Utkala Mirror I Odisha News, Latest Odia News

ପିଏମ କିଷାନ:୬ ମାସ ବଢ଼ିଲା କେୱାଇସି ଅବଧି

ପିଏମ କିଷାନରୁ ବାଦ ପଡ଼ିଥିବା ଚାଷୀଙ୍କ ପାଇଁ ଖୁସି ଖବର । ଯୋଜନାରେ ସାମିଲ ହେବାକୁ ସରକାର ବଡ଼ ସୁଯୋଗ ଦେଇଛନ୍ତି । କେ୍ୱାଇସି ଅବଧିକୁ ଆଉ ୬ ମାସ ବଢ଼ାଇଲେ ସରକାର । ୮ ସେପ୍ଟେମ୍ବରରୁ ଆଉ ୬ ମାସ ବୃଦ୍ଧି କରିଛନ୍ତି ସରକାର । ସିଏମ କିଷାନ ପାଉଥିବା ହିତାଧିକାରୀ ପିଏମ କିଷାନରେ କେ୍ୱାଇସି ଅପଡେଟ କରି ସାମିଲ ହୋଇପାରିବେ । ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ସିଏମ କିଷାନ ଯୋଜନାରେ ଥିବା ହିତାଧିକାରୀମାନେ ପିଏମ କିଷାନ ଯୋଜନାରେ ପୁନଃ ସାମିଲ ହେବା ପାଇଁ ଅତିରିକ୍ତ ୬ ମାସ ସମୟ ପାଇଛନ୍ତି। ଏହି ବିଜ୍ଞପ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀଙ୍କ ଦ୍ୱାରା ଜାରି କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ସିଏମ କିଷାନ ଯୋଜନାରେ ଥିବା ଚାଷୀମାନେ ପିଏମ କିଷାନ ଯୋଜନାରେ ସାମିଲ ହେବା ପାଇଁ ଆବଶ୍ୟକୀୟ ନିୟମାବଳୀ ଯଥା ଇ-କେୱାଇସି (e-KYC), ଜମି ସିଡିଂ (Land Seeding), ଏବଂ ଏନପିସିଆଇ ସିଡିଂ (NPCI Seeding) ଆଦି ପୂରଣ କରିବାକୁ ଏହି ୬ ମାସର ଅତିରିକ୍ତ ସମୟ ପାଇବେ। ଏହି ବିଜ୍ଞପ୍ତି ଜାରି ହେବା ତାରିଖରୁ କାର୍ଯ୍ୟକାରୀ ହେବ।

ଏହା ପୂର୍ବରୁ ବିଭାଗ ପକ୍ଷରୁ ୩୧ ଅଗଷ୍ଟ ୨୦୨୪ରେ ଜାରି ହୋଇଥିବା ବିଜ୍ଞପ୍ତିରେ ଏହି ସମୟସୀମା ସମ୍ବନ୍ଧରେ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ଏହାକୁ ଆଉ ୬ ମାସ ବୃଦ୍ଧି କରାଯାଇଛି, ଯାହା ଚାଷୀଙ୍କୁ ପିଏମ କିଷାନ ଯୋଜନାରେ ପୁନଃ ସାମିଲ ହେବା ପାଇଁ ଏକ ବଡ଼ ସୁଯୋଗ ପ୍ରଦାନ କରେ ।

 

 

Exit mobile version