• Home
  • ରାଜ୍ୟ
  • ନନ୍ଦିଘୋଷ ରଥ ରଥଟଣାରେ ବିଳମ୍ବ, କାଲି ସକାଳ ୯ଟା ୩୦ରେ ରଥଟଣା
Image

ନନ୍ଦିଘୋଷ ରଥ ରଥଟଣାରେ ବିଳମ୍ବ, କାଲି ସକାଳ ୯ଟା ୩୦ରେ ରଥଟଣା

ପ୍ରବଳ ଭିଡ଼ ଯୋଗୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥ ରାତି ସାଢ଼େ ୭ଟା ପର୍ଯ୍ୟନ୍ତ ଗଡ଼ି ପାରିଲା ନାହିଁ । ଶେଷରେ ଶ୍ରୀମନ୍ଦିର ପ୍ରଶାସନ ପରମ୍ପରା ରଖିବା ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ରଥକୁ ମାତ୍ର ଖୋଜେ ଗଡ଼ାଇ ବିଧିସମ୍ପନ୍ନ କରିଛନ୍ତି ।

ସୂଚନା ଅନୁସାରେ, ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହେବାକୁ ଥିବା ପହଣ୍ଡି ରୀତି ଏକ ଘଂଟା ବିଳମ୍ବରେ ଆରମ୍ଭ ହୋଇ ପ୍ରାୟ ଦୁଇ ଘଂଟାରୁ ଅଧିକ ସମୟ ଧରି ଚାଲିଥିଲା । ଏହାପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା ରୀତି ସଂପନ୍ନ କରିଥିଲେ । ପରେ ଅପରାହ୍ନ ପ୍ରାୟ ୪:୧୦ରେ ରଥଟଣା ଆରମ୍ଭ ହୋଇଥିଲା । ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ହୋଇଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରେ ସେଭଳି ଅଟକି ରହିଥିଲା । ରାତି ପ୍ରାୟ ସାଢ଼େ ୭ଟା ପର୍ଯ୍ୟନ୍ତ ରଥକୁ ଟାଣିବା ପାଇଁ ପ୍ରଶାସନ ସବୁ ପ୍ରକାରର ପ୍ରୟାସ କରି ବିଫଳ ହୋଇଥିଲା । ଶେଷରେ ୭ଟା ୪୫ମିନିଟ୍ ବେଳକୁ ନନ୍ଦିଘୋଷ ରଥକୁ ସାମାନ୍ୟ ଖୋଜେ ଟାଣି ସେହିଠାରେ ରଖି ଦିଆଯାଇ ବିଧିସମ୍ପନ୍ନ କରାଯାଇଥିଲା ।

ବଳଗଣ୍ଡିରେ ତାଳଧ୍ୱଜ ଓ ମରିଚିକୁଣ୍ଡରେ ଦର୍ପଦଳନ ଅଟକିଲେ

ମହାପ୍ରଭୁ ବଳଭଦ୍ରଙ୍କ ‘ତାଳଧ୍ୱଜ’ରଥ ବଳଗଣ୍ଡିଠାରେ ଅଟକି ଥିବାବେଳେ ଦେବୀ ସୁଭଦ୍ରାଙ୍କ ରଥ ମରିଚିକୁଣ୍ଡଠାରେ ଅଟକି ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ରଥ ସିଂହଦ୍ୱାରରେ ମାତ୍ରେ ଖୋଜେ ଯାଇ ଅଟକିଛି । ଆସନ୍ତାକାଲି ତିନି ଠାକୁରଙ୍କ ରଥଟଣା କାର୍ଯ୍ୟ ଆରମ୍ଭ ହେବ । ମାତ୍ର ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ନନ୍ଦିଘୋଷ ରଥ ଟଣା ନଯିବାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଆକଳନଠୁ ଅଧିକ ଭକ୍ତଙ୍କ ସମାଗମ ହୋଇଛି: ଆଇନମନ୍ତ୍ରୀ

ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ନହୋଇପାରିବା ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ନନ୍ଦିଘୋଷ ରଥ କର୍ଡନ ଭିତରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଯୋଗୁ ରଥଟଣାରେ ବିଳମ୍ବ ହେଉଛି । ପୁଲିସ ସେମାନଙ୍କୁ ବାହାର କରିବା ପରେ ହିଁ ରଥଟଣା କାର୍ଯ୍ୟ ହେବ । ତେବେ ୭ଟା ୪୫ମିନିଟରେ ନନ୍ଦିଘୋଷ ରଥ ଖୋଜେ ଟଣାଯାଇ ବିଧିସମ୍ପନ୍ନ କରାଯିବା ପରେ ରଥଟଣା ବନ୍ଦ ରହିଥିଲା । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ଚଳିତଥର ରଥଯାତ୍ରାରେ ଭକ୍ତମାନଙ୍କର ସମାଗମ ବିପୁଳ ସଂଖ୍ୟାରେ ହୋଇଛି । ପୂର୍ବଥର ତୁଳନାରେ ପ୍ରାୟ ଦେଢ଼ଗୁଣ ଅଧିକ ହୋଇଛି । ଆକଳନଠୁ ଅଧିକ ଭକ୍ତମାନେ ଏଥର ରଥଯାତ୍ରାକୁ ଆସିଛନ୍ତି । ମାତ୍ର କୌଣସି ପ୍ରକାରର ବଡ଼ ଅଘଟଣ ଚଳିତ ରଥଯାତ୍ରାରେ ହୋଇନି । ବିଧି ଅନୁସାରେ ନନ୍ଦିଘୋଷ ରଥ ଅଳ୍ପ ବାଟ ଟଣା ହୋଇଛି । ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ମଧ୍ୟରେ ଆଲୋଚନା ପରେ ଆସନ୍ତାକାଲି କେତେବେଳେ ରଥ ଟଣା ହେବ ତା’ର ନିଷ୍ପତ୍ତି ନିଆଯିବ । ନୀତିକାନ୍ତି ସବୁ ଠିକ୍ ସମୟରେ ହୋଇଛି । ମହାପ୍ରଭୁ ବଳଭଦ୍ରଙ୍କ ରଥଟଣାବେଳେ ବାରମ୍ବାର ମୋଡ଼ ହେବାରୁ ଅନ୍ୟ ରଥଟଣାରେ ବିଳମ୍ବ ହୋଇଥିଲା । ରାତ୍ରିରେ ରଥଟଣା ଯିବା କୌଣସି ନୂଆ କଥା ନୁହେଁ । ପୂର୍ବରୁ ଲାଇଟ୍ ଲଗାଇ ରଥ ଟଣା ଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଆସନ୍ତାକାଲି ପୁଣି ଟଣା ହେବ ରଥ

ଆଜି ରାତି ୭ଟା ୪୫ମିନିଟରେ ନନ୍ଦିଘୋଷ ରଥ ଖୋଜେ ଟଣାଯାଇ ବିଧିସମ୍ପନ୍ନ କରାଯିବା ପରେ ସମସ୍ତ ରଥଟଣା ବନ୍ଦ ରହିଥିଲା। ଆସନ୍ତାକାଲି ସକାଳ ୯ଟା ୩୦ରେ ପୁଣି ଆରମ୍ଭ ହେବ ରଥଟଣା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଅବକାଶ ନୀତି ପରେ ସକାଳ ୯ଟା ୩୦ରେ ପୁଣି ରଥଟଣା ହେବ ବୋଲି ସେ କହିଛନ୍ତି।

Releated Posts

ଦିଲ୍ଲୀରେ ମନମୋହନ,ମନ୍ତ୍ରୀମଣ୍ଡଳ ଚୂଡ଼ାନ୍ତ ହେବା ଚର୍ଚ୍ଚା

ସୋମବାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଘଣ୍ଟା ଧରି ଆଲୋଚନା ପାୱାର କରିଡରରେ ବଡ ହଲଚଲ ହେଉଥିବାର ଶଙ୍କେତ ଦେଇଥିବା ବେଳେ ବିଜେପି…

ByByutkalamirror.comJul 23, 2025

ଆଇଏଏସ୍‌ସ୍ତରରେ ବଡ଼ଧରଣର ଅଦଳବଦଳ: ଚଞ୍ଚଲ ରାଣା ବିଏମ୍‌ସି କମିସନର

ଆଇଏଏସ୍‌ ଅଫିସର୍ ସ୍ତରରେ ଆଜି ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶିଳ୍ପ…

ByByutkalamirror.comJul 22, 2025

ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଲେ ; ଏଫଏମ-ବଳଙ୍ଗା ପ୍ରସଙ୍ଗ ଏବଂ ଶକ୍ତିଶ୍ରୀ ଯୋଜନା ନେଇ ଆଲୋଚନା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଓଡିଶାର ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟିଛନ୍ତି । ତେବେ ଏହି ସାକ୍ଷାତକାରକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ…

ByByutkalamirror.comJul 21, 2025

ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଦିଲ୍ଲୀ ଏମ୍ସରେ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ପୁରୀଜିଲ୍ଲା ବଳଙ୍ଗା ଅଞ୍ଚଳର ନାବାଳିକା ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଦିଲ୍ଲୀ ଏମ୍ସରେ ଭେଟିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ସାମାଜିକ…

ByByutkalamirror.comJul 21, 2025