• Home
  • ରାଜ୍ୟ
  • ମୁଖ୍ୟମନ୍ତ୍ରୀଙ୍କ ଡାଇରିଆ ସମୀକ୍ଷା ବୈଠକ : ଦଶହରା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ପ୍ରତୋରୋଧକ ବ୍ୟବସ୍ଥା
Image

ମୁଖ୍ୟମନ୍ତ୍ରୀଙ୍କ ଡାଇରିଆ ସମୀକ୍ଷା ବୈଠକ : ଦଶହରା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ପ୍ରତୋରୋଧକ ବ୍ୟବସ୍ଥା

ରାଜ୍ୟର ଛଅଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ସମୀକ୍ଷା କରିଛନ୍ତି। ରାଜ୍ୟରେ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଓ ନୂତନ ସଂକ୍ରମିତଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ହ୍ରାସ ପାଇଥିବା ନେଇ ବୈଠକରୁ ଜଣାପଡିଛି ଏବଂ ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ଡାଇରିଆ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସହିତ ଜନଜୀବନ ସ୍ୱାଭାବିକ ସ୍ଥିତିକୁ ଫେରି ଆସୁଛି।ବୈଠକରେ ସରକାରଙ୍କ ବିଭିନ୍ନ ବିଭାଗର ସମନ୍ଵିତ ପ୍ରୟାସ ଯୋଗୁଁ ଡାଇରିଆ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି ଓ ସଂକ୍ରମଣ ଦ୍ରୁତ ହ୍ରାସ ପାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେବେ ପରିସ୍ଥିତି ଯେପରି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିବ, ସେଥିପାଇଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଠୁ ମେଡ଼ିକାଲ କଲେଜ ଯାଏଁ ଚିକିତ୍ସା ସେବାକୁ ବର୍ତ୍ତମାନ ପରି ସମନ୍ଵିତ ଭାବରେ କାର୍ଯ୍ୟକ୍ଷମ ରଖିବାପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ସଚିବ ଏବଂ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଯେଉଁଠାରେ ରୋଗର ଆଶଙ୍କା ଅଛି କିନ୍ତୁ କେସ ନାହିଁ, ସେଠାରେ ଆଗୁଆ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଦଶହରା ପର୍ଯ୍ୟନ୍ତ ସମସ୍ତ ପ୍ରଭାବିତ ଏବଂ ସମ୍ଭାବ୍ୟ ପ୍ରଭାବିତ ଅଂଚଳ ମାନଙ୍କରେ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ସୂଚନା ଦିଆଯାଇଥିଲା ଯେ, ସମସ୍ତ ଶିକ୍ଷାନୁଷ୍ଠାନରେ ପାନୀୟ ଜଳର ବିଶୋଧନ ପ୍ରକ୍ରିୟା ଚାଲୁରହିଛି। କୌଣସି ସ୍କୁଲରେ ପିଲା ଯେପରି ରୋଗରେ ନପଡନ୍ତି ସେଥିପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ସମସ୍ତ ନିୟମାବଳୀ ପାଳନ କରି ପ୍ରତିରୋଧକ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତିଯେ, ଯେଉଁ ବିଭିନ୍ନ ସ୍ଥାନ ମାନଙ୍କରେ ଯେଉଁଠାରେ ଷ୍ଟ୍ରିଟ ଫୁଡ ବିକ୍ରି ହେଉଛି, ସେହି ସ୍ଥାନ ମାନଙ୍କରେ ଖାଦ୍ୟ ପଦାର୍ଥର କଡାକଡି ଯାଞ୍ଚ କରିବା ଆବଶ୍ୟକ ଏବଂ ସେହି ଅଂଚଳ ଗୁଡିକୁ ବିଶୋଧନ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବା ଦରକାର। ସମସ୍ତ ଗାଁ ଗହଳି ଅଂଚଳରେ ନଳକୂପ ଗୁଡିକୁ ବିଶୋଧିତ କରିବା ଏବଂ ସେହି ଅଂଚଳର ପାନୀୟଜଳର ପରୀକ୍ଷା କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।ସୂଚନାଯୋଗ୍ୟଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ପ୍ରଭାବିତ ଜିଲ୍ଲା ମାନଙ୍କରେ ସମୁଦାୟ ୩୮୯୨ ଜଣ ରୋଗଗ୍ରସ୍ତ ହୋଇଥିବା ବେଳେ ୩୫୪୩ ଜଣ ସୁସ୍ଥ ହୋଇସାରିଛନ୍ତି ଏବଂ ୨୫୪ ଜଣ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟ ସାରା ସୂଚନା- ଶିକ୍ଷା- ସଂଚାର (IEC) ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମକୁ ଜୋରଦାର ଭାବରେ ଜାରି ରହିଛି । ମିଶନଶକ୍ତି ବିଭାଗ ପକ୍ଷରୁ ଡାଇରିଆ ନିବାରଣ ପାଇଁ ମହିଳା ଏସଏଚଜି ସଦସ୍ୟଙ୍କ ମାଧ୍ୟମରେ ସଚେତନତା ଅଭିଯାନ ଜାରି ରହିଛି l ଆଶା ଦିଦି, ଅଙ୍ଗନବାଡି କର୍ମୀ, ମହିଳା ଏସଏଚଜି ସଦସ୍ୟାମାନେ ସମସ୍ତ ପରିବାରଙ୍କ ନିକଟରେ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ଅଭିଯାନରେ ସକ୍ରିୟ ଭାବରେ ସଂଶ୍ଳିଷ୍ଟ ଅଛନ୍ତି । ଏହି ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ଅଶ୍ୱଥି ଏସ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ସୁରକ୍ଷା ବିଭାଗ, ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ମାନେ ଉପସ୍ଥିତ ଥିଲେ

