭଳି ଅଭିଯୋଗ କରିଛନ୍ତି । ମୁଲତବୀ ଆଲୋଚନାରେ ସେମାନେ କେନ୍ଦ୍ର ସରକାରଙ୍କ ଘୋଷିତ ଏମଏସପି ୨୩୬୯ ଏବଂ ରାଜ୍ୟ ସରକାରଙ୍କ ଇନପୁଟ ସବସିଡି ୮୦୦ ଟଙ୍କାକୁ ମିଶାଇ ମୋଟ ୩୧୬୯ ଟଙ୍କା ସରକାର ଦେବେ କି ନାହିଁ ସିଧାସଳଖ ପ୍ରଶ୍ନ ମଧ୍ୟ କରିଥିଲେ। ଏପଟେ ଶାସକ ଦଳ ବିଧାୟକମାନେ ବିରୋଧୀଙ୍କ ଅଭିଯୋଗ ଅମୂଳକ କହିବା ସହ ନୂଆ ସରକାର ଆସିବା ପରେ ରାଜ୍ୟକେ କଟନୀ ଛଟନୀ କମିଛି ବୋଲି ଯୁକ୍ତି ବାଢ଼ିଛନ୍ତି।
ବ୍ୟାପକ ଅବ୍ୟବସ୍ଥା ଭିତରେ ଚାଲୁଛି ମଣ୍ଡି ଓ ମୁଲତବୀ ଆଲୋଚନାକୁ ଆରମ୍ଭ କରି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ କହିଲେ ଯେ ପଶ୍ଚିମ ଓଡ଼ିଶାରେ ଡିସେମ୍ବର ପ୍ରଥମ ସପ୍ତାହରୁ ଦାନ ସଂଗ୍ରହ ପ୍ରକ୍ରିୟା ସବୁଥର ଆରମ୍ଭ ହୁଏ। ମାତ୍ର ଚଲିତ ଥର ଏଥିରେ ପ୍ରାୟ ମାସେ ବିଳମ୍ବ ଘଟିଛି। ଦାନ ଅମଳ ପରେ ଚାଷୀ ନିଜ ପାଖରେ ଧାନ ରଖିପାରେ ନାହିଁ। ସେଥିପାଇଁ ଚାଷୀ ଅଭାବି ବିକ୍ରି ଆରମ୍ଭ କଲେଣି। ଧାନ କିଣା ଆରମ୍ଭରେ କାହିିଁକି ବିଳମ୍ବ ହେଲା ସରକାର ତାହାର ଉତ୍ତର ରଖିବାର ଆବଶ୍ୟକତା ରହିଛି। ଚଳିତଥର ପଞ୍ଜୀକରଣ ଅଧିକ ହେଉଛନ୍ତି ବୋଲି ସରକାର ନିଜ ପିଠି ଥାପୁଡ଼ଉଛନ୍ତି। ମାତ୍ର ବରଗଡ଼ରେ ପ୍ରାୟ ୫୦୦୦ ଚାଷୀ ପଞ୍ଜୀକରଣ କରିପାରି ନାହାନ୍ତି। ସେମାନେ କେଉଁଠାରେ ଧାନ ବିକିବେ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଆର୍ଜ୍ୟିନ୍ତ ସରକାର କେତେ ମିଲରଙ୍କୁ ମାର୍କେଟ ୟାର୍ଡ ଆଲର୍ଟ କରିଛନ୍ତି। ସରକାର ମିଲରଙ୍କଠାରୁ ବ୍ୟାଙ୍କ ଗ୍ୟାରେଣ୍ଟି ନିଅନ୍ତି। ଚଳିତ ଥର ସବୁ ମିଲରଙ୍କ ନିକଟରୁ ସରକାର ଗ୍ୟାରେଣ୍ଟି ନେଲେଣିକି? ଯେଉଁ ମିଲରଙ୍କୁ ଧାନ ଉଠାଇବାକୁ ସରକାର ଅନୁମତି ଦେଇଛନ୍ତି, ତାଙ୍କ ଗୋଦାମ ଘର ଯାଞ୍ଚ କଲେଣି କି ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ। ଅନ୍ୟତମ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତା ସ୍ୱାଇଁ କହିଥିଲେ ଯେ, ଚଳିତ ଖରିଫ ।ଇଁ କେନ୍ଦ୍ର ସରକାର ୬୯ ଟଙ୍କା ଏମଏସପି ବୃଗଦ୍ଧି କରିଛନ୍ତି। ସେହି ହିସାବରେ ରାଜ୍ୟ ସରକାର ଧାନ କ୍ୱିଣ୍ଟାଲ ପିଛା ୩୧୬୯ ଟଙ୍କା ଗୃହରେ ଦେବେ କି ନାହିଁ ସ୍ପଷ୍ଟ କରନ୍ତୁ। ଦି ନଦେବେ, ତାହେଲେ ଇନପୁଟ ସହାୟତା ୮୦୦ ଟଙ୍କା ବଦଳରେ ୭୩୧ ଟଙ୍କା ଦେଉଛନ୍ତି ବୋଲି ଘୋଷଣା କରନ୍ତୁ। ସେ କହିଥିଲେ େ ଆଜି ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲାରେ ମଣ୍ଡି ଅବ୍ୟବସ୍ଥାରେ ଚାଲିଛି। ଗତକାଲି