ଉଦ୍ଧାର ପାଇଁ ହାତ ଟେକିଦେଲେ ଉଦ୍ଧାରକାରୀ ଦଳ
ବିଜେପିର ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦିକା ତଥା କୋରେଇ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନାରୀ ନେତ୍ରୀ ଇତିଶ୍ରୀ ଜେନା ନର୍ଥ ସିକିମର ତିସ୍ତା ନଦୀରେ ନିଖୋଜ ଘଟଣାକୁ ଦୁଇ ଦିନ ବିତିଛି। ପ୍ରଖର ନଦୀ ସ୍ରୋତରେ ନିଖୋଜ ଥିବା ଇତିଶ୍ରୀଙ୍କ ସମେତ ତାଙ୍କର ୨୧ ବର୍ଷୀୟ ବଡ ପୁଅ ସାହିଲ ଓ ଭାଇ ଭାଉଜଙ୍କ କୌଣସି ପତ୍ତା ମିଳି ନାହିଁ। ବିଏସଏଫ ଜବାନଙ୍କ ସହାୟତାରେ ସିକିମର ଓଡ୍ରାଫ ଟିମ ନିଖୋଜ ଥିବା ଓଡ଼ିଶା ଓ ପଶ୍ଚିମବଙ୍ଗର ସମସ୍ତ ଯାତ୍ରୀମାନଙ୍କୁ ଖୋଜି ବିଫଳ ହୋଇଛି। ନଦୀରେ ପ୍ରବାହିତ କରାଳ ଜଳରାଶି ଆଗରେ ଓଡ୍ରାଫ ଟିମ ହାତ ଟେକି ଦେଇ ଅସଫଳତାର ସଂକେତ ଦେଇ ଥିବା ବେଳେ ଦୁର୍ଘଟଣାଗ୍ରସ୍ଥ ଗାଡିକୁ ମଧ୍ଯ କୂଳକୁ ଆଣିବାରେ ବିଫଳ ହୋଇଛି। ଏପରି ଅବସ୍ଥାରେ ଆସନ୍ତାକାଲି ଅର୍ଥାତ ରବିବାର ଇତିଶ୍ରୀଙ୍କ ଦୁଇ ବଡ ଭଉଣୀ ମଞୁଲତା ଦେଓ ଓ ଝରଣା ମହାପାତ୍ରଙ୍କ ସମେତ ଦୁଇ ଝିଆରୀ ସୃତି ଏବଂ ସ୍ବେତା ଘରକୁ ଫେରି ଆସୁଥିବା କହିଛନ୍ତି। ସେଠାକାର ପ୍ରଶାସନ ଓ ଉଦ୍ଧାର କାର୍ଯ୍ଯରେ ନିୟୋଜିତ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ଯକୁ ସ୍ଥଗିତ ରଖି ନିଜର ଅସହାୟତା ପ୍ରକାଶ କରିବା ପରେ ଏମାନେ ଘରକୁ ଫେରୁଥିବା କହିଛନ୍ତି। ସେଠାକାର ରାଜ୍ୟ ସରକାର ଏମାନଙ୍କ ଫେରିବାର ସମସ୍ତ ସୁ ବନ୍ଦୋବସ୍ତ କରୁଥିବା ଯଣାଯାଇଛି। ଓଡିଶା ସରକାରଙ୍କ ପକ୍ଷରୁ ସେଠାକୁ ଯାଇଥିବା ଦୁଇ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଅନ୍ୟ ପକ୍ଷରେ ଏହି ଦୁର୍ଘଟଣାରେ ଗୁରୁତର ହୋଇ ସେଠାକାର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନିଖୋଜ ଥିବା ଇତିଶ୍ରୀଙ୍କ ସାନପୁଅ ସାଇରାଜ (୧୭) ଓ ନିଖୋଜ ଇତିଶ୍ରୀଙ୍କ ଭାଇ ଅଜିତ ଓ ଭାଉଜ ସୁନିତାଙ୍କ ଏକ ମାତ୍ର ପୁତ୍ର ସ୍ବୟଂ ସୁପ୍ରତେମଙ୍କ ଅବସ୍ଥାରେ ଦ୍ରୁତ ଅଗ୍ରଗତି ଘଟୁଥିଲେ ମଧ୍ଯ ନାବାଳକ ସ୍ବୟଂ ମୁଣ୍ଡ ଓ ଗୋଡରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ସମ୍ବବତ ସେଠାରୁ ସିଲୁଗୁଡି ସ୍ଥାନାନ୍ତରିତ କରାଯାଇପାରେ ବୋଲି ସେଠାରେ ଉପସ୍ଥିତ ଥିବା ଇତିଶ୍ରୀଙ୍କ ବଡ ଭାଇ ଶିଶିର କୁମାର ନାୟକ କହିଛନ୍ତି। ଦୁଇ ପିଲା ସୁସ୍ଥ ହୋଇ ଘରକୁ ନ ଫେରିବା ପର୍ଯ୍ୟନ୍ତ ଶିଶିର ସେଠାରେ ରହିବେ ବୋଲି ନିଜ ପତିକ୍ରିୟାର କହିଛନ୍ତି।
ଏଠାରେ ସୂଚନାଯୋଗ୍ଯ ଯେ, ବଡ ଭାଇ ଶିଶିରଙ୍କ ସହିତ ସାନ ଭଉଣୀ ଇତିଶ୍ରୀ ଓ ପରିବାରର ମୋଟ ୧୧ ସଦସ୍ୟ ଗତ ରବିବାର ରାତ୍ରରେ ସିକିମକୁ ବୁଲିବାକୁ ଯାଇଥିଲେ। ନର୍ଥ ସିକିମର ଲାଚୁଙ୍ଗ ଘାଟିକୁ ବୁଲିବାକୁ ଯାଇଥିବା ବେଳେ ସେଠାରୁ ଫେରି ଲାଚିଂ ଘାଟି ବୁଲିବାକୁ ଯାଉଥିବା ରାସ୍ତାରେ ଏହି ବଡ ଦୁର୍ଘଟଣା ଘଟିଥିଲା। ଦୁଇ ପୁଅ, ପୁତୁରା ଓ ସାନ ଭାଇ ଭାଉଜଙ୍କ ସହ ଇତିଶ୍ରୀ ବସିଥିବା ଗାଡିଟି ନିଜର ଭାରସାମ୍ଯ ହରାଇ ହଜାର ଫୁଟ ତଳେ ଥିବା ତିସ୍ତା ନଦୀକୁ ଗୁରୁବାର ରାତ୍ର ୮ଟା ସମୟରେ ଗାଡିଟି ଖସି ପଡିଥିଲା। ଏହି ଘଟଣାରେ ବିଜେପିର ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦିକା ଇତିଶ୍ରୀଙ୍କ ସମେତ ତାଙ୍କର ପୁଅ ସାହିଲ, ଭାଇ ଅଜିତ ନାୟକ (୪୫) ଓ ଭାଉଜ ସୁନିତା ୪୨ ତିସ୍ତା ନଦୀରେ ନିଖୋଜ ଥିଲେ। ଏମାନଙ୍କ ଠାବ ପାଇଁ ସେଠାକାର ସରକାର ଓ ଉଦ୍ଧାରକାରୀ ଦଳ ବହୁ ଉଦ୍ୟମ କରିଥିଲେ ମଧ୍ଯ ସବୁ ବିଫଳ ହୋଇଛି। ନଦୀ ସ୍ରୋତ ସେମାନଙ୍କୁ ସମ୍ଭବତ ବଙ୍ଗଳା ଦେଶ ସୀମା ପର୍ଯ୍ୟନ୍ତ ଠେଲି ନେଇ ଯାଇଥାଇ ପାରେ ବୋଲି ଉଦ୍ଧାର କାର୍ଯ୍ଯରେ ସହାୟତା କରୁଥିବା ବିଏସଏଫ ଯବାନ ଅନୁମାନ କରୁଛନ୍ତି। ନଦୀ ଗର୍ଭରେ ପଡିଥିବା ଗାଡିକୁ ଏକ ଲୁହା ଶିଳୁଳିରେ ବାନ୍ଧି ରଖାଯାଇଥିବା ବେଳେ ଗାଡି ଭିତରେ କେହି ନଥିବା ଉଦ୍ଧାରକାରୀ ଦଳ ସ୍ପଷ୍ଟ କରିଛନ୍ତି। ଫଳରେ ନିଖୋଜ ଇତିଶ୍ରୀ ଓ ୩ ପରିବାର ସଦସ୍ୟଙ୍କ ଉଦ୍ଧାର ଆଶା କ୍ଷୀଣ ହୋଇଥିବା ବେଳେ ଦୁଇ ପିଲା ସୁସ୍ଥ ହୋଇ ଘରକୁ ନ ଫେରିବା ପର୍ଯ୍ୟନ୍ତ ଶିଶିର ସେଠାରେ ରହିବେ ବୋଲି ନିଜ ପତିକ୍ରିୟାର କହିଛନ୍ତି। ଏଠାରେ ସୂଚନାଯୋଗ୍ଯ ଯେ, ବଡ ଭାଇ ଶିଶିରଙ୍କ ସହିତ ସାନ ଭଉଣୀ ଇତିଶ୍ରୀ ଓ ପରିବାରର ମୋଟ ୧୧ ସଦସ୍ୟ ଗତ ରବିବାର ରାତ୍ରରେ ସିକିମକୁ ବୁଲିବାକୁ ଯାଇଥିଲେ। ନର୍ଥ ସିକିମର ଲାଚୁଙ୍ଗ ଘାଟିକୁ ବୁଲିବାକୁ ଯାଇଥିବା ବେଳେ ସେଠାରୁ ଫେରି ଲାଚିଂ ଘାଟି ବୁଲିବାକୁ ଯାଉଥିବା ରାସ୍ତାରେ ଏହି ବଡ ଦୁର୍ଘଟଣା ଘଟିଥିଲା। ଦୁଇ ପୁଅ, ପୁତୁରା ଓ ସାନ ଭାଇ ଭାଉଜଙ୍କ ସହ ଇତିଶ୍ରୀ ବସିଥିବା ଗାଡିଟି ନିଜର ଭାରସାମ୍ଯ ହରାଇ ହଜାର ଫୁଟ ତଳେ ଥିବା ତିସ୍ତା ନଦୀକୁ ଗୁରୁବାର ରାତ୍ର ୮ଟା ସମୟରେ ଗାଡିଟି ଖସି ପଡିଥିଲା। ଏହି ଘଟଣାରେ ବିଜେପିର ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦିକା ଇତିଶ୍ରୀଙ୍କ ସମେତ ତାଙ୍କର ପୁଅ ସାହିଲ, ଭାଇ ଅଜିତ ନାୟକ (୪୫) ଓ ଭାଉଜ ସୁନିତା ୪୨ ତିସ୍ତା ନଦୀରେ ନିଖୋଜ ଥିଲେ। ଏମାନଙ୍କ ଠାବ ପାଇଁ ସେଠାକାର ସରକାର ଓ ଉଦ୍ଧାରକାରୀ ଦଳ ବହୁ ଉଦ୍ୟମ କରିଥିଲେ ମଧ୍ଯ ସବୁ ବିଫଳ ହୋଇଛି। ନଦୀ ସ୍ରୋତ ସେମାନଙ୍କୁ ସମ୍ଭବତ ବଙ୍ଗଳା ଦେଶ ସୀମା ପର୍ଯ୍ୟନ୍ତ ଠେଲି ନେଇ ଯାଇଥାଇ ପାରେ ବୋଲି ଉଦ୍ଧାର କାର୍ଯ୍ଯରେ ସହାୟତା କରୁଥିବା ବିଏସଏଫ ଯବାନ ଅନୁମାନ କରୁଛନ୍ତି। ନଦୀ ଗର୍ଭରେ ପଡିଥିବା ଗାଡିକୁ ଏକ ଲୁହା ଶିଳୁଳିରେ ବାନ୍ଧି ରଖାଯାଇଥିବା ବେଳେ ଗାଡି ଭିତରେ କେହି ନଥିବା ଉଦ୍ଧାରକାରୀ ଦଳ ସ୍ପଷ୍ଟ କରିଛନ୍ତି। ଫଳରେ ନିଖୋଜ ଇତିଶ୍ରୀ ଓ ୩ ପରିବାର ସଦସ୍ୟଙ୍କ ଉଦ୍ଧାର ଆଶା କ୍ଷୀଣ ହୋଇଥିବା ବେଳେ ଏହାକୁ ନେଇ ସାଧାରଣରେ ତୀବ୍ର ପତିକ୍ରିୟାର ପ୍ରକାଶ ପାଇଛି।