Utkala Mirror I Odisha News, Latest Odia News

ରଥଯାତ୍ରା ପାଇଁ ପୁରୀକୁ ୩୬୫ ସ୍ଵତନ୍ତ୍ର ଟ୍ରେନ୍, ପୁରୀ ପୌରାଞ୍ଚଳରେ ବ୍ୟକ୍ତିଙ୍କ ପିଛା ୫ ଲକ୍ଷ ବୀମା

ରଥଯାତ୍ରାର ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ

ଚଳିତ ରଥଯାତ୍ରାର ଦ୍ବିତୀୟ ସମନ୍ୱୟ ବୈଠକ ଆଜି ପୂର୍ବାହ୍ନରେ ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିବା ସହ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ମହାପ୍ରଭୁ ନିଜେ ନିଜ କାର୍ଯ୍ୟ କରନ୍ତି। ଆମେ କେବଳ ପରସ୍ପର ସହଯୋଗ କରନ୍ତି।ରଥଯାତ୍ରା ପାଇଁ ପ୍ରାୟ ଅଶୀ ଭାଗ କାର୍ଯ୍ଯ ସରିଲାଣି। ନିର୍ଦ୍ଧାରିତ ସମୟ ସୁଦ୍ଧା କାର୍ଯ୍ୟ ଶେଷ ହେବ। ସେହିପରି ଦେବସ୍ନାନ ପାଇଁ ସରକାର ଓ ପ୍ରଶାସନ ଚୁଡାନ୍ତ ପ୍ରସ୍ତୁତି କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ।
ଚଳିତ ବର୍ଷ ଢେଙ୍କାନାଳରୁ ୨୧ ଓ ବରଗଡ଼ରୁ ୧୯ ଜଣ ଫାଶୀ କାଠ ଦାନ କରିଛନ୍ତି । ଖୋର୍ଦ୍ଧା ଓ ନୟାଗଡ଼ ବନଖଣ୍ଡ ସହ ରାଜ୍ୟର ୮ଟି ଡିଭିଜନରୁ ଚଳିତ ବର୍ଷ ୮୧୫ ଖଣ୍ଡ କାଠ ଆସିଛି। ତାମିଲନାଡୁରୁ ଗ୍ରେଡ ଏମାନର ଚନ୍ଦନ କାଠ ଆସିଛି। ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ଓ ନବୀକରଣ କରାଯାଇଛି। ରଥଯାତ୍ରା ଅବକାଶରେ କୋଭିଡ ପାଇଁ ବ୍ୟସ୍ତ ହେବାର ନାହିଁ l ଲୋ ଭାରିଆଣ୍ଟର କୋଭିଡ ଥିବାରୁ ଏହା ବ୍ୟାପିବାର ଆଶଙ୍କା କମ l ରାଜ୍ୟରେ ସମୁଦାୟ ୪୯ଟି ରୋଗୀ ଚିହ୍ନଟ ହୋଇଥିବା ବେଳେ ମାତ୍ର ୩୪ଟି ଆକ୍ଟିଭ କେସ ରହିଛି l ଥଣ୍ଡା, କାଶ ଲକ୍ଷଣ ଥିବାଲୋକ ଗହଳିକୁ ଯାଆନ୍ତୁ ନାହିଁ l ରଥଯାତ୍ରାକୁ ଆସୁଥିବା ଭକ୍ତଙ୍କୁ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ l ରଥଯାତ୍ରା ପ୍ରସ୍ତୁତି ବୈଠକରେ ସୂଚନା ଦେଇଥିଲେ ମନ୍ତ୍ରୀ ଓ ବିଭାଗୀୟ ସଚିବ ।
ରଥଯାତ୍ରା ସମୟରେ ୩୬୫ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ରଥଯାତ୍ରା ସମୟରେ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବା ସହ ୩୫ଟି ଅତିରିକ୍ତ ଟିକେଟ କାଉଣ୍ଟର, ୧୦ଟି ଏଟିଭି ମେସିନର ବ୍ୟବସ୍ଥା କରାଯିବ। ରଥଯାତ୍ରା ସମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ଦିଆଯାଇଛି। (AI) ଏଆଇ ସିସିଟିଭି କ୍ୟାମେରା ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥା ନିୟନ୍ତ୍ରଣ କରାଯିବ। ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ କମାଣ୍ଡ ସେଣ୍ଟର ସହ ସବୁ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ହୋଇ ୱାର ରୁମ୍ ହେବ। ସେହିପରି ୨୩୦ରୁ ୨୫୦ ଅଧିକ ବସ ଚଳାଚଳ କରିବ। ବୈତଃକରେ ବିଦ୍ୟୁତ୍, ସ୍ଵାସ୍ଥ୍ୟ ଓ ପରିମଳ ବିଭାଗକୁ ନେଇ ସରଗରମ ଆଲୋଚନା ହୋଇଥିଲା। ସେହିପରି ଜୁନ ୨୬ରୁ ୯ ଜୁଲାଇ ପର୍ଯ୍ୟନ୍ତ ପୁରୀ ପୌରାଞ୍ଚଳରେ ବ୍ୟକ୍ତିଙ୍କ ପିଛା ୫ ଲକ୍ଷ ଟଙ୍କାର ବୀମା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକରେ ସୂଚନା ଦେଇଥିଲେ।
ସେହିପରି ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ନିର୍ଦ୍ଧେଶ ଦିଆଯାଇଛି। ତାଳବଣିଆରେ ମାଷ୍ଟର କଣ୍ଟ୍ରୋଲ ରୁମ୍ କରାଯିବ।

