• Home
  • ରାଜ୍ୟ
  • ଚାରମିନାର ନିକଟରେ ଅଗ୍ନିକାଣ୍ଡ ୮ଶିଶୁ ସମେତ ୧୭ ଜଳିଗଲେ
Image

ଚାରମିନାର ନିକଟରେ ଅଗ୍ନିକାଣ୍ଡ ୮ଶିଶୁ ସମେତ ୧୭ ଜଳିଗଲେ

ହାଇଦ୍ରାବାଦର ଐତିହାସିକ ଚାରମିନାର ନିକଟରେ ଥିବା ଏକ କୋଠାରେ ନିଆଁ ଲାଗି ୮ ଶିଶୁ ଏବଂ ୫ ମହିଳାଙ୍କ ସମେତ ୧୭ଜଣ ପ୍ରାଣ ହରାଇଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି । ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ନଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ହାଇଦ୍ରାବାଦ ପୋଲିସ ସୂଚନା ଅନୁଯାୟୀ ରବିବାର ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଚାରମିନାର ନିକଟରେ ଥିବା ଗୁଲଜାର ହାଉସରେ ନିଆଁ ଲାଗିଥିଲା । କୋଠାରୁ ଧୂଆଁ ବାହାରୁଥିବା ଦେଖ । ସ୍ଥାନୀୟ ଲୋକେ ପୋଲିସ ଏବଂ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ତତ୍କାଳ ଘଟଣାସ୍ଥଳରେ ପହଞ୍ଚିବା ପରେ ନିଆଁ ଲିଭାଇବା ସହିତ କୋଠାରୁ ଲୋକଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଥିଲା । ପ୍ରାୟ ୬ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଘର ଭିତରୁ ଲୋକଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ପଠାଯାଇଥିଲା ।

ସେଠାରେ ଡାକ୍ତର ୧୭ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୧୫ଜଣଙ୍କୁ ଚିକିତ୍ସା କରାଯାଉଛି ।

ହାଇଦ୍ରାବାଦର ଏହି ଅଗ୍ନିକାଣ୍ଡରେ ୧୭ଜଣଙ୍କ ମୃତ୍ୟୁ ଖବର ଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ରିଲିଫ ପାଣ୍ଠିରୁ ମୃତକଙ୍କ ସମ୍ପର୍କୀୟଙ୍କ ନିମନ୍ତେ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ହସ୍ପିଟାଲରେ ଚିକିତ୍ସାଧିନଙ୍କୁ ଭେଟିଛନ୍ତି । ଆହତଙ୍କୁ ସମସ୍ତ ସମ୍ଭାବ୍ୟ ଚିକିତ୍ସାସେବା ପ୍ରଦାନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରି କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ମଧ୍ୟ ଅଗ୍ନିକାଣ୍ତରେ ୧୭ଜଣଙ୍କ ମୃତ୍ୟୁ ଖବର ଶୁଣି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଏବଂ ଆହତଙ୍କ ଆଶୁ ଆରୋଗ୍ୟକାମନା କରିଛନ୍ତି ।

Releated Posts

ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ…

ByByutkalamirror.comJun 21, 2025

ମୁଖ୍ୟମନ୍ତ୍ରୀଙ୍କ ଡାଇରିଆ ସମୀକ୍ଷା ବୈଠକ : ଦଶହରା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ପ୍ରତୋରୋଧକ ବ୍ୟବସ୍ଥା

ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ…

ByByutkalamirror.comJun 21, 2025

ପ୍ରଧାନମନ୍ତ୍ରୀଙ୍କ ଗସ୍ତ: ଶୁକ୍ରବାର ଭୁବନେଶ୍ୱରରେ ଅଫିସ୍‌ ହାଫ୍ ଡେ

ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି…

ByByutkalamirror.comJun 20, 2025

ଓଡ଼ିଶାରେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୋଦି

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ହଜାର କୋଟିର ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।  ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ…

ByByutkalamirror.comJun 19, 2025