• Home
  • ରାଜ୍ୟ
  • ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଦିଲ୍ଲୀ ଏମ୍ସରେ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Image

ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଦିଲ୍ଲୀ ଏମ୍ସରେ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ପୁରୀଜିଲ୍ଲା ବଳଙ୍ଗା ଅଞ୍ଚଳର ନାବାଳିକା ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଦିଲ୍ଲୀ ଏମ୍ସରେ ଭେଟିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଘଟିଥିବା ଅଭାବନୀୟ ଘଟଣାରେ ନାବାଳିକା ଜଣକ ନୂଆଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କର ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛି। ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ, ଏହା ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବଳଙ୍ଗା ପୀଡ଼ିତା ଏମ୍ସ ଦିଲ୍ଲୀରେ ଭର୍ତ୍ତି ନେଇ ସୂଚନା ଜାରି ହୋଇଛି। ବଳଙ୍ଗା ପୀଡ଼ିତାଙ୍କୁ ଆଜି ଅପରାହ୍ନ ୪ଟା ୨୦ରେ ଏମ୍ସ ଦିଲ୍ଲୀରେ ଭର୍ତ୍ତି କରାଯାଇଛି। ତାଙ୍କର ୭୫% ଶରୀର ପୋଡ଼ିଯାଇଥିବା ସୂଚନା ରହିଛି। ତେଣୁ ପୀଡ଼ିତାଙ୍କର ଅବସ୍ଥା ଗୁରୁତର ରହିଛି। ସେ ଏବେ ଅକ୍ସିଜେନ୍ ସପୋର୍ଟରେ ରହିଛନ୍ତି। ଏମ୍ସ ଆଇସିୟୁ ବର୍ଣ୍ଣ ୟୁନିଟ୍ ଓ ପ୍ଲାଷ୍ଟିକ ସର୍ଜରୀ ବ୍ଲକ୍ରେ ଚିକିତ୍ସା ଜାେରି ରହିଛି। ଏକ ଡାକ୍ତରୀ ଟିମ୍ ତାଙ୍କର ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି।
ପୀଡ଼ିତାଙ୍କ ଶରୀର ୭୫ ଭାଗ ପୋଡି ଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଜଟିଳ ରହିଛି ବୋଲି ଦିଲ୍ଲୀ ଏମ୍ସ ହସ୍ପିଟାଲ ପକ୍ଷରୁ ମେଡିଅା ସେଲ୍‌ ଦାୟିତ୍ୱରେ ଥିବା ଡାକ୍ତର ରୀମା ଦାଦା ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଭୁବନେଶ୍ୱରରୁ ପୀଡ଼ିତା ଏୟାରଲିଫ୍ଟ ହେବା ପରେ ସେଠାରେ ଅପରାହ୍ନ ୪ଟା ୨୦ ମିନିଟରେ ପହଞ୍ଚିଥିଲେ। ତାଙ୍କୁ ବଣ୍ର୍ଣ ଅାଣ୍ଡ ପ୍ଲାଷ୍ଟିକ୍‌ ୟୁନିଟ୍‌ ଅାଇସିୟୁରେ ରଖି ଚିକିତ୍ସା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ରହିଛି। ତାଙ୍କୁ ଏବେ ଅକ୍ସିଜେନ ସପୋର୍ଟରେ ରଖାଯାଇଛି। ଏମ୍ସ ପକ୍ଷରୁ ଗୋଟିଏ ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରି ଚିକିତ୍ସା କରୁଛନ୍ତି ବୋଲି ଡାକ୍ତର ରିମା ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ, ବଳଙ୍ଗାରେ ଶନିବାର ପୂର୍ବାହ୍ନ ପ୍ରାୟ ୯ଟା ବେଳେ ଜଣେ ୧୫ ବର୍ଷର ଝିଅକୁ ତିନି ଜଣ ଦୁର୍ବୁତ୍ତ କିରୋସିନ ଢ଼ାଳି ନିଅାଁ ଲଗାଇଥିଲେ। ସେଠାରୁ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭୁବନେଶ୍ୱର ଏମ୍ସରେ ଚିକିତ୍ସା ଲାଗି ଭତ୍ର୍ତି କରିଥିଲେ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଜଟିଳ ଥିବାରୁ ସବେର୍ାତ୍ତମ ଚିକିତ୍ସା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଏମ୍ସ ପଠାଯିବାକୁ କହିଥିଲେ। ସେହି ଅନୁସାରେ ରବିବାର ସବୁଜ ବଳୟ ମଧ୍ୟରେ ତାଙ୍କୁ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା। ତେବେ ପୀଡ଼ିତାଙ୍କ ଚିକିତ୍ସା ଲାଗି ୧୪ଜଣିଅା ଟିମ୍‌ କିଭଳି ଶନିବାରଠାରୁ ବଣ୍ର୍ଣ ୟୁନିଟରେ ରଖି ଚିକିତ୍ସା କରୁଥିଲେ ସେ ସମ୍ପର୍କରେ ନିଦେର୍ଶକ ଡାକ୍ତର ଅାଶୁତୋଷ ବିଶ୍ୱାସ ସୂଚନା ଦେଇଥିଲେ।

Releated Posts

ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଲେ ; ଏଫଏମ-ବଳଙ୍ଗା ପ୍ରସଙ୍ଗ ଏବଂ ଶକ୍ତିଶ୍ରୀ ଯୋଜନା ନେଇ ଆଲୋଚନା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଓଡିଶାର ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟିଛନ୍ତି । ତେବେ ଏହି ସାକ୍ଷାତକାରକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ…

ByByutkalamirror.comJul 21, 2025

ବଳଙ୍ଗା ପୀଡିତା ଏୟାରଲିଫ୍ଟ : ଦିଲ୍ଲୀ ଏମ୍ସରେ ହେବ ଚିକିତ୍ସା

 ଭୁବନେଶ୍ବର ଏମ୍ସରୁ ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ ହେଲେ ବଳଙ୍ଗା ପୋଡା ପୀଡିତା । ଶରୀରର ୭୫ ପ୍ରତିଶତ ପୋଡିଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ…

ByByutkalamirror.comJul 20, 2025

ଦୋଷୀଙ୍କୁ ଧରିବାକୁ ଟିମ ହୋଇଛି, କଠୋର କାର୍ଯ୍ୟାନୁଷ୍ଠାନ ହେବ : ମୁଖ୍ୟମନ୍ତ୍ରୀ

ପୁରୀ ଜିଲ୍ଲା ବଳଙ୍ଗା ଥାନା ବାୟାବର ଗାଁରେ ନାବାଳିକାଙ୍କ ଦେହରେ ୩ ଜଣ ଦୁର୍ବୃତ୍ତ ନିଆଁ ଲଗାଇବା ଘଟଣାକୁ ମୁଖ୍ୟମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଛନ୍ତି ।…

ByByutkalamirror.comJul 19, 2025

ଆଇଟିଇଆର କଲେଜରେ ନିଆଁ

ଜାଗମରାସ୍ଥିତ ଆଇଟିଇଆର କଲେଜରେ ଭୟାବହ ନିଆଁ ଲାଗିଛି। ଫଳରେ କଲେଜ ଭିତରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି । ଧୂଆଁମୟ ପରିବେଶ ଲାଗି କିଛି…

ByByutkalamirror.comJul 19, 2025