• Home
  • ରାଜ୍ୟ
  • ଲିଙ୍ଗରାଜ ମନ୍ଦିର ବେଢା ଫଟୋ ପୁଣି ଭାଇରାଲ
Image

ଲିଙ୍ଗରାଜ ମନ୍ଦିର ବେଢା ଫଟୋ ପୁଣି ଭାଇରାଲ

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଦେଶର ସମସ୍ତ ପ୍ରମୁଖ ପର୍ଯ୍ୟଟନସ୍ଥଳ ଏବେ ହାଇ ଆଲର୍ଟରେ ରହିଛି୤ ରାଜ୍ୟର ମନ୍ଦିର ଓ ପର୍ଯଟନସ୍ଥଳ ଆଦି ଉପରେ ମଧ୍ୟ ଏବେ କଡ଼ା ନଜରରେ ରହିଥିବାବେଳେ ନ୍ୟାସନାଲ ସିକ୍ୟୁରିଟ୍‌ ଗାର୍ଡ ବା ଏନଏସଜିର ୩ ଜଣିଆ ଟିମ୍‌ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି । ହେଲେ ଏସବୁ ମଧ୍ୟରେ ଲିଙ୍ଗରାଜ ମନ୍ଦିର ବେଢ଼ାରେ ବଲିଉଡ୍ ଅଭିନେତ୍ରୀମାନଙ୍କର ଗୋଟିଏ ପରେ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ସପ୍ତାହକ ମଧ୍ୟରେ ଲିଙ୍ଗରାଜ ମନ୍ଦିର ବେଢ଼ରୁ ୨ ଜଣ ଅଭିନେତ୍ରୀଙ୍କ ଫଟୋ ଭାଇରାଲ ହୋଇଥିଲା । ଚଳିତମାସ ୩ ତାରିଖ ଦିନ ଲିଙ୍ଗରାଜ ମନ୍ଦିର ବେଢା ଫଟୋ ଭାଇରାଲ ହୋଇଥିଲା । ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାବେଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ କରିବା ସହ ମନ୍ଦିର ବେଢା ଭିତରେ ଫଟୋ ଉଠାଇଥିଲେ । ସୁସ୍ମିତାଙ୍କ ଫଟୋ ଉଠାଇଥିବା ସେବାୟତ ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରିଥିଲେ।  ଏବେ ଅଭିନେତ୍ରୀ ଅପସରା ରାଣୀଙ୍କ ସୋସିଆଲ୍‌ ମିଡ଼ିଆରେ ଲିଙ୍ଗରାଜ ମନ୍ଦିର ବେଢ଼ା ଫଟୋ ଘୁରି ବୁଲୁଛି ।

ସେପଟେ ଏଭଳି ଘଟଣା ଦୈନନ୍ଦିନ ଭାବେ ନଜରକୁ ଆସୁଥିବା ନିଯୋଗ ସମ୍ପାଦକ ତଥା ସଦସ୍ୟମାନେ ମତପ୍ରକାଶ କରିଛନ୍ତି । ସେଲିବ୍ରିଟି ଆସିଲେ କାହିଁକି ତାଙ୍କ ଫୋନ୍‌ ଯାଞ୍ଚ ହେଉନାହିଁ । ସେ ଯେକେହି ବି ହୁଅନ୍ତୁ ନା ନାହିଁ ମନ୍ଦିର ଭିତରକୁ ମେବାଇଲ୍‌ ନେବା ନିଷେଧ ଥିବାବେଳେ କିପରି ବେଧଡ଼କ ଭାବେ ମନ୍ଦିର ଭିତରକୁ ମୋବାଇଲ୍‌ ଯାଉଛି ସେନେଇ ନିଯୋଗ କର୍ମକର୍ତ୍ତା ଓ ସେବାୟତମାନେ ପ୍ରଶ୍ନ କରଛନ୍ତି । ମନ୍ଦିର ପ୍ରଶାସନ ଏଥିପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ ଓ ଲିଙ୍ଗରାଜ ଥାନା ପୋଲିସ୍‌ ମଧ୍ୟ ସିଂହଦ୍ବାର ନିକଟରେ ମୋବାଇଲ୍‌ ଯାଞ୍ଚକୁ ଗୁରୁତ୍ବ ଦେଉ ବୋଲି ଦାବି ହୋଇଛି ।

ସେପଟେ କେବଳ ସୁସ୍ମିତା କି ଅପସରାରାଣୀ ନୁହଁନ୍ତି, ପୂର୍ବରୁ ଶିଳ୍ପା ସେଟ୍ଟୀଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଏପରିକି କିଛି ରାଜନେତାଙ୍କ ଫଟୋ ବେଢ଼ା ଭିତରେ ଭାଇରାଲ ହେବା ପରେ ମନ୍ଦିର ସୁରକ୍ଷା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଯାଞ୍ଚକୁ ଗୁରୁତ୍ବ ଦିଆଯାଇଥିଲା। ଫଳରେ କିଛଇ ଦିନ ମନ୍ଦିର ବେଢ଼ା ଫଟୋ ଭାଇରାଲ ହୋଇପାରି ନଥିଲାଲା। ହେଲେ ଏବେ ପୁଣି ସମାନ ସ୍ଥିତି ଦେଖିବାକୁ ମିଳୁଛି । ଏନେଇ ମନ୍ଦିର ପ୍ରଶାସନିକ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସାଧାରଣ ଲୋକଙ୍କ ଲାଗି ଥିବା ନିୟମ ବଡ଼ ବଡ଼ିଆଙ୍କ ଲାଗି କାହିଁ ଲାଗୁ ହେବ ନାହିଁ ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି।

Releated Posts

ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ…

ByByutkalamirror.comJun 21, 2025

ମୁଖ୍ୟମନ୍ତ୍ରୀଙ୍କ ଡାଇରିଆ ସମୀକ୍ଷା ବୈଠକ : ଦଶହରା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ପ୍ରତୋରୋଧକ ବ୍ୟବସ୍ଥା

ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ…

ByByutkalamirror.comJun 21, 2025

ପ୍ରଧାନମନ୍ତ୍ରୀଙ୍କ ଗସ୍ତ: ଶୁକ୍ରବାର ଭୁବନେଶ୍ୱରରେ ଅଫିସ୍‌ ହାଫ୍ ଡେ

ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି…

ByByutkalamirror.comJun 20, 2025

ଓଡ଼ିଶାରେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୋଦି

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ହଜାର କୋଟିର ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।  ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ…

ByByutkalamirror.comJun 19, 2025