ଶରଧାବାଲିରେ ଅଘଟଣା : ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ-ଜିଲ୍ଲାପାଳ ଏସପି ବଦଳିଲେ, ଅଧିକାରୀ ନିଲମ୍ବିତ

ପୁରୀ ଶରଧାବାଲିରେ ଠେଲାପେଲାରେ ୩ ଜଣ ଭକ୍ତଙ୍କର ମୃତ୍ୟୁ ଘଟଣାରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ବଦଳି କରିଦିଆଯାଇଛି। ସେମାନଙ୍କ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଓ ପିନାକ ମିଶ୍ରଙ୍କୁ ଯଥାକ୍ରମେ ଜିଲ୍ଲାପାଳ ଏବଂ ଏସ୍‌ପି ଭାବେ ନିଯୁକ୍ତି କରାଯାଇଛି। ସେହିପରି ଡିସିପି ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି। ଏହା ସହିତ ଘଟଣାର ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ।

ପୁରୀରେ ଏହି ବଡ଼ ଅଘଟଣ ଘଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭଭନରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ଏଥିରେ ଦୁଇ ଉପମୁଖ୍ୟମନ୍ତ୍ରୀ ସହିତ ଆଇନ ମନ୍ତ୍ରୀ ଉପସ୍ଥିତ ରହିଥିଲେ। ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ପ୍ରକାରେ ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି କରିବା ସହିତ ଅନ୍ୟ ଦୁଇ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶେଖର ସ୍ୱାଇଁ ଏବଂ ଏସପି ବିନୀତ ଅଗ୍ରୱାଲ୍ ଙ୍କୁ ବଦଳି କରାଗଲା । ତାଙ୍କ ଜାଗାରେ ଚଞ୍ଚଳ ରାଣାଙ୍କୁ ପୁରୀର ନୂଆ ଜିଲ୍ଲାପାଳ ଏବଂ ପିନାକ ମିଶ୍ରଙ୍କୁ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ସେହିଭଳି ଦାୟିତ୍ୱରେ ଅବହେଳା ପାଇଁ ଡିସିପି ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ସେମାନଙ୍କୁ ନିଲମ୍ବିତ କରାଯାଇଛି । ଉନ୍ନୟନ କମିଶନରଙ୍କ ଅଧୀନରେ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଉପରେ ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି । ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ନ ଥିଲେ ମଧ୍ୟ ରଥଯାତ୍ରା ପରିