• Home
  • ଅପରାଧ
  • ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଏଆଇ ଭିଡିଓ ପୋଷ୍ଟ କରି ଯୁବକ ଗିରଫ
Image

ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଏଆଇ ଭିଡିଓ ପୋଷ୍ଟ କରି ଯୁବକ ଗିରଫ

ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଛବିକୁ ମଳିନ କରିବା ପାଇଁ ଉଦ୍ୟମ କରିଥିବା ଯୁବକଙ୍କୁ ମହଙ୍ଗା ପଡ଼ିଛି। ଆଜି ରାୟଗଡ଼ା ଜିଲାର ଜଣେ ଯୁବକ କିଶୋର କୌଶଲ୍ୟାଙ୍କୁ କ୍ରାଇମବ୍ରାଞ୍ଚ ସାଇବର ସେଲ୍ ଗିରଫ କରିଥିବା ଜଣାପଡ଼ିଛି। ଗିରଫ କିଶୋର ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ ଦୃଶ୍ୟକୁ ସୋସିଆଲ ମିଡ଼ିଆ ଫେସବୁକରେ ଏକ ମର୍ଫଡ୍ ଏବଂ ଆପତ୍ତିଜନକ ଭିଡିଓ ପ୍ରସାରିତ କରିଥିଲେ। ଏହା ପ୍ରସାରଣ ହେବା ପରେ ଜଣେ ନାଗରିକଙ୍କ ଦ୍ୱାରା ଏକ ଅଭିଯୋଗ ଦାଖଲ କରାଯାଇଥିଲା, ଯେଉଁଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କରାଯାଇଥିବା ଅଭିଯୋଗ ହେବା ସହ ଏକ ଫେସବୁକ ପୃଷ୍ଠାରୁ ସେୟାର କରାଯାଇଥିବା ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କୁ ଅଶ୍ଳୀଳ ଭାବରେ ଦର୍ଶାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକାରୀ ନିଜ ଅଭିଯୋଗରେ ଉଲେଖ କରି କହିଛନ୍ତି, ଭିଡିଓଟି ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା, ସାଧାରଣ ଲୋକଙ୍କ ମଧ୍ୟରେ ତାଙ୍କ ଭାବମୂର୍ତ୍ତି ନଷ୍ଟ କରିବା ଉଦ୍ଦେଶ୍ୟରେ ଏହାକୁ ବିକୃତ ଏବଂ ଭାଇରାଲ କରାଯାଇଥିଲା। ଏଭଳି ଆପତ୍ତିଜନକ ଭିଡିଓ ମହିଳାଙ୍କ ସମ୍ମାନକୁ ଆଞ୍ଚ ଆସୁଥିବା ମଧ୍ୟ ଦର୍ଶାଯାଇଛି।ଅଭିଯୋଗ ପରେ କ୍ରାଇମ୍ ବ୍ରାଞ୍ଚର ସାଇବର କ୍ରାଇମ୍ ୟୁନିଟ୍ ତୁରନ୍ତ ଏହି ଘଟଣାର ତଦନ୍ତ କରିଥିଲା ଏବଂ ତଦନ୍ତ ରିପୋର୍ଟ ଆଧାରରେ ଏକ ଏଫଆଇଆର୍ ପଞ୍ଜିକୃତ କରି ତଦନ୍ତ କରାଯାଇଥିଲା। ଅଭିଯୋଗ ପରେ ଆପତ୍ତିଜନକ ବିଷୟବସ୍ତୁ ହଟାଇବାକୁ ମେସର୍ସ ମେଟା ପ୍ଲାଟଫର୍ମ (ଫେସବୁକ୍)କୁ ଅନୁରୋଧ କରାଯାଇଥିଲା ଏବଂ ଫେସବୁକ ଏଥିରେ ସହଯୋଗ କରି ପୋଷ୍ଟକୁ ହଟାଇଦେଇଥିଲା। ତଦନ୍ତ ବେଳେ ଫେସବୁକ୍ ଆକାଉଣ୍ଟ ବ୍ୟବହାରକାରୀ ଜଣଙ୍କ ରାୟଗଡା ଜିଲ୍ଲାର ବାସିନ୍ଦା ବୋଲି ଚିହ୍ନଟ କରାଯାଇଥିଲା।ଏହି ଘଟଣାରେ କ୍ରାଇମ୍ ବ୍ରାଞ୍ଚ ଟିମ୍ ତୁରନ୍ତ ରାୟଗଡ଼ା ଯାଇ ଅଭିଯୁକ୍ତ କିଶୋର କୌସଲ୍ୟାଙ୍କୁ ଚାନ୍ଦିଲି ଥାନା ଅନ୍ତର୍ଗତ କେଉଟାଗୁଡ଼ା ଷ୍ଟେସନ ସାହିରୁ ଗିରଫ କରିଥିଲା। ଅଭିଯୁକ୍ତ କିଶୋର ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଠାରେ ଏକ ନିର୍ମାଣ କମ୍ପାନିରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। କ୍ରାଇମ୍ ବ୍ରାଞ୍ଚ ସୂଚନା ଦେଇଛି ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିଶୋରକୁ କୋର୍ଟ ଚାଲାଣ କରାଯାଇଛି। ଧରା ପଡ଼ିବା ପରେ ନିଜ ଭୁଲ ସ୍ୱୀକାର କରିଛନ୍ତି ଯୁବକ ଜଣକ।

