• Home
  • ରାଜ୍ୟ
  • ୫୦ ପ୍ରତିଶତ ବାଦ୍ ଦିବ୍ୟାଙ୍ଗ ଓ ଅନ୍ୟାନ୍ୟ ବର୍ଗ : ସୂର୍ଯ୍ୟବଂଶୀ
Image

୫୦ ପ୍ରତିଶତ ବାଦ୍ ଦିବ୍ୟାଙ୍ଗ ଓ ଅନ୍ୟାନ୍ୟ ବର୍ଗ : ସୂର୍ଯ୍ୟବଂଶୀ

ସ୍ପଷ୍ଟ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏସଟି ଓ ଏସସିଙ୍କ ଏବଂ ଏସଇବିସି ସଂରକ୍ଷଣ ୫୦ ପ୍ରତିଶତରେ ସୀମିତ ଦିବ୍ୟାଙ୍ଗଙ୍କ ଓ ପୂର୍ବତନ ସେନାନୀଙ୍କ ପରିବାରକୁ ୧ % ସଂରକ୍ଷଣ ଜାତିଭିତ୍ତିକ ନୁହେଁ 

ସାମାଜିକ ଓ ଆର୍ଥିକ ଅନଗ୍ରସର (ଏସଇବିସି) ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି । କ୍ୟାବିନେଟ୍‌ ନିଷ୍ପତ୍ତି ନେଇ ଥିବା ଦ୍ବନ୍ଦ୍ବ ଉଚ୍ଚଶିକ୍ଷା ମନ୍ତ୍ରୀ ଦୂର କରିଛନ୍ତି । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, “ଜାତିଭିତ୍ତିକ ସଂରକ୍ଷଣ ୫୦% ଟପିବନି ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଏଥିପାଇଁ SEBC ବର୍ଗଙ୍କ ନାମଲେଖା ନେଇ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଏସସି ଏବଂ ଏସଟି ବର୍ଗଙ୍କ ପାଇଁ ୩୮.୭୫% ସଂରକ୍ଷଣ ବ୍ୟବସ୍ଥା ରହିଛି । ଏସଇବିସି ସଂରକ୍ଷଣ ୧୧.୨୫% ମିଶିଲେ ଏହା ୫୦%ରେ ସୀମିତ । ଦିବ୍ୟାଙ୍ଗଙ୍କ ୬% ଓ ପୂର୍ବତନ ସେନା ଅଧିକାରୀଙ୍କ ପରିବାରକୁ ୧% ସଂରକ୍ଷଣ ଭିନ୍ନ । କାରଣ ଏମାନଙ୍କୁ ଦିଆଯାଇଥିବା ସଂରକ୍ଷଣ ଜାତିଭିତ୍ତିକ ନୁହେଁ । ଏହା ସୁପ୍ରିମକୋର୍ଟ ଗାଇଡଲାଇନ ଉଲ୍ଲଙ୍ଘନ କରୁନାହିଁ  ବୋଲି ମନ୍ତ୍ରୀ କହିଛନ୍ତି ।

ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀ ସରକାରଙ୍କ ନିଷ୍ପତ୍ତିକୁ ଅସମ୍ପୂର୍ଣ୍ଣ ବୋଲି କହି ସମାଲୋଚନା କରିଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି । ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଯେଉଁମାନେ ଆଦୌ ସଂରକ୍ଷଣ ଦେଇନଥିଲେ ସେମାନଙ୍କର କମ୍ ବେଶୀ ଅଭିଯୋଗ କରିବାର ଅଧିକାର ନାହିଁ। ଆମେ ଯଦି ପୂର୍ବ ସରକାରଙ୍କ ଠାରୁ କମ୍ କରି ଦେଇଥାନ୍ତୁ ସେତେବେଳେ ତାଙ୍କ କଥା ଗ୍ରହଣୀୟ ହେଇଥାନ୍ତା। ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗଙ୍କ ପାଇଁ ସ୍କୁଲ୍ ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ସରକାର ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ସାମାଜିକ ନ୍ୟାୟ ପ୍ରଦାନ କରିଛନ୍ତି । ପୂର୍ବରୁ ଏହା ନଥିବାବେଳେ ଆମ ସରକାର ୧ ବର୍ଷ ଭିତରେ ଲାଗୁ କରିଛନ୍ତି।  ସୁପ୍ରିମ କୋର୍ଟ କ୍ୟାପ ଅନୁଯାୟୀ ଜାତି ଭିତ୍ତିକ ଆରକ୍ଷଣ ୫୦% ରୁ ଅଧିକ ହୋଇପାରିବ ନାହିଁ। ପଛୁଆ ବର୍ଗଙ୍କ ସଂରକ୍ଷଣ ପରେ ବଳକା ୧୧.୨୫% ଏସଇବିସିଙ୍କ ପାଇଁ ଦିଆଯାଇଛି । ଯାହା ତାଙ୍କୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିବ। ଉଚ୍ଚଶିକ୍ଷା ବିଭାଗରେ ଆମେ ଲାଗୁ କରିଛୁ । ଅନ୍ୟ ବୈଷୟିକ ଶିକ୍ଷା କ୍ଷେତ୍ରରେ ଲାଗୁ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍ତି ।

Releated Posts

ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ…

ByByutkalamirror.comJun 21, 2025

ମୁଖ୍ୟମନ୍ତ୍ରୀଙ୍କ ଡାଇରିଆ ସମୀକ୍ଷା ବୈଠକ : ଦଶହରା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ପ୍ରତୋରୋଧକ ବ୍ୟବସ୍ଥା

ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ…

ByByutkalamirror.comJun 21, 2025

ପ୍ରଧାନମନ୍ତ୍ରୀଙ୍କ ଗସ୍ତ: ଶୁକ୍ରବାର ଭୁବନେଶ୍ୱରରେ ଅଫିସ୍‌ ହାଫ୍ ଡେ

ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି…

ByByutkalamirror.comJun 20, 2025

ଓଡ଼ିଶାରେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୋଦି

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ହଜାର କୋଟିର ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।  ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ…

ByByutkalamirror.comJun 19, 2025