• Home
  • ରାଜ୍ୟ
  • ୮ ବଡ଼ ପ୍ରକଳ୍ପ ମଞ୍ଜୁର ୬୦,୨୦୦ ଲୋକଙ୍କୁ ଚାକିରି ମିଳିବ
Image

୮ ବଡ଼ ପ୍ରକଳ୍ପ ମଞ୍ଜୁର ୬୦,୨୦୦ ଲୋକଙ୍କୁ ଚାକିରି ମିଳିବ

ଓଡ଼ିଶାରେ ନୂତନ ସରକାରର ଏକବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଶିଳ୍ପାୟନ ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି। ୪୧ତମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚଏଲସିଏ) ବୈଠକରେ ୧,୫୧,୨୩୯.୫୦ କୋଟି ଟଙ୍କାର ୮ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହା ଦ୍ବାରା ୬୦,୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ରାଜ୍ୟର ୬ଟି ଜିଲା ଯଥା- ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା ଏବଂ ସମ୍ବଲପୁର ଜିଲାରେ ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ରହିଛି। ଆଲୁମିନିୟମ, ରସାୟନ, ଇସ୍ପାତ, ବୟନ ଏବଂ ମେଟାଲ ଆନୁଷଙ୍ଗିକ ଓ ଡାଉନଷ୍ଟିମ ଆଦି କ୍ଷେତ୍ରରୁ ପ୍ରକଳ୍ପ ପ୍ରସ୍ତାବ ଆସିଛି।
     ଆଲୁମିନିୟମ କ୍ଷେତ୍ରରେ ବେଦାନ୍ତ ଲି. ଢେଙ୍କାନାଳରେ ଏକ ୩ ଏମଟିପିଏ ଆଲୁମିନିୟମ ସ୍ମେଲଟର ଏବଂ ୪୯୦୦ ମେଗାୱାଟ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଥିପାଇଁ ୧,୨୮,୦୦୦ କୋଟି ଟଙ୍କା ନିବେଶ ହେବ। ଏହି ଏକକ ବୃହତ୍ ପ୍ରକଳ୍ପରେ ୩୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହା ଏକ ବୈଶ୍ବିକ ଆଲୁମିନିୟମ ହବ୍ ଭାବେ ଓଡ଼ିଶାର ସ୍ଥିତିକୁ ପୁନଃସ୍ଥାପିତ କରିବ ବୋଲି କୁହାଯାଉଛି। ସେହିପରି କେମିକାଲ କ୍ଷେତ୍ରରେ ଏସଆରଏଫ୍ ଲି. ଦ୍ବାରା ଗଞ୍ଜାମ ଜିଲ୍ଲାରେ ଏକ ସ୍ବତନ୍ତ୍ର କେମିକାଲ୍ସ ଏବଂ ରେଫ୍ରିଜେରାଣ୍ଟ ବିନିର୍ମାଣ ୟୁନିଟ୍ ସ୍ଥାପନ ହେବ। ବାର୍ଷିକ ୨ ଲକ୍ଷ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଏହି କାରଖାନା ନିମନ୍ତେ ୧୦ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ ହେବ। ଏହା ୨୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଇସ୍ପାତ ଏବଂ ମେଟାଲ ଡାଉନଷ୍ଟ୍ରିମ କ୍ଷେତ୍ରରେ ଜିନ୍ଦଲ ଇଣ୍ଡିଆ ଷ୍ଟିଲ ଟେକ୍ ଲି. ଢେଙ୍କାନାଳରେ ୧.୨୬ ଏମଟିପିଏର ଏକ ସ୍ବତନ୍ତ୍ର ଇସ୍ପାତ ପ୍ରକ୍ରିୟାକରଣ ଫାସିଲିଟି ପ୍ରତିଷ୍ଠା କରିବ। ୩,୬୦୦ କୋଟି ଟଙ୍କା ଏଥିପାଇଁ ଖର୍ଚ୍ଚ ହେବ ଏବଂ ୨ ହଜାର ନିଯୁକ୍ତି ପାଇବେ।  ସେହିପରି କେନ୍ଦୁଝରରେ ଏକ ସମନ୍ବିତ ଇସ୍ପାତ କାରଖାନା, ଡିଆଇ ପାଇପ ୟୁନିଟ ଏବଂ ୪୬ ମେଗାୱାଟ କ୍ୟାପଟିଭ ପାୱାର ପ୍ଲାଣ୍ଟ ପାଇଁ ଶ୍ୟାମ ଷ୍ଟିଲ ମାନୁଫାକଚରିଂ ଲି. ପ୍ରସ୍ତାବ ଦେଇଛି। ଏଥିରେ ୨୪୯୦ କୋଟି ଟଙ୍କା ନିବେଶ ହେବାକୁ ଥିବାବେଳେ ୨୩୭୦ ଜଣଙ୍କୁ ନିଯୁକ୍ତି ମିଳିବ। ଏହାବ୍ୟତୀତ ଲିଣ୍ଡେ ଇଣ୍ଡିଆ ଲି. ୧୩୦୩.୫୦ କୋଟି ଟଙ୍କା ନିବେଶ କରି ଯାଜପୁରରେ ଏୟାର ସେପାରେସନ୍ ୟୁନିଟ୍ ପ୍ରତିଷ୍ଠା କରିବ। ଏଥିରେ ୧୦୦ ଜଣ ନିଯୁକ୍ତି ପାଇବେ।
