Utkala Mirror I Odisha News, Latest Odia News

ନୂଆ କରି ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେଲା, ୧୦ ଜଣ ସଦସ୍ୟ

ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ପାଇଁ ଓଡ଼ିଶା ସରକାର ନୂତନ ପରିଚାଳନା କମିଟି ଗଠନ କରିଛନ୍ତି । ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁଯାୟୀ ୧୦ ଜଣ ସଦସ୍ୟଙ୍କୁ ଏହି କମିଟିରେ ମନୋନିତ କରାଯାଇଛି ।

କମିଟିରେ ସ୍ଥାନ ପାଇଥିବା ସଦସ୍ୟମାନଙ୍କ ମଧ୍ୟରେ ମୁକ୍ତି ମଣ୍ଡପ ପ୍ରତିନିଧି ଭାବେ ସିଦ୍ଧେଶ୍ୱର ମହାପାତ୍ର, ସେବକ ପ୍ରତିନିଧି ଭାବେ କୃଷ୍ଣ ଚନ୍ଦ୍ର (ଟୁକୁ) ସାମନ୍ତରାୟ, ମଧୁସୂଦନ ସିଂହାରୀ, ଜଗନ୍ନାଥ ପୂଜାପଣ୍ଡା, ଗଣେଶ ଦାସମହାପାତ୍ର ଏବଂ ରାମନାରାୟଣ ଗୋଛିକର, ମଠ ଏବଂ ଅନ୍ୟାନ୍ୟ ସଂସ୍ଥାର ପ୍ରତିନିଧି ଭାବେ ବଳରାମକୋଟ ମଠର ରଘୁବୀର ଦାସ ମହାରାଜ, ପୂର୍ବତନ ସିଏଜି ଡକ୍ଟର ଗିରିଶ ଚନ୍ଦ୍ର ମୁର୍ମୁ, ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଏ.କେ. ସାବତ ଏବଂ ଅନୁଗୁଳ ଜିଲ୍ଲା ବନ୍ତଳାର ମହେଶ କୁମାର ସାହୁ ରହିଛନ୍ତି । ଏହି ଘୋଷଣା ସେବାୟତ ଓ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ବହୁ ଦିନରୁ କମିଟି ଗଠନ ହୋଇନଥିବାରୁ ଅସନ୍ତୋଷ ଲାଗି ରହିଥିଲା । ନୂତନ କମିଟି ମନ୍ଦିରର ପ୍ରଶାସନିକ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।

Exit mobile version