Releated Posts

ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ…

ByByutkalamirror.comJun 21, 2025

ପ୍ରଧାନମନ୍ତ୍ରୀଙ୍କ ଗସ୍ତ: ଶୁକ୍ରବାର ଭୁବନେଶ୍ୱରରେ ଅଫିସ୍‌ ହାଫ୍ ଡେ

ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି…

ByByutkalamirror.comJun 20, 2025

ଓଡ଼ିଶାରେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୋଦି

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ହଜାର କୋଟିର ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ।  ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ…

ByByutkalamirror.comJun 19, 2025

ତିନି ରଥରେ ରଙ୍ଗ କାମ ଆରମ୍ଭ : ବେଦୀ ସିଂହାସନ ପ୍ରସ୍ତୁତି

ରଥ ନିର୍ମାଣର ୪୯ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ରେ ଉପସ୍ଥିତ ପୂର୍ବକ ଉପସ୍ଥାନ…

ByByutkalamirror.comJun 19, 2025

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ

 ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯିବେ ।…

ByByutkalamirror.comJun 19, 2025

ଓଡ଼ିଶାରେ ୫ ଲକ୍ଷପତି ଦିଦିଙ୍କୁ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ

ମୋଦିଙ୍କୁ ସ୍ବାଗତ ଲାଗି ପ୍ରସ୍ତୁତି ଶେଷ ହୋଇଛି । ଖଣିଜ ସମ୍ପଦରେ ଭରପୂର ଓଡ଼ିଶା ୧ ନଂ ରାଜ୍ୟରେ ପରିଣତ ହେବ । ଏଥିପାଇଁ…

ByByutkalamirror.comJun 18, 2025

ଏଣିକି ପଞ୍ଚାୟତକୁ ତହସିଲ ଅଧିକାରୀ ଯିବେ : ରାଜସ୍ବ ମନ୍ତ୍ରୀ

ମାସରେ ଦୁଇ ଦିନ ରାଜସ୍ବ ଅଧିକାରୀ ପଞ୍ଚାୟତକୁ ଯିବେ । ତହସିଲଦାର କିମ୍ବା ଅତିରିକ୍ତ ତହସିଲଦାର ପାଞ୍ଚୟତକୁ ଜିବେ । ରାଜସ୍ବ ଅଫିସରେ ଲୋକଙ୍କ…

ByByutkalamirror.comJun 18, 2025

ମହାପ୍ରଭୁଙ୍କ ଦେହରେ ଲାଗି ହେଲା ଫୁଲୁରୀ ତେଲ

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ସୁବାଷିତ ଜଳରେ ମହାପ୍ରଭୁ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି। ଜ୍ୱରରେ ପୀଡିତ ଥିବା ଶ୍ରୀବିଗ୍ରହ ମାନଙ୍କ…

ByByutkalamirror.comJun 17, 2025

ଯାଜପୁରରେ ସ୍ବାସ୍ଥ୍ୟ ସଚିବଙ୍କ ଡାଇରିଆ ସମୀକ୍ଷା : ପୂର୍ଣ୍ଣ ଆରୋଗ୍ୟ ପରେ ହସ୍ପିଟାଲରୁ ଡିସଚାର୍ଜ କର

ଆଜି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ ଯାଜପୁର ଜିଲ୍ଳାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଡାଇରିଆ ପରିଚାଳନା…

ByByutkalamirror.comJun 17, 2025