ସୋମବାର ଭାରତ ଓ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା ହେବ । ତେବେ ଏହି ଆଲୋଚନା କେବଳ ପିଓକେ ସମ୍ପର୍କରେ ହେବ ଏବଂ ଏଥିରେ କାହାର ମଧ୍ୟସ୍ଥତାର ଆବଶ୍ୟକତା ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆମେରିକାର ଉପ-ରାଷ୍ଟ୍ରପତି ଜେ ଡି ଭାନ୍ସଙ୍କ ସହ ଟେଲିଫୋନ ମାଧ୍ୟମରେ କଥା ହେବା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଯଦି ପାକିସ୍ତାନ ଆଗକୁ ଆତଙ୍କବାଦୀଙ୍କ ପ୍ରୋତ୍ସାହିତ କରେ ଏବଂ ଭାରତରେ ହିଂସା ସହିତ ନିରୀହ ଲୋକଙ୍କ ଜୀବନହାନିର କାରଣ ହୁଏ ତେବେ ଭାରତ ଆହୁରି ଭୟଙ୍କର ଭାବେ ଆକ୍ରମଣ କରିବ ଏବଂ ପାକିସ୍ତାନକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି ।
ସୋମବାର କେବଳ ପିଓକେ ନେଇ ଆଲୋଚନା : ମୋଦି
