Image

ଦୁଇ ରୁ ତିନିଦିନ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ଲଘୁଚାପ
ଗୁରୁବାର ଯାଏଁ ରାଜ୍ୟ ସାରା ବର୍ଷା
ଉପକୂଳ ଓ ଆଭ୍ୟନ୍ତରୀଣରେ ପ୍ରବଳ ବର୍ଷା ରେକର୍ଡ
୩ ଦିନରେ ମୌସୁମୀ ଓଡ଼ିଶା ଛୁଇଁବାକୁ ପାଗ ଅନୁକୂଳ
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।  ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ଘନୀଭୂତ ହେବ । ଏହା ଧିରେ ଧିରେ ଉତ୍ତରମୁହାଁ ହେବା ସହ ଓଡ଼ିଶାର ବହୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇବ । ଏନେଇ ପହିଲା ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ସ୍ଥାନେ ସ୍ଥାନେ ବିଜୁଳି ଘଡଘଡ଼ି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ।
ରାଜ୍ୟରେ ଗତ ୨ ଦିନ ହେବ ଲଗାଣ ବର୍ଷା ଜାରି ରହିଛି । ମଙ୍ଗଳବାର ସକାଳୁ ପାରାଦ୍ୱୀପରେ ସର୍ବାଧିକ ବର୍ଷା ୩୦.୬ ମିମି ରେକର୍ଡ ହୋଇଥିବାବେଳେ ଭବାପୀପାଟଣା ୨୯ ମିମି, ଦାରିଙ୍ଗବାଡ଼ିରେ ୨୮ମିମି, ସମ୍ବଲପୁରରେ ୨୬ ମିମି ରେକର୍ଡ କରାଯାଇଛି । ଦୁଇ ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଆଶା କରାଯାଉଥିବାବେଳେ ଏଥିଲାଗି ପାଗ ପୁରା ଅନୁକୂଳ ରହିଛି ।ଆଗାମୀ ପାଞ୍ଚ ଦିନ ଯାଏଁ ଓଡ଼ିଶାରେ ଅନେକ ଜାଗାରେ ବର୍ଷା ଲାଗି ରହିବ ।  ତିନି ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଜିବାକୁ ବାରଣ କରାଯାଇଥିବା ନିର୍ଦ୍ଦେଶକ ଶ୍ରୀମତୀ ମହାନ୍ତି କହିଛନ୍ତି।
ରାଜ୍ୟ ସାରା ପାଗ ମେଘୁଆ ରହିବା ସହ ବର୍ଷା ହେବ । ୩୦ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ପରିମାଣ ହ୍ରାସ ପାଇବ, କିନ୍ତୁ ଆଭ୍ୟନ୍ତରୀଣ ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବା ନେଇ ସତର୍କତା ଜାରି ହୋଇଥିବା ନିର୍ଦ୍ଦେଶକ ଶ୍ରୀମତୀ ମହାନ୍ତି କହିଛନ୍ତି ।  ସୋମବାର ଭଳି ମଙ୍ଗଳବାର ମଧ୍ୟ ରାଜ୍ୟରେ ଦିନ ତାପମରାତ୍ରା ସବୁଠି ୪୦ ଡତିଗ୍ରୀ ତଳକୁ ଖସିଛି। ଆସନ୍ତା ସପ୍ତାହକ ତାତି ବଢ଼ିବା ନେଇ କୌଣସି ପୂର୍ବାକଳନ ଜାରି କରାଯାଇନାହିଁ । ବୁଧବାର ଜଗତସିଂହପୁର, ପୁରୀ, କଟକ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଘଣ୍ଟାପ୍ରତି ୩୦ରୁ ୫୦ କିମି ବେଗରେ ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧ ତାରିଖ ଯାଏଁ ରାଜ୍ୟକୁ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ନେଇ ସତର୍କତା ଜାରି ହୋଇଥିବାବେଳେ ମୌସୁମୀ ଓଡ଼ିଶା ଛୁଇଁବାକୁପାଗ ଅନୁକୂଳ ଥିବା ନିର୍ଦ୍ଦେଶକ ଶ୍ରୀମତୀ ମହାନ୍ତି କହିଛନ୍ତି ।
ଆଗାମୀ ୩ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ । ଏହାସହ ମୌସୁମୀ କେନ୍ଦ୍ରୀୟ ଆରବ ସାଗରର ଅବଶିଷ୍ଟ ଅଂଶ, ଓଡ଼ିଶାର କିଛି ଅଂଶ, ମହାରାଷ୍ଟ୍ରର ଆହୁରି କିଛି ଅଂଶ, କର୍ଣ୍ଣାଟକର ଅବଶିଷ୍ଟ ଅଂଶ, ତେଲେଙ୍ଗାନାର କିଛି ଅଂଶ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମକେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରର କିଛି ଅଂଶ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଅବଶିଷ୍ଟ ଅଂଶ, ପଶ୍ଚିମବଙ୍ଗ ଏବଂ ସିକିମର କିଛି ଅଂଶରେ ଆଗକୁ ବଢ଼ିବା ପାଇଁ ପରିସ୍ଥିତି ଅନୁକୂଳ ରହିଛି ।ଲଘୁଚାପ ଓ ପ୍ରାକ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଭାରି ବର୍ଷା ରହିବ ବୋଲି ନିର୍ଦ୍ଦେଶକ କହିଛନ୍ତି ।

Releated Posts

ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ…

ByByutkalamirror.comJun 21, 2025

ମୁଖ୍ୟମନ୍ତ୍ରୀଙ୍କ ଡାଇରିଆ ସମୀକ୍ଷା ବୈଠକ : ଦଶହରା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ପ୍ରତୋରୋଧକ ବ୍ୟବସ୍ଥା

ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ…

ByByutkalamirror.comJun 21, 2025

ପ୍ରଧାନମନ୍ତ୍ରୀଙ୍କ ଗସ୍ତ: ଶୁକ୍ରବାର ଭୁବନେଶ୍ୱରରେ ଅଫିସ୍‌ ହାଫ୍ ଡେ

ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି…

ByByutkalamirror.comJun 20, 2025

ଓଡ଼ିଶାରେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୋଦି

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ହଜାର କୋଟିର ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।  ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ…

ByByutkalamirror.comJun 19, 2025