ସୁନ୍ଦରଗଡ଼ ଖଣି ଦୁର୍ନୀତି ଦୋଷୀଙ୍କ ତାଲିକା ପ୍ରସ୍ତୁତ, ଧରା ହେବେ : ଖଣିମନ୍ତ୍ରୀ

ସୁନ୍ଦରଗଡ଼ ଖଣି ଦୁର୍ନୀତିରେ ଅଭିଯୁକ୍ତଙ୍କ ଚିଠା ପ୍ରସ୍ତୁତ ହୋଇଛି। ସରକାର କାହାକୁ ଛାଡ଼ିବେ ନାହିଁ । ଖୁବ୍ ଶୀଘ୍ର ହେବ କାର୍ଯ୍ୟାନୁଷ୍ଠନ। ମାଫିଆ, ଅଧିକାରୀ ଓ ନେତା ସେ ଯିଏବି ହୁଅନ୍ତୁ, ଯିଏ ସାମିଲ ଥିବେ ସେ ବନ୍ଧା ହେବେ। ସରକାରୀ ସମ୍ପତ୍ତି ଯିଏ ଲୁଟିଛି ବନ୍ଧା ହେବେ ।  ସରକାର କାହାକୁ ଛାଡିବେ ନାହିଁ ବୋଲି ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ।
ଓଏମସି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଖଣି ମନ୍ତ୍ରୀ କହିଛନ୍ତି ଯେ, ଓଏମସି କେବଳ ଏକ ଲାଭ ଦାୟକ ସଂସ୍ଥା ନୁହେଁ । ଖଣି ଅଞ୍ଚଳଗୁଡିକରେ କିଭଳି ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତି ମିଳିବ ସେନେଇ ଗୁରୁତ୍ବ ଦିଆଯାଉଛି । ଖଣି ଅଞ୍ଚଳରେ ସେବା କାର୍ଯ୍ୟରେ ସିଏସଆର ପାଣ୍ଠିର ବିନିଯୋଗ ହେବ ସେନେଇ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଭାଗ ଏହି ଦିଗରେ କାମ କରିବ ।