Utkala Mirror I Odisha News, Latest Odia News

ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଆସନ୍ତାକାଲି ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ସଂପନ୍ନ ହେବ। ଦ୍ୱିତୀୟ ଭୋଗମଣ୍ଡପ ପରେ ଶେଷ ହେବ ବନକଲାଗି ନୀତି। ବନକଲାଗି ନୀତି ଯୋଗୁଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆପାତତଃ ରାତି ୯ରୁ ୨ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ପୁରୀରେ ପ୍ରବଳ ଭିଡ଼କୁ ଦୃଷ୍ଟି ରଖି ଆଜି ଶ୍ରଦ୍ଧାଳୁମାନଙ୍କ ପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏକ ଜରୁରୀ ସୂଚନା ଜାରି କରାଯାଇଛି। ଏଥିରେ କୁହାଯାଇଛି, ଆଜି (୨୯.୦୬.୨୦୨୫) ସକାଳ ସମୟରୁ ପୁରୀ ସହରକୁ ବହୁ ସଂଖ୍ୟାରେ ଯାନବାହାନ ଆସୁଥିବାର ଦେଖିବାକୁ ମିଳୁଛି। ଏହିଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଦୁଇ ଘଣ୍ଟା କିମ୍ବା ତାହାଠାରୁ ଅଧିକ ସମୟ ଧରି ଅପେକ୍ଷା କରିବାକୁ ପଡ଼ିପାରେ। ତେଣୁ ପୁରୀକୁ ଆସିବାକୁ ଯୋଜନା କରୁଥିବା ଭକ୍ତ ଓ ଯାତ୍ରୀମାନେ ଦୟାକରି ଏହାକୁ ଧ୍ୟାନରେ ରଖି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତୁ ।

Exit mobile version