Utkala Mirror I Odisha News, Latest Odia News

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣ ଛାତ୍ରଙ୍କ ପ୍ରାଦୁର୍ଭାବ, କୁଳପତିଙ୍କ ନିକଟରେ ଅଭିଯୋଗ

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣ ଛାତ୍ରଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଶୈଖିକ ବାତାବରଣ ପାଇଁ ବାଧା ସୃଷ୍ଟି ହେଉଛି। ଏନେଇ କିଛି ଛାତ୍ରନେତା କୁଳପତିଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି ।

 ବହୁ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ଅପେକ୍ଷାରେ ଥିବା ଛାତ୍ରନେତାଙ୍କୁ ମଧ୍ୟରେ ଏକ ପ୍ରକାରର ପ୍ରତିଯୋଗିତା ପରିସ୍ଥିତି ସୃଷ୍ଟି ହୋଇଛି।  ବିଶେଷ କରି ରାଜ୍ୟରେ ବିଜେପି ସରକାର ଗଠନ କରିଥିବାରୁ ଏହାର ଛାତ୍ର ୱିଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ଛାତ୍ର ନେତାମାନଙ୍କ ମଧ୍ୟରେ ଏଭଳି ପ୍ରତିଯୋଗିତା ଦେଖିବାକୁ ମିଳିଛି।
ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଏବିଭିପି ଛାତ୍ର ନେତା ବିଶ୍ୱଜିତ୍ ପାତ୍ର ବିଶ୍ଵ ବିଦ୍ୟାଳୟରେ ଛାତ୍ର ଥିବା ବେଳେ କ୍ୟାମ୍ପସରୁ ଅଣ ଛାତ୍ରଙ୍କୁ ହଟାଇବା ପାଇଁ ଧାରଣାରେ ବସିଥିବା ବେଳେ ଏବେ ଅଣ ଛାତ୍ରଙ୍କୁ ଏକାଠି କରି କ୍ୟାମ୍ପସରେ ବାଇକ ଶୋଭାଯାତ୍ରା କରିବା ଘଟଣାକୁ ଏବେ ଅନ୍ୟ ଛାତ୍ର ସଂଗଠନ ତୀବ୍ର ନିନ୍ଦା କରିଛନ୍ତି। ଏପରିକି ବିଶ୍ୱଜିତଙ୍କ ବାଇକ୍ ଶୋଭାଯାତ୍ରା ପୋଲିସ ଉପସ୍ଥିତିରେ କରାଯାଇଥିଲା । ଏନେଇ ବିଶ୍ଵ ବିଦ୍ୟାଳୟର ବିସିଜେଡି ଛାତ୍ର ସଂଗଠନର ଛାତ୍ରନେତା ମାନେ ଭିସିଙ୍କୁ ଭେଟି ବିଶ୍ୱଜିତଙ୍କ ନାମରେ ଅଭିଯୋଗ କରିଛନ୍ତି । ବିଶ୍ବବିଦ୍ୟାଳୟ ପରିସରରେ ଅଣ ଛାତ୍ରଙ୍କ ପ୍ରବେଶକୁ ନେଇ ବିଜେଡି ଛାତ୍ରନେତା କୁଳପତିଙ୍କ ନିକଟରେ ଆପତ୍ତି ଉଠାଇଛନ୍ତି ।

Exit mobile version