ଏୟାର ଷ୍ଟ୍ରାଇକ ପରେ ୨୭ ଏୟାରପୋର୍ଟ ବନ୍ଦ, ୪୩୦ ଫ୍ଲାଇଟ୍ ବାତିଲ

ଏୟାରଷ୍ଟ୍ରାଇକ ପରେ ଭାରତର ୨୭ ବିମାନ ବନ୍ଦର  ବିପଦରେ । ଏଥିପାଇଁ ଏୟାରପୋର୍ଟକୁ ବନ୍ଦ କରି ଦିଆଯାଇଛି। ଏଥିସହ ୪୩୦ ଫ୍ଲାଇଟକୁ ବାତିଲ କରାଯାଇଛି । ମେ’ ୧୦ ତାରିଖ ଯାଏଁ ଉତ୍ତର ଓ ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ବିମାନବନ୍ଦର ବନ୍ଦ କରିଦିଆଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଏହି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର।
   ପାକିସ୍ତାନରେ ଆତଙ୍କବାଦୀ ଠିକଣା ଉପରେ ଭାରତର ଅପରେସନ ସିନ୍ଦୂର କରାଯିବା ପରେ ସୀମାରେ ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଡରରେ ଗର୍ଜୁଛି ଗୁଳିଗୋଳା । ଯାହାକୁ ନେଇ ଛାନିଆ ସୀମାନ୍ତ ଗାଁର ଲୋକେ । ଯୁଦ୍ଧ ହେଲେ କରିବେ କ’ଣ ? ଜୀବନ ବଞ୍ଚାଇବେ କେମିତି ? ସେହି ଚିନ୍ତା ଏବେ ଘାରିଛି ।