ପାକିସ୍ତାନରେ ପ୍ରଚଣ୍ଡ ବିସ୍ଫୋରଣ, କରାଚୀରେ ବିମାନ ସେବା ବନ୍ଦ

ରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ବୃଦ୍ଧି ପାଉଥିବା ବେଳେ ଭାରତର ଏୟାର ଷ୍ଟ୍ରାଇକ ଯୋଗୁଁ ଭୟଭୀତ ଅବସ୍ଥାରେ ଅଛନ୍ତି ପାକିସ୍ତାନର ଲୋକେ । ଚାରିଆଡେ ଆତଙ୍କ ଖେଳୁଥିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ ଶୁଭିଛି ପାକିସ୍ତାନର ଲାହୋରରେ । ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଖବର ମୁତାବକ, ଗୁରୁବାର ସକାଳେ ଏହି ବିସ୍ଫୋରଣ ଶୁଣିବାକୁ ମିଳିଛି । ଏହା ପରେ ସାଇରନ ବାଜିଥିଲା ଏବଂ ଲୋକମାନେ ଘରୁ ବାହାରକୁ ପଳାଇଥିଲେ ।
ୱାଲଟନ ବିମାନବନ୍ଦର ନିକଟ ଗୋପାଳ ନଗର ଓ ନଶିରାବାଦରେ ଏହି ବିସ୍ଫୋରଣ ଶୁଣାଯାଇଥିଲା । ଯାହା ପରେ କରାଚୀ, ଲାହୋର ଏବଂ ସିଆଲକୋଟରେ ଅସ୍ଥାୟୀ ଭାବେ ବିମାନ ସେବା ବନ୍ଦ କରାଯାଇଛି ।ପାକିସ୍ତାନର ଏୟାରସ୍ପେସ୍ ସମ୍ପୂର୍ଣ୍ଣ ବନ୍ଦ ରହିଛି ।  କିନ୍ତୁ ଏହି ବିସ୍ଫୋରଣ କାରଣ ଅସ୍ପଷ୍ଟ ରହିଛି ।