ଆରେ ଦେଖ ଦେଖ… କେମିତି ଟାହିଆ ହଲେଇ ଝୁଲି ଝୁଲି ଆସୁଛନ୍ତି କୋଟି ବ୍ରହ୍ମାଣ୍ଡର ନାୟକ, ରସିକନାଗର ମଣିମା । ଆହାଃ କି ଅପୂର୍ବ ନେତ୍ର, ଅପୂର୍ବ ଶ୍ରୀମୁଖ… କାଳିଆର ଏ କମନୀୟ ରୂପ ଦେଖି ଆଖି ଯାଏ ଲାଖି । ଏ ଶୋଭା କେ ପାରିବ ବର୍ଣ୍ଣନା କରି…
ଝୁଲି ଝୁଲି ମହାଆନନ୍ଦରେ ରଥକୁ ଆସୁଛନ୍ତି ପ୍ରଭୁ ହଳଧର । ଘଣ୍ଟଘଣ୍ଟା, ଶଙ୍ଖ ନାଦରେ ଫାଟି ପଡୁଛି ବଡଦାଣ୍ଡ । ଭକ୍ତି ରସରେ ଭିଜୁଛନ୍ତି ଭକ୍ତ । ଧାଡି ପହଣ୍ଡିରେ ରଥରେ ବିଜେ କରୁଛନ୍ତି ବଡ଼ଠାକୁର
ଶୂନ୍ୟ ପହଣ୍ଡିରେ ଆସି ଦେବଦଳନ ରଥରେ ବିଜେ କଲେ ଚକ୍ରରାଜ ପ୍ରଭୁ ସୁଦର୍ଶନ ।