Utkala Mirror I Odisha News, Latest Odia News

ଟ୍ରମ୍ପଙ୍କ ସହ ମିଟିଂ ସମ୍ପର୍କରେ ମୋଦିଙ୍କୁ ଜଣାଇଲେ ପୁଟିନ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଫୋନ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି। ନିକଟରେ ପୁଟିନ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଆଜି ପୁଟିନ ଫୋନ ଯୋଗେ ମୋଦିଙ୍କୁ ଅବଗତ କରାଇଛନ୍ତି। ବୈଠକର ଭିତିରି କଥା ପୁଟିନ ଜଣାଇଥିବାରୁ ମୋଦି ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ମୋଦି ଏବିଷୟରେ ଏକ୍ସ ଯୋଗେ ସମସ୍ତଙ୍କୁ ଜଣାଇଛନ୍ତି।
ସେ କହିଛନ୍ତି, “ଫୋନ କଲ ପାଇଁ ମୋ ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ। ଆଲାସ୍କାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ହୋଇଥିବା ବୈଠକର ବିଷୟବସ୍ତୁ ସମ୍ପର୍କରେ ସେ ମୋତେ ଅବଗତ କରାଇଛନ୍ତି। ଭାରତ ନିୟମିତ ଭାବେ ୟୁକ୍ରେନ ବିବାଦରେ ଶାନ୍ତିପୂର୍ଣ୍ଣ ସଂକଳ୍ପ କଥା କହି ଆସୁଛି ଓ ଏ ଦିଗରେ ସବୁ ପ୍ରକାରର ଉଦ୍ୟମକୁ ସମର୍ଥନ କରୁଛି। ଆଗାମୀ ଦିନରେ ମୁଁ ଆମ ଭିତରେ ସମସ୍ତ ଆଦାନ ପ୍ରଦାନର ଆଶା କରୁଛି।” ଅଗଷ୍ଟ ୧୫ରେ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଟ୍ରମ୍ପ ଓ ପୁଟିନ ଦୀର୍ଘ ୩ ଘଣ୍ଟା କାଳ ଆଲାସ୍କାରେ ଆଲୋଚନା କରିଥିଲେ। ବୈଠକ ସକାରାତ୍ମକ ରହିଥିଲେ ହେଁ ଯୁଦ୍ଧ ବନ୍ଦ ପାଇଁ ଉଭୟ ନେତା କୌଣସି ପ୍ରକାରର ଘୋଷଣା କରି ନଥିଲେ। ତେବେ ଖୁବଶୀଘ୍ର ୟୁକ୍ରେନ ସହ କଥା ହୋଇ ଟ୍ରମ୍ପ ବଡ଼ ଘୋଷଣା କରିବେ ବୋଲି ସଙ୍କେତ ଦେଇଛନ୍ତି।

Exit mobile version