Utkala Mirror I Odisha News, Latest Odia News

ଓଡ଼ିଶାରେ ୫ ଲକ୍ଷପତି ଦିଦିଙ୍କୁ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ

ମୋଦିଙ୍କୁ ସ୍ବାଗତ ଲାଗି ପ୍ରସ୍ତୁତି ଶେଷ ହୋଇଛି । ଖଣିଜ ସମ୍ପଦରେ ଭରପୂର ଓଡ଼ିଶା ୧ ନଂ ରାଜ୍ୟରେ ପରିଣତ ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନାର ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାର ର ଗୋଟିଏ ବର୍ଷ ପୂରଣ ହୋଇଛି। ଓଡ଼ିଶାର ସାମଗ୍ରିକ ବିକାଶ ରେ ମୋଦୀଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନ ପରେ ଓଡ଼ିଶା କୁ ଷଷ୍ଠ ଥର ପାଈଁ ଆସୁଛନ୍ତି। ଅପରେସନ ସିନ୍ଦୂର ପରେ ଓଡ଼ିଶା କୁ ପ୍ରଥମ ଥର ପାଈଁ ଆସୁଛନ୍ତି। ଭାରତର ଅର୍ଥନୀତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଚତୁର୍ଥ ସ୍ଥାନରେ ପହଂଚିଛି । ସବୁ କ୍ଷେତ୍ରରେ ଭାରତରେ ଅଗ୍ରଣୀ ରାଷ୍ଟ୍ର ହେବାକୁ ଯାଉଛି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି, ଓଡ଼ିଶା ଲକ୍ଷପତି ଦିଦି ସୃଷ୍ଟି କରିବାରେ ପ୍ରଥମ ସ୍ଥାନରେ ଅଛି । ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ୫ ଜଣ ଲକ୍ଷପତି ଦିଦୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଆୟୁଷ୍ମାନ ଵୟୋଵନ୍ଦନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ। ପାଞ୍ଚ ଜଣ ୭୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ କାର୍ଡ ଦିଆଯିବ। ଓଡ଼ିଶାରେ ଅନେକ ପ୍ରକଳ୍ପର ଶଳାନ୍ୟାସ କାର୍ଯ୍ୟକ୍ରମ ଅଛି। ଭିଜନ ଡକ୍ୟୁମେଣ୍ଟ ଲୋକାର୍ପଣ ହେବ ।
ଡିଜି ସମ୍ମିଳନୀ, ପ୍ରବାସୀ ଭାରତୀୟ ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ରେ ଓଡ଼ିଶା ଆସିଛନ୍ତି। ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରଣ ହେଉଛି ।
ଏୟାରପୋର୍ଟ ରୁ ଜନତା ମଇଦାନ ଯାଏ ରୋଡ଼ ସୋ ହେବ। ପ୍ରଧାନମନ୍ତ୍ରୀ ଙ୍କ ସହ ମୁଖ୍ୟମନ୍ତ୍ରୀ ରୋଡ଼ ସୋ ରେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ଙ୍କ ଗସ୍ତ ନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ରାଜ୍ୟରେ ବିଜେପି ସରକାରଙ୍କୁ ବର୍ଷେ ପୂରଣ ହୋଇଛି । ଏହି ଏକ ବର୍ଷରେ ଅନେକ ପ୍ରତିଶ୍ରୁତି ପୂରଣ କରାଯାଇଛି । ଏହାସହ ଅନେକ ନୂଆ ନିଷ୍ପତ୍ତି ନିଆଯାଇଛି । ସେସବୁ ସମ୍ପର୍କରେ ଲୋକଙ୍କର ମତାମତ ନେବାପାଇଁ ଆମେ ଲୋକଙ୍କ ପାଖକୁ ଯାଉଛୁ । ଆସନ୍ତା ଜୁନ୍ ୨୦ ତାରିଖ ଦିନ ୩ଟା ୪୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ପହଞ୍ଚିବେ। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବେ । ଏହାପରେ ଦିନ ୩ଟା ୪୫ରୁ ୪ଟା ୧୫ ଯାଏଁ ରୋଡ୍ ସୋ’କାର୍ଯ୍ୟକ୍ରମ ରହିଛି। ବିମାନବନ୍ଦରରୁ ଜନତା ମୈଦାନ ଯାଏଁ ପ୍ରଧାନମନ୍ତ୍ରୀ ରୋଡ୍ ସୋ’ରେ ଯିବେ ।ଅପରାହ୍ମ ସାଢେ ୫ଟା ଯାଏଁ ଓଡ଼ିଶାରେ ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ରାଜ୍ୟ ବିଜେପି ସଭାପତି ସୂଚନା ଦେଇଛନ୍ତି ।

Exit mobile version