ପ୍ରଧାନମନ୍ତ୍ରୀ ୨୦ ରେ ଓଡିଶା ଆସିବେ

୧୨ ତାରିଖରେ ଓଡିଶା ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରାଯାଇଥିଲା । ହେଲେ ୨୦ ତାରିଖରେ ଆସିବା ନେଇ ସମୟ ଧାର୍ଯ୍ୟ ହୋଇଛି । ୧୨ ତାରିଖର ମୂଳ କାର୍ଯ୍ୟକ୍ରମ ୨୦ ତାରିଖକୁ ଘୁଞ୍ଚା ଯାଇଛି । ଶେଷ କାର୍ଯ୍ୟକ୍ରମ ୨୦ରେ ଅନୁଷ୍ଠିତ ହେବ । ସ୍ଥାନ ନିରୂପଣ ଚାଲିଛି । ଆଗକୁ ମୁଖ୍ୟମନ୍ତ୍ରୀ ପ୍ରେସ କନଫେରେନ୍ସ କରି ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯିବ ବୋଲି ରାଜସ୍ବମନ୍ତ୍ରୀ ସୁରେଶ ପୁଜାରୀ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ ହେବ ବୋଲି ମନ୍ତ୍ରୀ କହିଛନ୍ତି । ’

ରାଜସ୍ବମନ୍ତ୍ରୀ କହିଛନ୍ତି ଯେ, ୧୨ ତାରିଖ ଦିନ ଓଡିଶାରେ ବିଜେପି ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ହେବ । ୮ ତାରିଖରୁ ବହୁ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶା ସରକାରଙ୍କ ଗତ ଏକ ବର୍ଷର ପ୍ରଗ୍ରେସ ରିପୋର୍ଟ ଲୋକଙ୍କ ପାଖରେ ରଖାଯିବ । ପ୍ରତ୍ୟେକ ବିଭାଗର ପ୍ରୋଗ୍ରେସ ରିପୋର୍ଟ ଦେଇ ହିସାବ ଦେବୁ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଭୁବନେଶ୍ବରରେ ହେବ ବୋଲି ସ୍ଥିର ହୋଇଛି । ଜନତା ମଇଦାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ହୋଇପାରେ ବୋଲି ଶ୍ରୀ ପୁଜାରୀ କହିଛନ୍ତି ।

ସୂଚନା ଯୋଗ୍ୟ, ପୂର୍ବରୁ ବର୍ଷ ପୂର୍ତ୍ତି ଉପଲକ୍ଷେ ଜୁନ ୧୨ରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା। ଏ ନେଇ ୧୨ ତାରିଖରେ ଓଡିଶା ଆସି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ । ହେଲେ ପ୍ରଧାନମନ୍ତ୍ରୀଙ୍କ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିବାରୁ ଓଡିଶା ଆସିବା କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦେଇଛନ୍ତି ।