• Home
  • ଦେଶ ବିଦେଶ
  • ପାକିସ୍ତାନ ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ ଗୁଜବ : ବାୟୁ ସେନା
Image

ପାକିସ୍ତାନ ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ ଗୁଜବ : ବାୟୁ ସେନା

କିରାନା ହିଲ୍ସରେ ପାକିସ୍ତାନର ତଥାକଥିତ ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ ଗୁଜବକୁ ଭାରତୀୟ ବାୟୁସେନା ପକ୍ଷରୁ ଖଣ୍ଡନ କରାଯାଇଛି। ସୋମବାର ଗଣମାଧ୍ୟମକର ପ୍ରଶ୍ନର ଉତ୍ତରରେ ବ୍ୟଙ୍ଗାତ୍ମକ ଢଙ୍ଗରେ ଏୟାର ମାର୍ଶଲ ଏ.କେ. ଭାରତୀ କହିଛନ୍ତି ଯେ କିରାନା ହିଲ୍ସ ଉପରେ ପରମାଣୁ ପ୍ରତିଷ୍ଠାନ ରହିଛି ବୋଲି ଆମେ ଜାଣି ନଥିଲୁ । ସେ ବିଷୟରେ ଆମକୁ ଜଣାଇଥିବାରୁ ଧନ୍ୟବାଦ ।
ସେନାର ମିଳିତ ପ୍ରେସ ବ୍ରିଫିଂରେ ଏୟାର ମାର୍ଶାଲ ଏ କେ ଭାରତୀଙ୍କ ସହ ସ୍ଥଳସେନାର ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ନୌସେନାର ଭାଇସ୍ ଆଡମିରାଲ ଏଏନ ପ୍ରମୋଦ ଉପସ୍ଥିତ ଥିଲେ । ସେମାନେ କହିଥିଲେ ଯେ ପାକିସ୍ତାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣକୁ ନେଇ ସୋସିଆଲ ମିଡିଆ ଚର୍ଚ୍ଚା ଷଡ଼ଯନ୍ତ୍ରକୁ ପ୍ରୋତ୍ସାହିତ କରୁଛି ।
ସର୍ଗୋଧା ବାୟୁସେନା ଘାଟି ନିକଟବର୍ତ୍ତୀ କିରାନା ହିଲ୍ସରେ ଏକ ପରମାଣୁ କେନ୍ଦ୍ର ଉପରେ ଭାରତୀୟ ସେନାର ଆକ୍ରମଣକୁ ନେଇ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରାଯାଉଛି ।
ସେ କହିଥିଲେ ଯେ ଆମେ ପାକିସ୍ତାନର ରେୟିମିୟାର ଖାନ ଏୟାରବେସକୁ ନଷ୍ଟ କରିଦେଇଛୁ । ଭାରତୀୟ ବାୟୁସେନାର ଆକ୍ରମଣରେ ଏହାର ରନୱେ ମଧ୍ୟରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି ।
ଏୟାର ମାର୍ଶାଲ ଭାରତୀ ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟ କେବଳ ଆତଙ୍କବାଦୀ ଓ ସେମାନଙ୍କ ସମରଥିତ ନେଟୱାର୍କକୁ ଟାର୍ଗେଟ କରିଥିଲା, ପାକିସ୍ତାନର ସାମରିକ ବାହିନୀକୁ ନୁହେଁ । କିନ୍ତୁ ପାକିସ୍ତାନୀ ସେନା ହସ୍ତକ୍ଷେପ କରି ଆତଙ୍କବାଦୀଙ୍କୁ ସମର୍ଥନ କରିଥିଲା । ଶେଷରେ ଆମେ ତା’ର ଜବାବ ଦେବାକୁ ବାଧ୍ୟ ହେଲୁ । ଏଥିଯୋଗୁଁ ସେମାନେ ଯାହା କ୍ଷତି ସହିଲେ, ତାହା ସେମାନେ ହିଁ ଦାୟୀ ।
ଏହି ଯୁଦ୍ଧରୁ କି ସନ୍ଦେଶ ମିଳିଲା ବୋଲି ପ୍ରଶ୍ନର ଉତ୍ତରରେ ସେ ରାମ ଚରିତ ମାନସର ଏକ ପଙ୍‌କ୍ତି ଶୁଣାଇଥିଲେ,
ବିନୟ ନ ମାନତ ଜଲଧି
ଜଡ଼ ତିନି ଦିନ ବିତି
ବୋଲେ ରାମ ସକୋପ ତବ
ଭୟ ବିନୁ ହୋଇ ନ ପ୍ରୀତି ସେ କହିଲେ ଯେ ସମଝଦାର କୋ ଇସାରା କାଫି ହୈ । ଶେଷରେ ସେ ସ୍ପଷ୍ଟ ଭାବେ କହିଲେ ଯେ ଆମର ସମସ୍ତ ସେନାବେସ, ସମସ୍ତ ଯନ୍ତ୍ରପାତି ଓ ସିଷ୍ଟମ ଏବେ ବି ସକ୍ରିୟ ଅଛି ଏବଂ ପରବର୍ତ୍ତୀ ମିଶନ ପାଇଁ ଆମେ ପ୍ରସ୍ତୁତ ଅଛୁ ।

Releated Posts

ଟ୍ରମ୍ପ-ମସ୍କ ଫାଟ : ଏଲନ୍ ମସ୍କ ଗଠନ କରିବେ ‘ଦି ଆମେରିକା ପାର୍ଟି’ !

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ମଧ୍ୟରେ ଥିବା ରାଜନୈତିକ ସମ୍ପର୍କ ହଠାତ୍ ତିକ୍ତ ହୋଇଛି।…

ByByutkalamirror.comJun 8, 2025

ବିଜେଡି ନେତା ପିନାକୀ ମିଶ୍ର ଓ ମହୁଆ ମୋଇତ୍ରାଙ୍କ ବିବାହ ଚର୍ଚ୍ଚା

ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇତ୍ରା ଏବଂ ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କ ମଧ୍ୟରେ…

ByByutkalamirror.comJun 5, 2025

ତତ୍କାଳ ଟିକେଟ୍ ବୁକିଂ ପାଇଁ ଇ-ଆଧାର ପ୍ରାମାଣିକରଣ

ଭାରତୀୟ ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ତତ୍କାଳ ଟିକେଟ୍ ବୁକିଂ ପାଇଁ ଇ-ଆଧାର ପ୍ରାମାଣିକରଣ ବ୍ୟବସ୍ଥା ଲାଗୁ କରିବାକୁ ଘୋଷଣା କରିଛି। କେନ୍ଦ୍ର…

ByByutkalamirror.comJun 5, 2025

ଚିନ୍ନସ୍ବାମୀରେ ଆରସିବି ଟିମକୁ ସମ୍ବର୍ଦ୍ଧନା : ଦଳାଚକଟାରେ ୧୧ ଫ୍ୟାନଙ୍କ ମୃତ୍ୟୁ

ଚଳିତ ବର୍ଷ ଆଇପିଏଲ ଚାମ୍ପିୟନ ହୋଇଥିବା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଖେଳାଳୀଙ୍କୁ ସମ୍ବର୍ଦ୍ଧନା ସମାରୋହରେ ଦଳାଚକଟାରୁ ୧୧ ଜଣ ପ୍ରାଣ ହରାଇଛନ୍ତି ଏବଂ…

ByByutkalamirror.comJun 4, 2025