Utkala Mirror I Odisha News, Latest Odia News

ରଥଯାତ୍ରା ପାଇଁ ୨.୨୫ କୋଟି ଟଙ୍କା: ଦଇତାପତି ନିଯୋଗକୁ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା

ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଆଇନ ବିଭାଗ ତତ୍ପର ହୋଇ ଉଠିଛି । ଆସନ୍ତା ରଥଯାତ୍ରାରେ ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ସରକାର ଦଇତାପତି ନିଯୋଗକୁ ପୁରସ୍କାର ଭାବେ ଅର୍ଥରାଶି ପ୍ରଦାନ କରିବେ । ଏଥିପାଇଁ ମୋଟ ୨ କୋଟି ୨୫ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଅର୍ଥରାଶିକୁ ବିଭାଗ ପକ୍ଷରୁ ଅନୁମୋଦନ କରାଯାଇଛି ।
ବିଭାଗ ପକ୍ଷରୁ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଇଛି । ଦଇତାପତି ନିଯୋଗକୁ ସ୍ୱତନ୍ତ୍ର ଭାବେ ଏହି ରାଶି ପ୍ରଦାନ କରିବାକୁ ଆଇନ ବିଭାଗ ଅନୁମୋଦନ କରିଛି । ଏନେଇ ପୂର୍ବରୁ ଶ୍ରୀମନ୍ଦିର ପ୍ରସାସନ ପକ୍ଷରୁ ଆଇନ ବିଭାଗକୁ ଚିଠି ଲେଖାଯାଇ ପ୍ରସ୍ତାବ ଦିଆଯାଇଥିଲା । ଏହି ରାଶି ଶ୍ରୀମନ୍ଦିର ପ୍ରଶାସନ ପାଣ୍ଠିରୁ ପ୍ରଦାନ କରାଯାଇପାରିବ ବୋଲି ଚିଠିରେ ଦର୍ଶାଯାଇଛି । ପରେ ସେହି ଅର୍ଥକୁ ରାଜ୍ୟ ସରକାର ଅତିରିକ୍ତ ବଜେଟରେ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।

Exit mobile version