      ସେହିପରି ସମ୍ବଲପୁରରେ ୨୨୯୧ କୋଟି ଟଙ୍କା ବିନିଯୋଗ କରି ଷ୍ଟାର୍ ମେଟାଲ୍ ୱାର୍କସ ପ୍ରା.ଲି. ଦ୍ବାରା ହଟ୍ ଷ୍ଟ୍ରିପ୍ ମିଲ୍, କଲର କୋଟିଂ ପ୍ଲେଟ୍ ମାନୁଫାକଚରିଂ ୟନିଟ୍ ସ୍ଥାପନ କରାଯିବ। ଏଥିରେ ୨୫୦ ଜଣ ନିଯୁକ୍ତି ପାଇବେ। ସୁପ୍ରିମ ମେଟାଲ୍ସ ଏକ୍ସପୋର୍ଟ ପ୍ରା.ଲି. କେନ୍ଦୁଝରରେ ଟିଏମ୍ଟି ବାର୍ ଏବଂ ୱାୟାର ରଡ୍ ପାଇଁ ୧.୨ ଏମଟିପିଏ ରୋଲିଂ ମିଲ୍ ପ୍ରତିଷ୍ଠା କରାଯିବ। ୧୫୦୦ କୋଟି ଟଙ୍କା ନିବେଶ ସହ ଏହାଦ୍ବାରା ୬୮୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସ୍ପୋର୍ଟକିଙ୍ଗ୍ ଇଣ୍ଡିଆ ଖୋର୍ଦ୍ଧାରେ ୨୦୫୫ କୋଟି ଟଙ୍କା ବିନିଯୋଗ କରି ଏକ କଟନ ଏବଂ ବ୍ଲେଣ୍ଡେଡ୍ ୟାର୍ନ ବିନିର୍ମାଣ ୟୁନିଟ୍ ପ୍ରତିଷ୍ଠା କରିବ। ଏହାର ବାର୍ଷିକ କ୍ଷମତା ୬୨,୦୦୦ ଏମ୍ଟି ରହିବ। ଏହାଦ୍ବାରା ୪,୮୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତାଙ୍କ ସରକାର ଆସିବା ଦିନଠୁ ଏହି ବୈଠକକୁ ମିଶାଇ ୬ଟି ଏଚ୍ଏଲ୍ସିଏ ବୈଠକ ହୋଇଛି। ଏହି ୬ଟି ବୈଠକରେ ମୋଟ ୫.୬୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସୁଯୋଗ ସହିତ ୬୨ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି।  ଏହି ପ୍ରକଳ୍ପଗୁଡ଼ିକ ୨.୪୨ ଲକ୍ଷ କର୍ମନିଯୁକ୍ତି ସୃଷ୍ଟି କରିବା ସମ୍ଭାବନା ରହିଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଏବଂ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଭିଜନ ଦିଗରେ ଏହି ପ୍ରଗତି ଉଲ୍ଲେଖନୀୟ। ଭାରତର ଏକ ଅଗ୍ରଣୀ ଶିଳ୍ପାୟନ ଏବଂ ପୁଞ୍ଜିନିବେଶ ହବ୍ ଦିଗରେ ଓଡ଼ିଶା ଆଗକୁ ବଢ଼ୁଛି।

Releated Posts

ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ…

ByByutkalamirror.comJun 21, 2025

ମୁଖ୍ୟମନ୍ତ୍ରୀଙ୍କ ଡାଇରିଆ ସମୀକ୍ଷା ବୈଠକ : ଦଶହରା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ପ୍ରତୋରୋଧକ ବ୍ୟବସ୍ଥା

ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ…

ByByutkalamirror.comJun 21, 2025

ପ୍ରଧାନମନ୍ତ୍ରୀଙ୍କ ଗସ୍ତ: ଶୁକ୍ରବାର ଭୁବନେଶ୍ୱରରେ ଅଫିସ୍‌ ହାଫ୍ ଡେ

ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି…

ByByutkalamirror.comJun 20, 2025

ଓଡ଼ିଶାରେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୋଦି

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ହଜାର କୋଟିର ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।  ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ…

ByByutkalamirror.comJun 19, 2025