Utkala Mirror I Odisha News, Latest Odia News

ମୁଖ୍ୟଯନ୍ତ୍ରୀଙ୍କ ଘରୁ ମିଳିଲା ୨.୫୧ କୋଟି ନଗଦ ଟଙ୍କା

 ଭିଜିଲାନ୍ସ ରେଡ 

ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ରୁରାଲ ଓ୍ଵାର୍କ୍ସ (ଆରଡବ୍ଲୁ) ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗିଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ ଜାରି ରହିଛି। ତାଙ୍କ ଘର ଓ ସମ୍ପର୍କୀୟ ବିଭିନ୍ନ ସ୍ଥାନରେ l ଚଢ଼ାଉ କରାଯାଇ ମୋଟ ୨.୫୧ କୋଟି ଟଙ୍କା ନଗଦ ଜବତ ହୋଇଥିବା ବେଳେ ଅନ୍ୟାନ୍ୟ ସମ୍ପତ୍ତି ମଧ୍ୟ ଠାବ କରାଯାଇଛି।


ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଅନୁଗୁଳ ଓ ଭୁବନେଶ୍ବରରେ ଥିବା ଷଡ଼ଙ୍ଗୀଙ୍କ ଘରେ ଚଢ଼ାଉ ସମୟରେ ମୋଟ ୨.୫୧ କୋଟି ଟଙ୍କା ଜବତ ହୋଇଛି। ଅନୁଗୁଳସ୍ଥିତ ତାଙ୍କ ବାସଭବନରୁ ୧.୩୦ କୋଟି ଟଙ୍କା ଏବଂ ଭୁବନେଶ୍ବରର ଏକ ଫ୍ଲାଟରୁ ୧.୨୧ କୋଟି ଟଙ୍କା ମିଳିଥିଲା। ଚଢ଼ାଉ ସମୟରେ ଷଡ଼ଙ୍ଗୀ ଭିଜିଲାନ୍ସ ଟିମକୁ ଦେଖି ପାଚେରୀ ପଟେ ବିଡ଼ାବିଡ଼ା ଟଙ୍କା ଫିଙ୍ଗି ଦେଇଥିଲେ, ଯାହା ଏକ ନାଟକୀୟ ଦୃଶ୍ୟ ସୃଷ୍ଟି କରିଥିଲା। ଏହା ସହ ଏକ କାର୍ଟନ ଭିତରେ ଲୁଚାଇ ରଖାଯାଇଥିବା ଅଧିକ ଟଙ୍କା ମଧ୍ୟ ଠାବ କରାଯାଇଛି।
ଷଡ଼ଙ୍ଗୀ ନିଜ ଫ୍ଲାଟର ଝରକା ପଟେ ଟଙ୍କା ଫିଙ୍ଗିଦେଇଥିଲେ।

ଭିଜିଲାନ୍ସ କାର୍ଯ୍ୟାଳୟରୁ ଅନୁସାରେ, ଷଡ଼ଙ୍ଗୀଙ୍କ ନିକଟରୁ ମୋଟ ୨.୫୧ କୋଟି ଟଙ୍କା ନଗଦ ଜବତ ହୋଇଛି। ଏହା ସହ ଅନୁଗୁଳରୁ ଦୁଇଟି ବହୁତଳ କୋଠା, ଭୁବନେଶ୍ୱର୍ ଓ ପିପିଲିରେ ଦୁଇଟି ଫ୍ଲାଟ୍ ଏବଂ ୭ଟି ପ୍ଲଟ୍ ମଧ୍ୟ ଠାବ କରାଯାଇଛି। ଏହା ବ୍ୟତୀତ ବ୍ୟାଙ୍କ ଓ ବୀମା ଜମାରେ ୧.୫ କୋଟି ଟଙ୍କା ଏବଂ ସେୟାର ମାର୍କେଟରେ ୨.୭ କୋଟି ଟଙ୍କାର ଇନଭେଷ୍ଟମେଣ୍ଟ ମଧ୍ୟ ସିଜ୍ କରାଯାଇଛି । ଏହିଭଳି ମୋଟ ୭ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଠାବ ହୋଇଛି।
ଷଡ଼ଙ୍ଗୀଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ  ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଜାରି ରହିଛି। ଏହି ଘଟଣା ଓଡ଼ିଶାରେ ଦୁର୍ନୀତି ବିରୋଧୀ ଅଭିଯାନକୁ ଆହୁରି ଜୋରଦାର କରିବ ବୋଲି ଆଶା କରାଯାଉଛି।

Exit mobile version