Releated Posts

ସ୍ନାନ ପୂର୍ଣ୍ଣିମାରେ ପୁରୀରେ ଗଡ଼ିଲା ମୁଣ୍ଡ, ବରିଷ୍ଠ ସେବାୟତଙ୍କୁ ହତ୍ୟା

ସ୍ନାନ ପୂର୍ଣ୍ଣିମା ପାଇଁ ଆଜି ପୁରୀରେ ହଜାର ହଜାର ଭକ୍ତଙ୍କ ଭିଡ଼। ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଗଜାନନବେଶରେ ଦର୍ଶନ କରିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହୋଇଛି…

ByByutkalamirror.comJun 11, 2025

୧୦ ଲକ୍ଷ ଲାଞ୍ଚ ନେଉଥିଲେ, ଆଇଏଏସଙ୍କୁ ଧରିଲା ଭିଜିଲାନ୍ସ

କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଜିଲ୍ଲାପାଳ ୨୦୨୧ ବ୍ୟାଚର ଆଇଏଏସ ଅଧିକାରୀ ଧୀମନ ଚକ୍ମାଙ୍କୁ ଭିଜିଲାନ୍ସ ଲା଼ଚ ନେବା ବେଳେ ଧରିଛି । ସୂଚନା ଅନୁସାରେ,…

ByByutkalamirror.comJun 8, 2025

ମୁଖ୍ୟଯନ୍ତ୍ରୀଙ୍କ ଘରୁ ମିଳିଲା ୨.୫୧ କୋଟି ନଗଦ ଟଙ୍କା

 ଭିଜିଲାନ୍ସ ରେଡ  ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ରୁରାଲ ଓ୍ଵାର୍କ୍ସ (ଆରଡବ୍ଲୁ) ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗିଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତି…

ByByutkalamirror.comMay 30, 2025

ପାଣି ବୋତଲରେ ଦେଶୀ ମଦ! ଦାରୁଠେଙ୍ଗ ଜଙ୍ଗଲରେ ଚୋରା ମଦ କାରବାର

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗରେ ବେଆଇନ ଦେଶୀ ମଦ ଫ୍ୟାକ୍ଟ୍ରି ମିଳିଛି୤ ଏହି ଫ୍ୟାକ୍ଟ୍ରିରେ ଦେଶୀ ମଦ ପ୍ରସ୍ତୁତ ହେବା ସହ ବଟଲିଂ ହୋଇ…

ByByutkalamirror.comMay 2, 2025