• Home
  • ଦେଶ ବିଦେଶ
  • ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଏୟାର ଇଣ୍ଡିଆ ଦେବ ୨୫ ଲକ୍ଷ
Image

ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଏୟାର ଇଣ୍ଡିଆ ଦେବ ୨୫ ଲକ୍ଷ

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛି ଏୟାର ଇଣ୍ଡିଆ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ବ୍ୟକ୍ତି ଏବଂ ପ୍ରତି ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଏୟାର ଇଣ୍ଡିଆ ଘୋଷଣା କରିଛି ।

ପୂର୍ବରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ଆର୍ଥିକ ସହାୟତା ପାଇଁ ଘୋଷଣା କରିଥିଲା ଟାଟା ସନ୍ସ । ଏବେ ଏୟାର ଇଣ୍ଡିଆର ଘୋଷଣା ପରେ ପ୍ରତ୍ୟେକ ମୃତକଙ୍କ ପରିବାର କୋଟିଏ ୨୫ ଲକ୍ଷ ଟଙ୍କା ପାଇବେ । ଏୟାର ଇଣ୍ଡିଆ ସିଇଓ କ୍ୟାମ୍ପବେଲ ୱିଲସନ କହିଛନ୍ତି, ”ଏୟାର ଇଣ୍ଡିଆର ପରିଚାଳନା ଟିମ୍‌ ଅହମ୍ମଦାବାଦ ସହରରେ ଅଛନ୍ତି । ଯେତେଦିନ ପର୍ଯ୍ୟନ୍ତ ଆବଶ୍ୟକ ଆମେ ସହରରେ ଉପସ୍ଥିତ ରହିବୁ । ଏୟାର ଇଣ୍ଡିଆ ପ୍ରତ୍ୟେକ ମୃତକ ଏବଂ ପୀଡିତଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବ ।”

ସେହିପରି ଏୟାର ଲାଇନ୍ସ ପକ୍ଷରୁ ‘X’ରେ ଏକ ପୋଷ୍ଟରେ ଘୋଷଣା କରାଯାଇଛି, ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ସହ ଏୟାର ଇଣ୍ଡିଆ ଛିଡା ହୋଇଛି । ଏଭଳି ଦୁଃଖଦ ସମୟରେ ଆମର ଟିମ୍‌ ଗ୍ରାଉଣ୍ଡରେ ରହି ଯଥାସମ୍ଭବ ଯତ୍ନ ଓ ସାହାଯ୍ୟ ଯୋଗାଇ ଦେବାକୁ ଚେଷ୍ଟା କରୁଛନ୍ତି । ଏୟାର ଇଣ୍ଡିଆର ବୋଇଂ 787-8 ବିମାନ ଦୁର୍ଘଟଣାକୁ ଆଜକୁ ବିତିଛି ୨ ଦିନ । ୧୨ ଜୁନ ସମୟ ଦିନ ୧ଟା ୩୮ ମିନିଟରେ ଅହମ୍ମଦାବାଦ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଉଡାଣ ଭରିଥିଲା ଏୟାର ଇଣ୍ଡିଆ ବିମାନ । ଟେକ୍-ଅଫ୍‌ର ମାତ୍ର ୫ ମିନିଟ୍‌ରେ କ୍ରାସ୍ ହୋଇଯାଇଥିଲା । ବିମାନରେ ୨୩୦ ଜଣ ଯାତ୍ରୀଙ୍କ ସହ ୧୨ ଜଣ କ୍ରିଉ ମେମ୍ବର ଥିଲେ । ଏହି ବିମାନ କ୍ରାସ ଘଟଣାରେ ୨୭୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ବିଜେ ମେଡିକାଲ କଲେଜର ୧୦ ଡାକ୍ତରଙ୍କ ସମେତ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

Releated Posts

ଅହମଦାବାଦ ଦୁର୍ଘଟଣା : ଅମେରିକା ପରିବହନ ବୋର୍ଡ ତଦନ୍ତରେ ସାମିଲ

ଭାରତ ଇତିହାସର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଚାଲି ଯାଇଛି…

ByByutkalamirror.comJun 13, 2025

ବାରବାଟୀରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍

କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ ଆସନ୍ତା ଡିସେମ୍ବର ୯, ୨୦୨୫ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଆୟୋଜନ…

ByByutkalamirror.comJun 10, 2025

ଟ୍ରମ୍ପ-ମସ୍କ ଫାଟ : ଏଲନ୍ ମସ୍କ ଗଠନ କରିବେ ‘ଦି ଆମେରିକା ପାର୍ଟି’ !

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ମଧ୍ୟରେ ଥିବା ରାଜନୈତିକ ସମ୍ପର୍କ ହଠାତ୍ ତିକ୍ତ ହୋଇଛି।…

ByByutkalamirror.comJun 8, 2025

ବିଜେଡି ନେତା ପିନାକୀ ମିଶ୍ର ଓ ମହୁଆ ମୋଇତ୍ରାଙ୍କ ବିବାହ ଚର୍ଚ୍ଚା

ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇତ୍ରା ଏବଂ ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କ ମଧ୍ୟରେ…

ByByutkalamirror.comJun 5, 2025