Utkala Mirror I Odisha News, Latest Odia News

୧୫ ଯାଏଁ ଅସହ୍ୟ ଗରମ-ଗୁଳୁଗଳି

ରାଜ୍ୟରେ ଗରମ ଓ ଗୁଳୁଗୁଳିର ପ୍ରଭାବ ବଢ଼ିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ମେଘୁଆ ପାଗ ସହ ହାଲୁକା ବର୍ଷା ଲାଗି ଅବଶ୍ୟ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଛି, କିନ୍ତୁ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ମୁହାଁ ହୋଇଛି । ବୌଦ୍ଧରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଭୁବନେଶ୍ବର, କଟକ, ନୟାଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଚାନ୍ଦବାଲି, ପୁରୀ, ଜଗତସିଂହପୁର ଭଳି ଉପକୂଳବର୍ତ୍ତୀ ସହରରେ ତାପମାତ୍ରା ୪୦ ଡିଗ୍ରୀ ମୁହାଁ ହୋଇଛି।  ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଉଷ୍ଣ ଆଦ୍ର ସ୍ଥିତି ନେଇ ୟେଲୋ ୱାର୍ଣ୍ଣିଂ ଥିବାବେଳେ ଦିନ ତାପମାତ୍ରା ଆହୁରି ବୃଦ୍ଧି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଜ୍ଞାନୀ ସଞ୍ଜୀବ ଦ୍ବିବେଦୀ କହିଛନ୍ତି ।
ଏବେ ରାଜ୍ୟରେ ପାଗ ପରିବର୍ତ୍ତନର କିଛି ବିଶେଷ ସମ୍ଭାବନା ନାହିଁ । ଦିନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହିବ । ଶୁକବ୍ରାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଉଷ୍ଣ ଆଦ୍ର ସ୍ଥିତି ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ଶନିବାରଠାରୁ ରାଜ୍ୟରେ ତାତି ବଢ଼ିବା ସହ ଗୁଳୁଗୁଳିଜନଜୀବନକୁ ଅସ୍ତବ୍ୟସ୍ଥ କରାଇବ । ସମ୍ବଲପୁର, ଝାରସୁଗୁଡ଼ା, ବଲଶଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ହିଟ୍‌ ୱେଭ୍‌ ନେଇ ୟେଲୋ ୱାର୍ଣ୍ଣିଂ ଥିବାବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଉଷ୍ଣ ଆଦ୍ର ସ୍ଥିତି ନେଇ ୱାର୍ଣ୍ଣିଂ ରହିଛି ।
      ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟରେ ହିଟ୍‌ ୱେଭ୍‌ ସହ ଗୁଳୁଗୁଳି ନେଇ ୱାର୍ଣ୍ଣିଂ ରହିଛି । ଏହାସହକିଛି କିଛି ସ୍ଥାନରେ ହାଲୁକା ବର୍ଷା ନେଇ ମଧ୍ୟ ପୂର୍ବାନୁମାନ ରହିଛି । ପୂର୍ବରୁ ପଶ୍ଚିମ ଯାଏଁ ଲମ୍ବିଥିବା ଟ୍ରଫଲାଇନ୍‌ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଶୁକ୍ରବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡ଼, ବୌଦ୍ଧ, ଅନୁଗୁଳ, ମାଲାକନିଗରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଜାରି କରିଛି୤ ଗୁରୁବାର ଦାରିଙ୍ଗବାଡ଼ିରେ ସର୍ବାଧିକ ବର୍ଷା ୮ ମିମି ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡ଼ା, ମାଲକାନଗିରି, କେନ୍ଦୁଝର, ରାଉରକେଲା ଆଦି ସହରରେ ବର୍ଷା ହୋଇଛି ।

Exit mobile version