ସିବିଏସଇ ଦଶମ ରେଜଲ୍ଟ- ପାସ୍‍ ହାର ୯୩.୬୬ ପ୍ରତିଶତ

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପରେ ଏବେ ଦଶମ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ସିବିଏସଇ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହୋଇଛି । ଚଳିତ ବର୍ଷ ମୋଟ ପାସ୍‍ହାର ୯୩.୬୬ପ୍ରତିଶତ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‍ହାର ୨.୩୭ପ୍ରତିଶତ ଅଧିକ ରହିଛି । ଗତବର୍ଷ ତୁଳନାରେ ୦.୦୬ପ୍ରତିଶତ ଅଧିକ ରହିଛି । ଭୁବନେଶ୍ୱର ଜୋନରେ ପାସ୍‍ହାର ୯୨.୬୪ପ୍ରତିଶତ ରହିଛି ।
ଦଶମ ରେଜଲ୍ଟରେ ସଫଳତାରେ ତ୍ରିଭେନ୍ଦ୍ରମ ଆଗରେ ରହିଥିବାରୁ ଏଠାରେ ପାସ୍‍ହାର ୯୯.୭୯ପ୍ରତିଶତ ରହିଛି । ସେହିପରି ବିଜୟୱାଡା ପାସହାର ୯୯.୭୯ପ୍ରତିଶତ ଏବଂ ବେଙ୍ଗାଲୁରୁ ପାସ୍‍ହାର ୯୮.୯୦ପ୍ରତିଶତ । ଚଳିତ ବର୍ଷ ସିବିଏସଇ ଦଶମରେ ୨୩ଲକ୍ଷ ୭୧ହଜାର ୯୩୯ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।