• Home
  • ରାଜ୍ୟ
  • ଏଣିକି ଅଦିନିଆ ବର୍ଷା ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଅନ୍ତର୍ଭୁକ୍ତ
Image

ଏଣିକି ଅଦିନିଆ ବର୍ଷା ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଅନ୍ତର୍ଭୁକ୍ତ

ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚ କରାଯାଇପାରିବ

ଅଦିନିଆ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ (State Specific Disaster) ଭାବେ ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି।

ଏହାଦ୍ୱାରା ଓଡ଼ିଶାର କୃଷକମାନେ ଅଦିନିଆ ବର୍ଷାରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ସହାୟତା ପାଇ ପାରିବେ। ଏସଡିଆରଏଫ୍ ବାର୍ଷିକ ଆବଣ୍ଟନର  ସର୍ବାଧିକ ୧୦ ପ୍ରତିଶତ ଅର୍ଥ ଏଥିପାଇଁ ବିନିଯୋଗ ହୋଇପାରିବ ।

ସୂଚନାଯୋଗ୍ୟ ଯେ, ୨୦୨୪ ଡିସେମ୍ୱର ମାସରେ ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ୨୨, ୭୯୧ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା ଏବଂ ପ୍ରାୟ ୬.୬୬ ଲକ୍ଷ ଚାଷୀ ପ୍ରଭାବିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱତନ୍ତ୍ର ଭାବେ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କରି ଚାଷୀମାନଙ୍କୁ ୨୯୧ କୋଟି ଟଙ୍କାର ସହାୟତା କୃଷି ଇନ୍‍ପୁଟ ରିହାତି ଆକାରରେ ପ୍ରଦାନ କରିଥିଲେ ।

ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ୱାରା ଅଦିନିଆ ବର୍ଷା ସ୍ଥାୟୀ ଭାବେ ଏକ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗୃହୀତ ହେଲା ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ଏଥିପାଇଁ କୃଷକମାନଙ୍କୁ ସହାୟତା ପ୍ରଦାନ କରାଯାଇପାରିବ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ୮ଟି ବିପର୍ଯ୍ୟୟକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି । ଏ ଗୁଡ଼ିକ ହେଲା ବଜ୍ରପାତ, ଗ୍ରୀଷ୍ମ ପ୍ରବାହ, ଘୂର୍ଣ୍ଣିଝଡ଼ , ଟର୍ନାଡୋ, ପ୍ରବଳ ବର୍ଷା ଏବଂ ବନ୍ୟା ନଥିବା ସମୟରେ ଡଙ୍ଗା ଦୁର୍ଘଟଣା, ପାଣିରେ ବୁଡ଼ି ମୃତ୍ୟୁ ହେବା ଓ ସର୍ପାଘାତ। ଅଦିନିଆ ବର୍ଷା ବିପର୍ଯ୍ୟୟ ଘୋଷିତ ହେବା ପରେ ବର୍ତ୍ତମାନ ସମୁଦାୟ ୯ଟି ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷିତ ହେଲା । ଏହାବ୍ୟତୀତ କେନ୍ଦ୍ର ସରକାର ମଧ୍ୟ ୧୨ଟି ବିପର୍ଯ୍ୟୟ ଘୋଷଣା କରିଛନ୍ତି ।

Releated Posts

ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ…

ByByutkalamirror.comJun 21, 2025

ମୁଖ୍ୟମନ୍ତ୍ରୀଙ୍କ ଡାଇରିଆ ସମୀକ୍ଷା ବୈଠକ : ଦଶହରା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ପ୍ରତୋରୋଧକ ବ୍ୟବସ୍ଥା

ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ…

ByByutkalamirror.comJun 21, 2025

ପ୍ରଧାନମନ୍ତ୍ରୀଙ୍କ ଗସ୍ତ: ଶୁକ୍ରବାର ଭୁବନେଶ୍ୱରରେ ଅଫିସ୍‌ ହାଫ୍ ଡେ

ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି…

ByByutkalamirror.comJun 20, 2025

ଓଡ଼ିଶାରେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୋଦି

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ହଜାର କୋଟିର ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।  ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ…

ByByutkalamirror.comJun 19, 2025