Utkala Mirror I Odisha News, Latest Odia News

ରାଷ୍ଟ୍ରପତି ଏମ୍ସରେ ଚିକିତ୍ସାଧୀନ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାର ତଦାରଖ କଲେ

ଜାତୀୟ କଂଗ୍ରେସର ମହିଳା ୱିଙ୍ଗ ଅଧ୍ୟକ୍ଷା ଅଲକା ଲାମ୍ବା ଓ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ସୋମବାର ପୂର୍ବାହ୍ନରେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଦ୍ୟମ ଘଟଣାକୁ ନିନ୍ଦା କରିବା ସହ ସମଗ୍ର ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି । ଏହାସହିତ ନୈତିକତା ଆଧାରରେ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତାଫା ଦିଅନ୍ତୁ ଓ ପ୍ରଧାନମନ୍ତ୍ରୀ ନିଜେ ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି କହିଛନ୍ତି ।ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ନିଜେ ଓଡ଼ିଶାର ଝିଅ ଓ ତାଙ୍କର ଭୁବନେଶ୍ୱର ଏମ୍ସ କଲେଜକୁ ଗସ୍ତ ଥିବାରୁ ସେଠାରେ ଚିକିତ୍ସାଧୀନ ଛାତ୍ରୀଙ୍କୁ ଭେଟିବା ନିମନ୍ତେ କଂଗ୍ରେସ ଦାବି କରିଥିଲା । ଏସବୁ ବ୍ୟତୀତ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନଙ୍କୁ ସୁରକ୍ଷା ଦେବା ପାଇଁ ମଧ୍ୟ ଆବଶ୍ୟକ ସଂସ୍କାର ଆଣିବାକୁ କଂଗ୍ରେସ ଦାବି କରି ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମହିଳାଙ୍କ ବିରୁଦ୍ଧରେ ହିଂସା ମାତ୍ରାଧିକ ବୃଦ୍ଧି ପାଇଛି ଓ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି ।କଂଗ୍ରେସର ଏଭଳି ଅଭିଯୋଗ ଉପରେ ଆଜି ଅପରାହ୍ନରେ ବିଜେପି ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କଂଗ୍ରେସ ଏହି ସମ୍ବେଦନଶୀଳ ଘଟଣାରେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ହୀନ ରାଜନୀତି କରୁଛି । ଏଫଏମ୍ କଲେଜରେ ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦାୟକ ଓ ହୃଦୟ ବିଦାରକ । ଏହି ଘଟଣା ସମସ୍ତ ଓଡ଼ିଶାବାସୀଙ୍କୁ ଦୁଃଖ ଦେଇଛି । ରାଜନୀତିକ ଦଳ ହିସାବରେ ବିଜେପି ପାର୍ଟି ହେଉ କିମ୍ବା ଓଡ଼ିଶା ସରକାର ହୁଅନ୍ତୁ ସମେସ୍ତ ଏହି ଘଟଣାରେ ବ୍ୟଥିତ ଅଛନ୍ତି । ଓଡ଼ିଶା ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ଘଟଣା ଘଟିବାର ୬ଘଣ୍ଟା ମଧ୍ୟରେ ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ କଲେଜ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ମଧ୍ୟ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜେ ଦିଲ୍ଲୀରୁ ଫେରି ପୀଡ଼ିତାଙ୍କୁ ହସ୍ପିଟାଲରେ ଭେଟିଛନ୍ତି ।ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ତୁରନ୍ତ ଘଟଣାସ୍ଥଳରେ ପହଂଚି ଛାତ୍ରୀଙ୍କୁ ଏମ୍ସ ହସ୍ପିଟାଲ ପଠାଇବାଠୁ ଆରମ୍ଭ କରି ନିରପେକ୍ଷ ତଦନ୍ତ କରାଇବା ପର୍ଯ୍ୟନ୍ତ ସମସ୍ତ ଉଦ୍ୟମ କରିଛନ୍ତି । ଛାତ୍ରୀ ଆତ୍ମାହୂତି ଘଟଣା ପଛରେ ଛାତ୍ର କଂଗ୍ରେସର ନେତାମାନେ ଉସକାଇଥିବାର ପ୍ରମାଣ ସୋସିଆଲ ମିଡିଆରେ ଥିବା ସେ କହିଛନ୍ତି । ଜୁଲାଇ ୧ରେ ପୀଡ଼ିତା ଛାତ୍ରୀ ନିଜର ଅଭିଯୋଗ କରିଥିବାବେଳେ ଛାତ୍ର କଂଗ୍ରେସର ବାଲେଶ୍ୱର ଜିଲ୍ଲା ସମ୍ପାଦକ ସୋସିଆଲ ମିଡିଆରେ ଏହି ଅଭିଯୋଗକୁ ମିଛ ବୋଲି କହିଥିଲେ । ସେହିପରି ଛାତ୍ର କଂଗ୍ରେସର ଅନ୍ୟ ଜଣେ କର୍ମୀ ତାଙ୍କୁ ଆତ୍ମହତ୍ୟା କରିଦିଅ ବୋଲି ଲେଖିଥିଲେ । ତେଣୁ କଂଗ୍ରେସ ଶାସନରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିବା ଛବିରାଣୀ ହତ୍ୟାଠୁ ଅଞ୍ଜନା ଗଣଦୁଷ୍କର୍ମ ମାମଲାକୁ ନେଇ ଶ୍ରୀ ତ୍ରିପାଠୀ ବର୍

Exit mobile version