ସୁଦ୍ଧା ପ୍ରାୟ କୌଣସି ମଣ୍ଡିରୁ ଧାନ ଉଠିନାହିଁ। କେଉଁଟି ଚାଷୀ ଆଦୌ ଟୋକନ ପାଇ ନାହାନ୍ତି, ତ କେଉଁଠି ୫ ଏକର ପାଇଁ ମାତ୍ର ୧୨ କ୍ୱିଣ୍ଟାଲର ଟୋକନ ପାଇଛନ୍ତି। ସବୁ ଆଡ଼େ ବିଭ୍ରାଟ ଚାଲିଛି ବୋଲି ସେ କ୍ଷୋଭକ୍ତି ପ୍ରକାଶ କରିଥିଲେ। କଂଗ୍ରେସ ବିଧାୟକ ଅଶୋକ ଦାସ ମଧ୍ୟ ସମାନ କଥା କହିଥିଲେ। ସବୁ ଆଡ଼େ ଏଫଏକ୍ୟୁ ମାନର ଧାନ ଯାଞ୍ଚ ପାଇଁ ମେସିନ ଉପଲବ୍ଧ ନାହିଁ। ଗତବର୍ଷ ପରି ଚଳିତ ବର୍ଷ ମନଇଚ୍ଛା କଟନୀ ଛଟନୀ ନେଇ ଚାଷୀକୂଳରେ ସନ୍ଦେହ ଜାତ ହେଲାଣି। ବହୁ ମିଲର କହୁଛନ୍ତି ଏବେ ସୁଦ୍ଧା ଗୋଦାମଘର କାଲି ନାହିଁ, ସେଥିପାଇଁ ସେମାନେ ଧାନ ପଠାଇ ପାରୁ ନାହାନ୍ତି। ରାଜ୍ୟ ସରକାର ୩୧୬୯ ଟଙ୍କା ଏମଏସପି ଦେବେକି ନାହିଁ ତାହା ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଥିଲେ। ବିରୋଧୀ ଦଳର ଅନ୍ୟ ବିଧାୟକ ଦାଶରଥି ଗମାଙ୍ଗୋ, ପ୍ରଦୀ ଦିଶାରୀ ପ୍ରମୁଖ ମଧ୍ୟ ଅବ୍ୟବସ୍ଥା ନେଇ ଚିନ୍ତା ପ୍ରକଟ କରିଥିଲେ।
 ଶାସକ ଦଳ କ୍ଷରୁ ଆଲୋଚନାରେ ଭାଗ ନେଇ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କହିଥିଲେ ଯେ ଆମ ସରକାର ଆସିବା ପରେ ଚାଷୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ନିଜର ପ୍ରାପ୍ୟ ପାଉଛନ୍ତି। ପୂର୍ବରୁ ଏଥିପାଇଁ ୧୫ ଦିନ ସମୟ ଲାଗୁଥିଲା। କଟନି ଛଟନୀ ପୂରା ବନ୍ଦ ହୋଇନଥିଲେ ମଧ୍ୟ ବହୁ ମାତ୍ରାରେ ହ୍ରାସ ପାଇଛି। ପୂରା ବନ୍ଦ କରିବା ପାଇଁ ଆମ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଚାଷୀ ଆମ ସରକାରଙ୍କ ଉପରେ ଖୁସି ଅଛନ୍ତି ବୋଲି ନୂଆପଡ଼ାରେ ଆମେ ୮୦ ହଜାରରୁ ଉର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ବିଜୟ ଲାଭ କଲୁ। ଗତଥର ଧାନ କ୍ରୟ ପ୍ରକ୍ରିୟାରେ ଗୋଟିଏ ବି ଟୋକନ ଲାପ୍ସ ହୋଇନଥିଲା ବୋଲି ସେ କହିଥିଲେ। ବିଧାୟକ ସନତ ଗଡତିଆ କହିଥିଲେ ଯେ ୨୦୨୩-୨୪ ଖରିଫରେ ରାଜ୍ୟରେ ପ୍ରାୟ ୪ ଲକ୍ଷ ଚାଷୀ ପଞ୍ଜୀକରଣ ସତ୍ତ୍ୱେ ନିଜର ଧାନ ବିକି ପାରି ନଥିଲେ। ମାତ୍ର ଆମ ସରକାରରେ ପ୍ରତମ ବର୍ଷରେ ରେକର୍ଡ ୧୭.୫୦ ଲକ୍ଷ ଚାଷୀ ପଞ୍ଜୀକରଣ କରିଥିବା ବେଳେ ସେଥିରୁ ୧୬.୬୦ ଲକ୍ଷ ଚାଷୀ ଧାନ ବିକ୍ରି କରିଥିଲେ। ଯାହା ଆମର ସୁଦୃଢ଼ ବ୍ୟବସ୍ଥାକୁ ଦର୍ଶାଉଛି। ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ମଧ୍ୟ ନିଜ ସରକାରଙ୍କ ବିଭିନ୍ନ ସପଳତା ସମ୍ପର୍କରେ ଗୃହରେ ତଥ୍ୟ ଉପସ୍ଥାନ କରିଥିଲେ।

Exit mobile version