Utkala Mirror I Odisha News, Latest Odia News

ପ୍ରଧାନମନ୍ତ୍ରୀ ଯବାନଙ୍କୁ କୃତଜ୍ଞତା ଜଣାଇଲେ

ଅପରେସନ ସିନ୍ଦୂରର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଯବାନଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି । ପଞ୍ଜାବର ଆଦମପୁର ଏୟାରବେସରେ ପହଞ୍ଚିବା ପରେ ସେଠାରେ ସେ ଯବାନମାନଙ୍କୁ ଭେଟିବା ସହ  ବାୟୁସେନାର ସାହସୀ ସୈନିକମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି । ଏହି ସମୟରେ ବାୟୁସେନା କର୍ମଚାରୀମାନେ ବର୍ତ୍ତମାନର ପରିସ୍ଥିତି ବିଷୟରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ଗୋଟିଏ ଘଣ୍ଟା ପାଇଁ ଆଦମପୁର ଏୟାରବେସରେ ରହିଥିଲେ ।
ସୈନିକମାନଙ୍କୁ ଭେଟିବା ପରେ, ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ ଆଜି ସକାଳେ ମୁଁ ବାୟୁସେନା ଷ୍ଟେସନ ଆଦମପୁର ପରିଦର୍ଶନ କରି ଆମର ସାହସୀ ବାୟୁ ଯୋଦ୍ଧା ଏବଂ ଯବାନମାନଙ୍କୁ ଭେଟିଲି।  ସାହସ, ଦୃଢ଼ ସଂକଳ୍ପ ଏବଂ ନିର୍ଭୀକର ପ୍ରତୀକ ଥିବା ଲୋକଙ୍କୁ ଭେଟିବା ଏକ ବିଶେଷ ଅନୁଭୂତି ଥିଲା ।  ଏହି ଅପରେସନରେ ଭାରତୀୟ ସେନାର ପରାକ୍ରମ ବିଶ୍ବ ଦେଖ଄ଲା ବୋଲି ସେ କହିଛନ୍ତି।
ପୂର୍ବରୁ ପ୍ରଧାନମନ୍ତ୍ରୀ ସୋମବାର ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବ ସମୟରେ ସୈନିକଙ୍କ ବୀରତ୍ୱ ଏବଂ ସାହସକୁ ସଲାମ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମର ସେନା ତା ର ଲକ୍ଷ୍ୟ ହାସଲ କରିଛି । ଆମେ ଆମର ସେନାକୁ ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛୁ ।

Exit mobile version