Utkala Mirror I Odisha News, Latest Odia News

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ

ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ଥିବା ରତ୍ନଭଣ୍ଡାର ମରାମତି କାମ ସୋମବାର ସମ୍ପୂର୍ଣ୍ଣ ହୋଇଛି। ରତ୍ନଭଣ୍ଡାର ଖୋଲାଯିବାକୁ ପ୍ରାୟ ୧ ବର୍ଷ ପୁରିବାକୁ ଯାଉଥିବା ବେଳେ, ଏହାର କିଛି ଦିନ ପୂର୍ବରୁ ମରାମତି କାମ ସୋମବାର ସମ୍ପୂର୍ଣ୍ଣ ହୋଇଛି। ସୁରୁଖୁରୁରେ ସରିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ସୋମବାର ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ ଅରବିନ୍ଦ ପାଢ଼ୀ। ଧାର୍ଯ୍ୟ ନୀଳାଦ୍ରି ବିଜେ ପୂର୍ବରୁ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ ଅରବିନ୍ଦ ପାଢୀ କହିଥିଲେ ଯେ, ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ସମ୍ପୂର୍ଣ ସମାପ୍ତ ହୋଇଛି। ଗ୍ରାନାଇଟ ଚଟାଣ ନିର୍ମାଣ ସହ ଛାତରେ ୧୫ଟି ସ୍ଟେନଲେସ ଷ୍ଟିଲ ଵିମ ଲଗାଯାଇଛି। ବର୍ମାଟିକ କାଠରେ ଦ୍ୱାର ହୋଇଥିବା ବେଳେ ବାହାର ଭଣ୍ଡାର ଘର ଦୁଆର ରୁପା ଛାଉଣୀ କରାଯିବ। ଗଜପତି ମହାରାଜାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ କରାଯାଇଛି। ପ୍ରାଥମିକ ଭାବେ ଅସ୍ଥାୟୀ ଭଣ୍ଡାର ଘରୁ ରତ୍ନ ଗୁଡିକୁ ସ୍ଥାନନ୍ତର କରାଯିବ। ଏହା ପରେ ରାଜ୍ୟ ସରକାରଙ୍କ ଉଚ୍ଚ ସ୍ଥରୀୟ କମିଟି ଗଠନ କରାଯାଇ ସ୍ୱତନ୍ତ୍ର ଏସଓପି ମାଧ୍ୟମରେ ରତ୍ନ ଭଣ୍ଡାର’ର ରତ୍ନ ଗୁଡିକର ଗଣତି ମଣତି କାର୍ଯ୍ୟ କରାଯିବ। ୧୪ ଜୁଲାଇ ୨୦୨୪ରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା। ପ୍ରାଥମିକ ଭାବେ ପ୍ରଥମେ ବାହାର ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା। ପରେ ୨୦୨୪ ଅଗଷ୍ଟ ୨୩ ତାରିଖରେ ଆଇରନ ସିନ୍ଦୁକ ସ୍ଥାନାନ୍ତର ହୋଇଥିଲା। ପରେ ସେପ୍ଟେମ୍ବର ୨୪ ତାରିଖରେ ଏଏସଆଇ ଅଧିକାରୀ ମାନଙ୍କ ସ୍ୱତନ୍ତ୍ର ଟିମ ଯାଞ୍ଚ କରିଥିଲା। ଏହା ପରେ ରିପୋର୍ଟ ଆଧାରରରେ ୧୭ ଡିସେମ୍ବରର କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହାକି ୨୮ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଜାରି ରହିଥିଲା। ତେବେ ଭଣ୍ଡାର ମରାମତି କାର୍ଯ୍ୟା କରିବାକୁ ପ୍ରାୟ ୬ମାସରୁ ଅଧିକ ସମୟ ଲାଗିଥିଲା। ଲେଜର ସ୍କାନିଂ ଓ ଜିପିଆରଏସ ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ ସଂପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତି ଓ ଆଧାରରେ ଏଏସଆଇ ପକ୍ଷରୁ ସଂରକ୍ଷଣ ଓ ମରାମତି କାର୍ଯ୍ୟ କରାଯାଇଛି। ସର୍ବ ନିମ୍ନରେ ଏହା ଆସନ୍ତା ୨୦୦ ବର୍ଷ ପାଇଁ ସଂରକ୍ଷିତ ବୋଲି ଏଏସଆଇ ସୁପରିଟେଡେଣ୍ଟ ଡଃ ଡି.ବି. ଗଡ଼ନାୟକ ପ୍ରକାଶ କରିଥିଲେ। ମୋଟ ୯୫ ଦିନ ବା ୩୩୨ ଘଣ୍ଟା ୪୭ ମିନିଟ କାର୍ଯ୍ୟ କରାଯାଇଛି। ପୁରୁଣା ବିମକୁ ମିଶାଇ ମୋଟ ୨୧ଟି ବିମ ଲଗାଯାଇଛି। ଏହା ମଧ୍ୟରେ joint sealing (ଜ୍ୟାଣ୍ଟ ସେଏଲିଂ), grouting (ଗ୍ରୁଟିଙ୍ଗ), steel box bim (ଷ୍ଟିଲ ବକ୍ସ ବିମ୍), chemical washing (କେମିକାଲ ୱାସିଂ) କରାଯାଇଛି। ଦୁର୍ବଳ ଓ ଖରାପ ହୋଇଯାଇଥିବା ବାହାର୍ ରତ୍ନଭଣ୍ଡାର ପୁରୁଣା କବାଟ କଢ଼ାଯାଇ ବର୍ମା ଟିକ୍ କାଠରେ ଦ୍ଵାର ନିର୍ମାଣ କରାଯାଇଛି। ଏହି ଦ୍ଵାରକୁ ରୂପା ଛାଉଣୀ କରାଯିବ। ସେହିପରି ଭିତର ରତ୍ନଭଣ୍ଡାର ଦ୍ଵାରକୁ ସୁନା ଛାଉଣୀ କରାଯିବ। ଉଦ୍ଭୟ ଭିତର ଓ ବାହାର୍ ରତ୍ନଭଣ୍ଡାରରେ ତିନୋଟି ଲେଖାଏଁ ତାଲା ପକାଇ ଜଉମୁଦ ଦିଆଯାଇ ଚାବି ଉପଯୁକ୍ତ ସ୍ଥାନରେ ରଖାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ଓ ସ୍ଵତନ୍ତ୍ର ଏସଓପି ଅନୁଯାୟୀ ଅସ୍ଥାୟୀ ଖଟ ଓ ଫୁଲ ଶେଯ ଘରେ ଥିବା ରତ୍ନ ଅଳଙ୍କାର ବାହାର ଓ ଭିତର ରତ୍ନଭଣ୍ଡାରକୁ ଅଣାଯିବ।ଭିତର ଭଣ୍ଡାରରେ ୩ ସିନ୍ଦୁକ ଓ ୪ ଆଲମାରୀରେ ଅଳଙ୍କାର ଥିଲା

Exit mobile version