ମେ’ ୧୭ରୁ ୨୦ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ସମୟରେ ଅଧିକ ଘନିଭୁତ ହୋଇ ଏକ ଲଘୁଚାପ କ୍ଷେତ୍ର ରୂପ ନେବ । ଯାହାକି ୨୪ ତାରିଖ ସୁଦ୍ଧଶ ଅବପାତ ଓ ୨୭ ସୁଦ୍ଧା ବାତ୍ୟା ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମଡି) ଓ ବାଂଲାଦେଶ ପାଣିପାଗ ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଆଇଏମଡିର ପ୍ରଥମିକ ଆକଳନ ଅନୁସାରେ ଘୁର୍ଣ୍ଣିବଳୟଟି ବାତ୍ୟାରେ ଘନିମୂତ ହେବା ଲାଗି ବଙ୍ଗୋପସାଗରରେ ପାଗ ଅନୁକୂଳ ରହିଛି । ସାଧାରଣତଃ ମେ ମାସରେ ବାତ୍ୟା ଓଡ଼ିଶା ଉପକୂଳ ମୁହାଁ ହୋଇଥାଏ । ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଥିବାରୁ ବାତ୍ୟା ଲାଗି ପାଗ ଅନୁକୂଳ ଥିବା ଆଇଏମଡି ତାର ଦୀର୍ଘ ମିଆଦି ଆକଳନରେ ପ୍ରକାଶ ପାଇଛି ।
ବାତ୍ୟାର ଗତିପଥ ଓ ତୀବ୍ରତା ଘୁର୍ଣ୍ଣିବଳୟଟି ଲଘୁଚାପ ରୂପ ନେବା ପରେ ସ୍ପଷ୍ଟ ହେବ । ଅବପାତର ରୂପ ନେବା ପରେ ବାତ୍ୟା ସମ୍ଭବତଃ ଉତ୍ତର ଦିଗକୁ ଗତି କରିବ । ପରେ ଏହା ଅଧିକରୁ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଯଦି ବାତ୍ୟା ହୁଏ ତେବେ ଏହାର ନାମ ‘ଶକ୍ତି’ ରଖାଯିବ । ୨୪ରୁ ୨୭ ତାରିଖ ମଧ୍ୟରେ ଏହା ଓଡ଼ିଣଶାରୁ ବାଂଲାଦେଶ ଉପକୂଳ ମଧ୍ୟରେ ଉପକୂଳ ଛୁଇଁବା ସମ୍ଭାବନା ରହିଛି ।
ବାତ୍ୟା ଯଦି ବି ହୁଏ ତାହା ଭାରତୀୟ ଉପକୂଳରେ ଅଧିକ ପ୍ରଭାବ ନରହବିା ନଇେ ଆନ୍ତର୍ଜାତୀୟ ପାଣିପାଗ ମଡେଲ୍ ଦର୍ଶାଉଛି । ୟୁରୋପିଆନ୍ ମଡେଲ ଅନୁଯାୟୀ ସାମ୍ଭାବ୍ୟ ବାତ୍ୟା ବାଂଲାଦେଶରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ ରହିଛି । ସେହିପରି ଅନ୍ତର୍ଜାତୀୟ ପାଣପାଗ ସଂସ୍ଥା ୱିଣ୍ଡି ଆକଳନ ଅନୁସାରେ ବାତ୍ୟା ବାଂଲାଦେଶ ଉପକୂଳ ପାଖାପାଖି ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।
ଲଘୁଚାପ ପରେ ହିଁ ସାମ୍ଭାବ୍ୟ ବାତ୍ୟାର ଗତିପଥ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଆସିବ । ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସ୍ଥିତି ଅନୁକୂଳ ହେବାରେ ଲାଗିଛି । ବାତ୍ୟା ଲାଗି ମଧ୍ୟ ସମୁଦ୍ର ଭିତରେ ପାଗ ଅନୁକୂଳ ରହିଛି । ଏବେ ସୁଦ୍ଧା ସାମ୍ଭାବ୍ୟ ବାତ୍ୟାର କ’ଣ ପ୍ରଭାବ ରହିବ ସେନେଇ ଚିତ୍ର ସ୍ପଷ୍ଟ ନଥିବାବେଳେ ଏବେଠାରୁ ଉପକୂଳିଆଙ୍କ ମନରେ ଛନକା ପସିଛି । ପୂର୍ବରୁ ମେ ମାସରେ ଓଡ଼ିଶାବାସୀ ବାତ୍ୟାର ଚିତ୍ର ଦେଖିଛନ୍ତି । ଫନୀ, ଅମ୍ଫାନ ଓ ୟାସ ଭଳି ବାତ୍ୟା ଓଡ଼ିଶା ଉପକୂଳରେ ତାଣ୍ଡବ ରଚିଥିବା ନଜରକୁ ଆସିଛି ।