ରଥଯାତ୍ରା ପାଇଁ ସହରର ବିଭିନ୍ନ ସ୍ଥାନରେ ୧୮ଟି ପାର୍କିଂ ସ୍ଥାନ
ସହରର ବିଭିନ୍ନ ସ୍ଥାନରେ ୧୮ଟି ପାର୍କିଂ ସ୍ଥାନ ସହ ୧୪ଟି ବର୍ଷା ଜଳ ଜମି ରହୁଥିବା ସ୍ଥାନରେ ୩୦ଟି ଉଚ୍ଚ କ୍ଷମତା ସମ୍ପନ୍ନ ମୁତୟନ ରହିବ। ମାଳତୀପାଟପୁରରେ ଟୁରିଷ୍ଟ ବସ ଓ ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ଦିନ ଯାତ୍ରୀବାହୀ ବସ ତାଳବଣିଆରେ ପାର୍କିଂ କରିବ। ରଥଯାତ୍ରା ସମୟରେ ବିଭିନ୍ନ ପାର୍କିଂ ସ୍ଥାନରୁ ମାଗଣା ଅଟୋ ସେବା ଯୋଗାଯିବ। ସବୁ ବସରେ ରହିବ ରେଟ୍ ଚାର୍ଟ। ରଥଯାତ୍ରା ସମୟର ଆମ୍ବୁଲାନ୍ସ କରିଡ଼ର ହେବ। କୋଭିଡ ପାଇଁ ଡରିବାର ଆବଶ୍ୟକତା ନାହିଁ। ୩୦୦ ଅଧିକ ଡାକ୍ତର ନିୟୋଜିତ ହେବେ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସଦର ମୁଖ୍ୟ ଚିକିତ୍ସାଳୟ ସହ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶୀତତାପ ନିୟନ୍ତ୍ରିତ ଶଯ୍ୟାର ବ୍ୟବସ୍ଥା ହେବ। ରଥଯାତ୍ରାରେ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ୨୦ ଲକ୍ଷ ପାଣି ବୋତଲ ଓ ପାଉଚ୍ ର ବ୍ୟବସ୍ଥା କରାଯାଇଛି। ସହରରେ ୯୦ ପ୍ରତିଶତ ଡ୍ରେନ ସଫେଇ କାମ ସରିଛି। ପ୍ରତ୍ୟେକ ସାହି ଗଳି କନ୍ଦିରେ ରାସ୍ତାଘାଟ ମରାମତି, ମଶା ଧୁଆଁ ସ୍ପ୍ରେ, ଷ୍ଟ୍ରିଟ୍ ଲାଇଟ୍ ମରାମତି ବ୍ୟବସ୍ଥା କରିବାକୁ ଆଇନ ମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି।
ବଡ଼ଦାଣ୍ଡର ଉଭୟ ପାର୍ଶ୍ବ ଓ ଜନଗହଳିପୂର୍ଣ୍ଣ ସ୍ଥାନ, ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସହ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ଦୁର୍ଘଟଣା ରୋକିବା ପାଇଁ ଇଣ୍ଟରସେପ୍ଟର, ୧୧ଟିକ୍ରେନ୍ ନିୟୋଜିତ ହେବ। ଟ୍ରେନ୍ ସୂଚନା ପ୍ରଦାନ ପାଇଁ ଭିଡି ୱାଲ୍ ବ୍ୟବସ୍ଥା ହେବ। ବଡ଼ଦାଣ୍ଡରେ ବିପଦ ଶଙ୍କୁଳ କୋଠା ଚିହ୍ନଟ କରାଯାଇଛି। ଖରା ଓ ଗୁଳୁଗୁଳି ପାଇଁ ଅଧିକ ସ୍ପ୍ରୀପଙ୍କର (sprinkler) ଓ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ମୁତୟନ ହେବେ। ଶାନ୍ତି ଶୃଙ୍ଖଳା ରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ପାଇଁ ପ୍ରତିବର୍ଷ ପରି ପର୍ଯ୍ୟାପ୍ତ ପୋଲିସ ମୁତୟନ ହେବେ।