ଶାଳିନୀ ପଣ୍ଡିତ, ସମର୍ଥ ବର୍ମା, ସ୍ବଧା ଦେବ ସିଂ ହେବେ ଦାୟିତ୍ବମୁକ୍ତ
୨୦୦୧ ବ୍ୟାଚ୍ ଆଇଏଏସ ଅଫିସର ଶାଳିନୀ ପଣ୍ଡିତ, ୨୦୧୧ ବ୍ୟାଚ୍ ଆଇଏଏସ ଅଫିସର ସମର୍ଥ ବର୍ମା ଓ ୨୦୧୪ ବ୍ୟାଚ୍ ଆଇଏଏସ୍ ସ୍ୱଧା ଦେବ ସିଂହଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିସାରିଥିବାବେଳେ ରାଜ୍ୟ ସରକାରଙ୍କ ଏହି ୩ଜଣ ଅଫିସରଙ୍କୁ ଚଳିତମାସ ୧୩ତାରିଖ ଅପରାହ୍ନରୁ ଦାୟିତ୍ୱମୁକ୍ତ କରିବାକୁ ଅନୁମତି ଦେଇଛନ୍ତି । ଏନେଇ ଶୁକ୍ରବାର ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜ୍ୟ ସରକାରଙ୍କ ଏହି ୩ଜଣ ଅଫିସରଙ୍କୁ ଚଳିତମାସ ୧୩ତାରିଖ ଅପରାହ୍ନରୁ ଦାୟିତ୍ୱମୁକ୍ତ କରିବାକୁ ଅନୁମତି ଦେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ମିଶନ ଶକ୍ତି ବିଭାଗର ସଚିବ ଶ୍ରୀମତୀ ପଣ୍ଡିତଙ୍କୁ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ଭାବେ ୫ବର୍ଷ ପାଇଁ ନିଯୁକ୍ତି ମିଳିଛି । ସେହିପରି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଓ ମାଇନର ମିନେରାଲସର ନିର୍ଦ୍ଦେଶକ ସମର୍ଥଙ୍କୁ ମଧ୍ୟ କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ମନ୍ତ୍ରଣାଳୟରେ ୫ବର୍ଷ ପାଇଁ ନିର୍ଦ୍ଦେଶକ ଭାବେ ମିଳିଥିବାରୁ ତାଙ୍କୁ ମଧ୍ୟ ଦାୟିତ୍ୱମୁକ୍ତ ପାଇଁ ଅନୁମତି ମିଳିଛି। ସେହିପରି ଓଡ଼ିଶା ଉଠାଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ସ୍ୱଧା ଦେବଙ୍କୁ ମଧ୍ୟ ଭାରତ ସରକାରଙ୍କ ନୂଆଦିଲ୍ଲୀସ୍ଥିତ ଜନଗଣନା କାର୍ଯ୍ୟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିବାରୁ ତାଙ୍କୁ ମଧ୍ୟ ଦାୟିତ୍ୱ ମୁକ୍ତ କରାଯାଇଛି । ଏହି ଅଫିସରମାନେ ଯେଉଁସବୁ ପଦବୀରେ କାର୍ଯ୍ୟ କରୁଥିଲେ ସେସବୁର ଦାୟିତ୍ୱ ମଧ୍ୟ ଅନ୍ୟ ଅଫିସରମାନଙ୍କୁ ନ୍ୟସ୍ତ ହୋଇଛି ।