ରଥଯାତ୍ରାରେ ୧୦ ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ଜନ ସମାଗମ

ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି। ରଥଯାତ୍ରା ସମୟରେ ସ୍ଵାସ୍ଥ ବିଭାଗ ତରଫରୁ ଭକ୍ତଙ୍କ ପାଇଁ ବ୍ୟାପକ ଵେବସ୍ତା କରାଯାଇଛି ji। ଶୁକ୍ରବାର ଦିନ ରଥଯାତ୍ରାରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ଜନ ସମୁଦ୍ର ଦେଖିବାକୁ ମିଳିଥିଲା । ଚଳିତ ରଥଯାତ୍ରାରେ ଭକ୍ତ ହନ୍ତସନ୍ତ । ରଥଯାତ୍ରାରେ ଅସଂଖ୍ୟ ଜନସମାଗମ ଯୋଗୁ ଭିଡ ମଧ୍ୟ ପରିଲକ୍ଷିତ ହୋଇଥିଲା । ତେବେ ଏହି ଭିଡ ମଧ୍ୟରେ ଅନେକ ଭକ୍ତ ଅସହ୍ୟ ରୌଦ୍ରତାପ ଯୋଗୁ ଅଚେତ ହୋଇପଡିଥିଲେ । କିନ୍ତୁ ସେମାନଙ୍କୁ ସଠିକ ସମୟରେ ମୁତୟନ ହୋଇଥିବା ଅନେକ ସ୍ବେଛାସେବୀ ସଂଗଠନର କର୍ମକର୍ତା ମାନେ ଷ୍ଟ୍ରେଚର ଦ୍ୱାରା ବୋହି ନେଇ ଜିଲ୍ଲା ମୁଖ୍ୟ ଚିକିଶ୍ଚୟାଳୟରେ ଭର୍ତି କରିଥିଲେ । ଅନ୍ୟପଟେ ସମୁଦ୍ରରେ ସ୍ନାନ କରିବା ସମୟରେ ମଧ୍ୟ ଅନେକ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିଶ୍ଚୟାଳୟରେ ଭର୍ତି ହୋଇଥିଲେ । ସେହିପରି ଟ୍ରାଫିକ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥିଲା । କେତେକ ସ୍ଥାନରେ ମଧ୍ୟ ଆମ୍ବୁଲାନ୍ସ ମଧ୍ୟ ଟ୍ରାଫିକ ଭିଡରେ ଫସିଥିଲେ। ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଶୁକ୍ରବାର ସନ୍ଧ୍ୟାରେ ରଥଟଣା ସ୍ଥଗିତ ରଖାଯାଇଛି। ତେବେ କୌଣସି ବି ରଥ ଶରଧାବାଲିରେ ପହଞ୍ଚି ପାରି ନାହିଁ। ତେଣୁ ଶନିବାର ସକାଳ ୯ଟା ୩୦ର ରଥ ଟଣା ହେବ ଏବଂ ଏହାର ସିଧା ପ୍ରସାରଣ ବି ହେବ। ଏନେଇ ଶୁକ୍ରବାର ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯେଉଁ ମାନେ ଦର୍ଶନ କରି ପାରି ନାହାନ୍ତି, ସେମାନେ କାଲି ଦର୍ଶନ କରି ପାରିବେ। ଅବକାଶ ନୀତି ପରେ ରଥଟଣା ହେବ। ସମୟ ନିର୍ଘଣ୍ଟ ଅନୁସାରେ ପହଣ୍ଡି ସରିବା ସହ ୪ଟା ସୁଦ୍ଧା ସବୁ ରୀତିନୀତି ସଂପନ୍ନ ହୋଇଥିଲା। ଏପରିକି ୪ଟା ସୁଦ୍ଧା ରଥଟଣା ବି ଆରମ୍ଭ ହୋଇଥିଲା। କିନ୍ତୁ ମହାପ୍ରଭୁ ବଳଭଦ୍ରଙ୍କ ରଥ ମୋଡ଼ ବଦଳିବା କାରଣରୁ ରଥଟଣା ବିଳମ୍ବ ହୋଇଥିଲା। ପାଗ ଭଲ ହୋଇଥିବାରୁ ବିପୁଳ ପରିମାଣରେ ଭକ୍ତଙ୍କ ସମାଗମ ହୋଇଛି। ପାଖାପାଖି ଆଶାଠୁ ଦେଢ ଗୁଣ ଅଧିକ ଭକ୍ତ ଆସିଛନ୍ତି। ଯାହା ଗତ ବର୍ଷ ଅପେକ୍ଷା ବହୁତ ଅଧିକ। ତେବେ ରଥଟଣା ବିଳମ୍ବ ଘଟିବାରୁ ନନ୍ଦିଘୋଷ ରଥକୁ କେବଳ ବିଧି ମୁତାବକ କିଛି ପାଦ ଟଣା ଯାଇଛି। ଆସନ୍ତାକାଲି ସକାଳେ ପୁଣି ଥରେ ରଥଟଣା ହେବ। ଏଥର ରଥଯାତ୍ରା ଅଘଟଣଶୂନ୍ୟ ରହିଛି। କାହିଁକି ରାତି ୭ଟା ୪୫ରେ ନନ୍ଦିଘୋଷ ରଥ ଟଣାଗଲା। ଏହାର ଉତ୍ତରରେ ଆଇନ ମନ୍ତ୍ରୀ କହିଛନ୍ତି, ଏଥିରେ ନୂଆ କଥା କିଛି ନୁହେଁ। ଏମିତି ଅନେକ ଥର ସୂର୍ଯ୍ୟାସ୍ତ ପରେ ବି ଲାଇଟ୍ ଲଗାଯାଇ ରଥଟଣା ହୋଇଛି। ରଥଯାତ୍ରା ଦିନ ରଥ ଗଡ଼ିବାର ଯେଉଁ ବିଧି ରହିଛି ସେହି ପ୍ରକ୍ରିୟାର ପାଳନ କରାଯାଇଛି। ଆସନ୍ତାକାଲି ସକାଳେ ପୁଣି ରଥଟଣା ହେବ ବୋଲି ଆଇନ ମନ୍ତ୍ରୀ କହିଛ