Image

ମେ ମାସରେ ବାତ୍ୟା “ଶକ୍ତି” ର ଭୟ

ମେ’ ୧୭ରୁ ୨୦ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ସମୟରେ ଅଧିକ ଘନିଭୁତ ହୋଇ ଏକ ଲଘୁଚାପ କ୍ଷେତ୍ର ରୂପ ନେବ । ଯାହାକି ୨୪ ତାରିଖ ସୁଦ୍ଧଶ ଅବପାତ ଓ ୨୭ ସୁଦ୍ଧା ବାତ୍ୟା ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମଡି) ଓ ବାଂଲାଦେଶ ପାଣିପାଗ ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଆଇଏମଡିର ପ୍ରଥମିକ ଆକଳନ ଅନୁସାରେ ଘୁର୍ଣ୍ଣିବଳୟଟି ବାତ୍ୟାରେ ଘନିମୂତ ହେବା ଲାଗି ବଙ୍ଗୋପସାଗରରେ ପାଗ ଅନୁକୂଳ ରହିଛି । ସାଧାରଣତଃ ମେ ମାସରେ ବାତ୍ୟା ଓଡ଼ିଶା ଉପକୂଳ ମୁହାଁ ହୋଇଥାଏ । ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଥିବାରୁ ବାତ୍ୟା ଲାଗି ପାଗ ଅନୁକୂଳ ଥିବା ଆଇଏମଡି ତାର ଦୀର୍ଘ ମିଆଦି ଆକଳନରେ ପ୍ରକାଶ ପାଇଛି ।
ବାତ୍ୟାର ଗତିପଥ ଓ ତୀବ୍ରତା ଘୁର୍ଣ୍ଣିବଳୟଟି ଲଘୁଚାପ ରୂପ ନେବା ପରେ ସ୍ପଷ୍ଟ ହେବ । ଅବପାତର ରୂପ ନେବା ପରେ ବାତ୍ୟା ସମ୍ଭବତଃ ଉତ୍ତର ଦିଗକୁ ଗତି କରିବ । ପରେ ଏହା ଅଧିକରୁ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଯଦି ବାତ୍ୟା ହୁଏ ତେବେ ଏହାର ନାମ ‘ଶକ୍ତି’ ରଖାଯିବ । ୨୪ରୁ ୨୭ ତାରିଖ ମଧ୍ୟରେ ଏହା ଓଡ଼ିଣଶାରୁ ବାଂଲାଦେଶ ଉପକୂଳ ମଧ୍ୟରେ ଉପକୂଳ ଛୁଇଁବା ସମ୍ଭାବନା ରହିଛି ।
ବାତ୍ୟା ଯଦି ବି ହୁଏ ତାହା ଭାରତୀୟ ଉପକୂଳରେ ଅଧିକ ପ୍ରଭାବ ନରହବିା ନଇେ ଆନ୍ତର୍ଜାତୀୟ ପାଣିପାଗ ମଡେଲ୍‌ ଦର୍ଶାଉଛି । ୟୁରୋପିଆନ୍‌ ମଡେଲ ଅନୁଯାୟୀ ସାମ୍ଭାବ୍ୟ ବାତ୍ୟା ବାଂଲାଦେଶରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ ରହିଛି । ସେହିପରି ଅନ୍ତର୍ଜାତୀୟ ପାଣପାଗ ସଂସ୍ଥା ୱିଣ୍ଡି ଆକଳନ ଅନୁସାରେ ବାତ୍ୟା ବାଂଲାଦେଶ ଉପକୂଳ ପାଖାପାଖି ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।
ଲଘୁଚାପ ପରେ ହିଁ ସାମ୍ଭାବ୍ୟ ବାତ୍ୟାର ଗତିପଥ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଆସିବ । ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସ୍ଥିତି ଅନୁକୂଳ ହେବାରେ ଲାଗିଛି । ବାତ୍ୟା ଲାଗି ମଧ୍ୟ ସମୁଦ୍ର ଭିତରେ ପାଗ ଅନୁକୂଳ ରହିଛି । ଏବେ ସୁଦ୍ଧା ସାମ୍ଭାବ୍ୟ ବାତ୍ୟାର କ’ଣ ପ୍ରଭାବ ରହିବ ସେନେଇ ଚିତ୍ର ସ୍ପଷ୍ଟ ନଥିବାବେଳେ ଏବେଠାରୁ ଉପକୂଳିଆଙ୍କ ମନରେ ଛନକା ପସିଛି । ପୂର୍ବରୁ ମେ ମାସରେ ଓଡ଼ିଶାବାସୀ ବାତ୍ୟାର ଚିତ୍ର ଦେଖିଛନ୍ତି । ଫନୀ, ଅମ୍ଫାନ ଓ ୟାସ ଭଳି ବାତ୍ୟା ଓଡ଼ିଶା ଉପକୂଳରେ ତାଣ୍ଡବ ରଚିଥିବା ନଜରକୁ ଆସିଛି ।

Releated Posts

ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ…

ByByutkalamirror.comJun 21, 2025

ମୁଖ୍ୟମନ୍ତ୍ରୀଙ୍କ ଡାଇରିଆ ସମୀକ୍ଷା ବୈଠକ : ଦଶହରା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ପ୍ରତୋରୋଧକ ବ୍ୟବସ୍ଥା

ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ…

ByByutkalamirror.comJun 21, 2025

ପ୍ରଧାନମନ୍ତ୍ରୀଙ୍କ ଗସ୍ତ: ଶୁକ୍ରବାର ଭୁବନେଶ୍ୱରରେ ଅଫିସ୍‌ ହାଫ୍ ଡେ

ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି…

ByByutkalamirror.comJun 20, 2025

ଓଡ଼ିଶାରେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୋଦି

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ହଜାର କୋଟିର ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।  ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ…

ByByutkalamirror.comJun 19, 2025