Utkala Mirror I Odisha News, Latest Odia News

ନିଯୁକ୍ତି ପରୀକ୍ଷା ଦୁର୍ନୀତି ଖୋଳତାଡ, ୨୦୨୪ ଜୁନ ରୁ ବାତିଲ ପରୀକ୍ଷା ରିପୋର୍ଟ ଖୋଜା

ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିବାକୁ ଖୁବ ପ୍ରଚେଷ୍ଠା କରୁଥିବା ବେଳେ ବିଜେପି ପାଲଟା ଆକ୍ରମଣ କରିଛି । ଦଳର ମୁଖପାତ୍ର ମନୋଜ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ପୂର୍ବ ବିଜେଡି ସରକାର ଉପରକୁ ଦୋଷ ଠେଲିଛନ୍ତି । ସେ କହିଛନ୍ତି ଯେ, ଗତ ୨୪ ବର୍ଷ ଧରି ବିଜେଡି ସରକାର ସମୟରେ ପୋତା ହୋଇଥିବା ଦୁର୍ନୀତିର ମଞ୍ଜିକୁ ଆମେ ବାହାର କରିବୁ । ଆଗାମୀ ଦିନରେ କିଭଳି ସାଧାରଣ ଯୁବବର୍ଗ ନ୍ୟାୟ ପାଇବେ ଏବଂ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତିର ମୂଳଉତ୍ପାଟନ କରାଯିବ ସେନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଜେଡିର ଆନ୍ଦୋଳନକୁ ଚୋର ମଚାଏ ସୋର ବୋଲି କହି ବିଜେପି ମୁଖପାତ୍ର କଟାକ୍ଷ କରିଛନ୍ତି ।

ମନୋଜ ମହାପାତ୍ର କହିଛନ୍ତି ଯେ, ବିଜେଡି ଯୁବବର୍ଗଙ୍କ ମଙ୍ଗଳ ଚାହେଁ ନାହିଁ । ଅତୀତରେ ନବୀନ ପଟ୍ଟନାୟକଙ୍କର ସରକାର ସମୟରେ ତୃତୀୟ ମହଲାରୁ ସୁପାରୀ ନେଇ ପ୍ରଶ୍ନପତ୍ର ବିକ୍ରି କରୁଥିଲେ । ପ୍ରଶ୍ନପତ୍ର ଚୋରି କରିବା ବ୍ୟବସ୍ଥା ବିଜେଡି ସମୟରେ ହୋଇଥିଲା । ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ସରକାର ସେ ବ୍ୟବସ୍ଥାକୁ ଧୁଳିସାତ କରି, ନ୍ୟାୟପୂର୍ଣ୍ଣ ବ୍ୟବସ୍ଥା ଅନୁସାରେ ନିଯୁକ୍ତି ପରୀକ୍ଷା କରାଇବା ପ୍ରଚେଷ୍ଠା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୋଲିସ ଏତେ ବଡ ସଂଗଠିତ ଅପରାଧକୁ ଧରିଛି । ଏହା ସରକାରଙ୍କ ସଫଳତା । ୧୧୭ ଜଣ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇଛନ୍ତି । ଆହୁରି ସେମାନଙ୍କର ବଡ ପଣ୍ଡାମାନଙ୍କୁ କ୍ରାଇମବ୍ରାଞ୍ଚ ଛାଡିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଯିଏ ବି ଦୋଷୀ ତାକୁ କଠୋର ଦଣ୍ଡ ମିଳିବ । ସେ ଯେତେ ବଡ ପଦବୀରେ ଥାଉ ନା କାହିଁକି କାହାରିକୁ ଛଡାଯିବନାହିଁ । ଏସଆଇ ପରୀକ୍ଷା ଦୁର୍ନୀତି ସାମ୍ନାକୁ ଆସିବା ପରେ ଖୋଳତାଡ

ସରକାର ୨୦୨୪ ଜୁନ ରୁ ବାତିଲ୍ ପରୀକ୍ଷା ରିପୋର୍ଟ ମାଗିଲେ

ନିଯୁକ୍ତି ବୋର୍ଡ ଓ କମିଶନଗୁଡିକୁ ସାଧାରଣ ପ୍ରଶାସନ ବିଭାଗର ଚିଠି।

 

 

Exit mobile version