ରଥଯାତ୍ରା ସହ ଜଡ଼ିତ ବିଭାଗ ଗୁଡିକ ୮୦ ପ୍ରତିଶତ କାମ ଶେଷ କରିଛନ୍ତି। ଅବଶିଷ୍ଟ କାର୍ଯ୍ୟ ତ୍ୱରାନ୍ୱିତ କରି ରଥଯାତ୍ରା ପୂର୍ବରୁ କାମ ଶେଷ କରିବାକୁ ଆଇନ ମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି। ସେହିପରି ଗୁଣ୍ଡିଚା ମନ୍ଦିର ଅଞ୍ଚଳରୁ ପଲ୍ଲୀଶ୍ରୀ ମେଳା ସମୁଦ୍ରକୂଳ ସ୍ଥାନାନ୍ତର ନେଇ ପୁନଃ ବିଚାର ଓ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି। ସେହିପରି ପଶ୍ଚିମ ଦ୍ଵାର ଦେଇ ପୁରୀ ବାସୀଙ୍କୁ ଛାଡ଼ିବା ଓ ଗୁଣ୍ଡିଚା ମନ୍ଦିରରେ ପୁରୀ ବାସୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାକୁ ପୁରୀ ବିଧାୟକ ସୁନୀଲ ମହାନ୍ତି ପ୍ରସ୍ତାବ ଦେଇଥିଲେ। ପ୍ରଥମ ସମନ୍ୱୟ ବୈଠକରେ ବିଭାଗ ଗୁଡିକ ଦେଇଥିବା ପ୍ରତିଶୃତି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଆରଡିସି ଓ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣ ଚନ୍ଦ୍ର ମହାପାତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, କ୍ରିଡା ଓ ଯୁବ ସେବା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ, ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସମସ୍ତଙ୍କ ସହଯୋଗରେ ଚଳିତ ରଥଯାତ୍ରା ଶୃଙ୍ଖଳିତ ଭାବେ ପରିଚାଳିତ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ସୂଚନା ଓ ଲୋକ ସମ୍ପର୍କ ତଥା ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ, ଆଇନ ବିଭାଗ ପ୍ରମୁଖ ସଚିବ ମାନସ ରଞ୍ଜନ ବାରିକ, ଅତିରିକ୍ତ ଡିଜି ସଞ୍ଜୟ କୁମାର, ପରିବହନ କମିଶନର ଅମିତାଭ ଠାକୁର, ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ, ସ୍ବାସ୍ଥ୍ୟ ସଚିବ ଅଶ୍ବସ୍ଥୀ ଏସ, ଆରଡିସି ବି ପରମେଶ୍ୱରନ, କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର, ଦେବୋତ୍ତର କମିଶନର ଶିଶିର କୁମାର ରଥ, ଏସପି ବିନୀତ ଅଗ୍ରୱାଲ ସେବାୟତ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ବରିଷ୍ଠ ଓ ସଚେତନ ନାଗରିକ ଉପସ୍ଥିତ ଥିଲେ।

Exit mobile version