ସିଆଲକୋଟରେ ଆତଙ୍କୀ ଲଞ୍ଚପ୍ୟାଡ୍ ଧ୍ବଂସ

ପାକ୍‌ ଅଧିକୃତ କାଶ୍ମୀର(ପିଓକେ)ର ସିଆଲକୋଟରେ ଥିବା ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ୍‌କୁ ଧ୍ବଂସ କରିଛି ଭାରତୀୟ ସେନା। ଏହାର ଏକ ଭିଡିଓ ଜାରି କରି ସ୍ପଷ୍ଟ କରିଛି ସୀମା ସୁରକ୍ଷା ବଳ(ବିଏସଏଫ)।
ସିଆଲକୋଟର ଲୁନିଠାରେ ଏହି ଲଞ୍ଚପ୍ୟାଡ୍‌ ରହିଥିଲା। ଏହିଠାରୁ ପାକିସ୍ତାନୀ ସେନା ପକ୍ଷରୁ ଆତଙ୍କବାଦୀମାନଙ୍କୁ ଭାରତରେ ଅନୁପ୍ରବେଶ କରାଯାଇଥାଏ। ତା’ ସହିତ ବର୍ତ୍ତମାନ ଯୁଦ୍ଧ ସ୍ଥିତିରେ  ପାକ୍ ସେନା ପକ୍ଷରୁ ଏଠାରୁ ଡ୍ରୋନ ଲଞ୍ଚ କରି ଭାରତକୁ ପଠାଯାଇଥାଏ। ଏହାକୁ ଧ୍ବଂସ କରିବାରେ ସେନା ସଫଳ ହୋଇଛି।