• Home
  • ରାଜ୍ୟ
  • ତିନି ରଥରେ ରଙ୍ଗ କାମ ଆରମ୍ଭ : ବେଦୀ ସିଂହାସନ ପ୍ରସ୍ତୁତି
Image

ତିନି ରଥରେ ରଙ୍ଗ କାମ ଆରମ୍ଭ : ବେଦୀ ସିଂହାସନ ପ୍ରସ୍ତୁତି

ରଥ ନିର୍ମାଣର ୪୯ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିସହ ଆଜି ୩୬ ଜଣ ଚିତ୍ରକାର ତିନିରଥ ର ରଙ୍ଗ କାର୍ଯ୍ୟ ରେ ନିୟୋଜିତ ହୋଇ ରଙ୍ଗ କାର୍ଯ୍ୟ କରୁଛନ୍ତି।

ଗତକାଲି ସୁଦ୍ଧା ତିନିରଥ ର ଖପୁରୀ ସମେତ ପାରାଭାଡି କୁ ମିଶାଇ ୧୩ ପରସ୍ତ ପୋଟଳ ସେଟିଙ୍ଗ ସମ୍ପୂର୍ଣ୍ଣ ହେବା ସହ ତିନିରଥ ର ଚାରି କୋଣ କୁ ଛାଡି ବେଦୀ ଚାରି ପାର୍ଶ୍ୱ ରେ ତାଗ ବାଡିଆ ପରେ ପାରୁଷ ପଟା ପଡିବା ଶେଷ ହୋଇଥିଲା ।

ତିନିରଥ ର ବେଦୀ ସିଂହାସନ ପ୍ରସ୍ତୁତି ପାଇଁ ତିନିରଥ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହାୟତାରେ ପାଞ୍ଚ ଗୋଟି ୨୦ ଫୁଟିଆ ଜଗତ ପୃଷ୍ଠ ସେଣି ପଡ଼ି କଣ୍ଟା ବାଡିଆ ଶେଷ ହୋଇଥିଲା, ବେଦୀ ପରିସରକୁ ବଢ଼ାଇବା ପାଇଁ ଆଜି ସେଣି ପତନରେ ବେଦୀ ଉଭୟ ପାର୍ଶ୍ୱରେ ତିନୋଟି ଲେଖାଏଁ ୬ ଗୋଟି ବାହୁଟ ଫାଳିଆ ସଂଯୋଗ କରାଯାଇଅଛି, ବେଦୀରେ ପଟା ପଡ଼ିବା ବାକି ଅଛି।
*ତନିରଥର ଦୁଆର ବେଢ଼ା ନିର୍ମାଣ ଜାରୀ*
ତିନିରଥ ର ୧୨ ଗୋଟି ଦୁଆରବେଢ଼ା ରୁ ଆଜି ତିନିରଥ ମହାରଣା ସେବକ ମାନେ ଗୋଟିଏ ଗୋଟିଏ ଦୁଆର ଦେଢ଼ା ନିର୍ମାଣ ଶେଷ କରି ରଥ ନିକଟରେ ରଙ୍ଗ କାର୍ଯ୍ୟ ପାଇଁ ସାଇତିଛନ୍ତି।

ଆଜି ମହାରଣା ସେବକ ମାନେ ତିନିରଥ ପ୍ରଭା ଫ୍ରେମ ପ୍ରସ୍ତୁତି ପୂର୍ବକ ଫ୍ରେମ ରେ ପଟା ପକାଇ ଖିଲଣ କଟିଙ୍ଗ ଶେଷ ପର୍ଯ୍ୟାୟରେ ପହଁଚିଛି। ପ୍ରଭାରେ ବାଙ୍କ ପଡ଼ି ରୂପ ଖୋଦେଇ ପଟା ସେଟିଂ ବାକି ରହିଛି।
*ରୂପକାର ସେବକ ମାନେ ତିନିରଥ ର ବାକି ନାଟ ଗୋଗରେ ରୂପ ଖୋଦେଇ ର ପଲିସ ସହ ଅଳଙ୍କାର ପକା କାର୍ଯ୍ୟ ର ଶେଷ ସ୍ପର୍ଶ ଦେଉଛନ୍ତି ।ଏଥିସହ ତିନି ରଥର ରେ ଲାଗିଥିବା ପଟାଗୁଜ ଗୁଡ଼ିକରେ ନର ବିରାଳ, ଗଜ ବିରଳ ଏବଂ ସିଂହ ବିରଳ ରୂପ ଖୋଦେଇ ଜାରୀ ରଖିଛନ୍ତି।
*ଚିତ୍ରକାର ମାନେ ତିନି ରଥର ପାର୍ଶ୍ଵ ଦେବ ଦେବୀ ମାନଙ୍କ ପ୍ରତିମା ରେ ରଙ୍ଗ କାର୍ଯ୍ୟ ସହ ତିନି ରଥର ହଂସ ପଟା,ଶିଖର ଡମ୍ବରୁ,ଅଁଳା, କନ୍ୟା ପଟା, ଓଲଟ ଶୁଆ ଏବଂ ନାଟ ଗୋଡ଼ରେ ରଙ୍ଗ କାର୍ଯ୍ୟ ସହ, ତିନି ରଥର ବାହ୍ୟ ରଙ୍ଗ କାର୍ଯ୍ୟ ଜାରୀ ରହିଛନ୍ତି।
*ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥ ର ଜଗତ ପୃଷ୍ଠ କଣ୍ଟା ଶେଷ ପରେ ତିନି ରଥର ଦୁଆର ବେଢ଼ା ପାଇଁ ଚଉରସ ଏବଂ ଅଗପତେଳୀ କଣ୍ଟା ସହ କନକ ମୁଣ୍ଡି ପାଇଁ କଣ୍ଡୁଚି ନାଟ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
*ଦରଜୀ ସେବକ ମାନେ ତିନି ରଥର ବତା କନାରେ ଲେସ ଫିଟିଙ୍ଗ ସହ ଦୁଆର ବେଢ଼ା ଏବଂ ଚନ୍ଦ୍ର ଶାଳୀ ରେ ଜାରୀ ଲେସ ସହ ଫୁଲ ପକା ଷ୍ଟିଚିଂ କାର୍ଯ୍ୟ ଜାରୀ ରଖିଛନ୍ତି।

Releated Posts

ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ…

ByByutkalamirror.comJun 21, 2025

ମୁଖ୍ୟମନ୍ତ୍ରୀଙ୍କ ଡାଇରିଆ ସମୀକ୍ଷା ବୈଠକ : ଦଶହରା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ପ୍ରତୋରୋଧକ ବ୍ୟବସ୍ଥା

ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ…

ByByutkalamirror.comJun 21, 2025

ପ୍ରଧାନମନ୍ତ୍ରୀଙ୍କ ଗସ୍ତ: ଶୁକ୍ରବାର ଭୁବନେଶ୍ୱରରେ ଅଫିସ୍‌ ହାଫ୍ ଡେ

ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି…

ByByutkalamirror.comJun 20, 2025

ଓଡ଼ିଶାରେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୋଦି

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ହଜାର କୋଟିର ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।  ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ…

ByByutkalamirror.comJun 19, 2025