Utkala Mirror I Odisha News, Latest Odia News

୭ ତାରିଖ ଚନ୍ଦ୍ର ଗ୍ରହଣ ନୀତି ନିର୍ଘଣ୍ଟ : ଶ୍ରୀମନ୍ଦିରରେ ରାତ୍ର ୨ଟାରୁ ଦ୍ବାର ଫିଟିବ

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ଏଥିରେ ଏସ୍ପି ପ୍ରତୀକ ସିଂ ଓ ଛତିଶା ନିଯୋଗ ସଦସ୍ୟ ମାନେ ଉପସ୍ଥିତ ଥିଲେ । ବୈଠକ ଶେଷ ପରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସୂଚନା ଦେଇଛନ୍ତି ଯେ, ଆସନ୍ତା ୭ ତାରିଖ ଚନ୍ଦ୍ରଗ୍ରହଣ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ। ରାତ୍ର ୨ଟାରୁ ଫିଟିବ ଦ୍ବାର। ୨ଟା ୪୦ରେ ମଙ୍ଗଳ ଆଳତି ବଢି ଅନ୍ୟାନ ନୀତି କାନ୍ତି ହେବ। ଦିନ ୧୨ ଟା ୩୦ ସୁଦ୍ଧା ସମସ୍ତ ନୀତି କାନ୍ତି ଅନୁଷ୍ଠିତ ହେବ। ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ କରାଯାଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ।

ଅନ୍ୟପଟେ ଧାଡ଼ି ଦର୍ଶନ ପାଇଁ କିଭଳି ପ୍ରସ୍ତୁତି ହେବ ସେନେଇ ଆଲୋଚନା ହୋଇଛି। ପରୀକ୍ଷାମୂଳକ ଭାବେ ପ୍ରଥମେ ଧାଡ଼ି ଦର୍ଶନ ହେବ। ସମସ୍ତ ନିଯୋଗ ସହିତ ଏନେଇ ଆଲୋଚନା ହୋଇଛି। ବୁଧବାର ପରିଚାଳନା କମିଟି ବୈଠକରେ ଏନେଇ ବିସ୍ତୃତ ଆଲୋଚନା କରାଯିବ। ମହାପ୍ରଭୁଙ୍କ ପୂଜା ଓ ଦର୍ଶନ ନାଁରେ ଅନଲାଇନରେ ଫେକ୍ ଓ୍ବେବସାଇଟ ଖୋଲିଥିବା ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ପୋଲିସ ସହ ଆଲୋଚନା କରାଯାଇଛି।

 

 

Exit mobile version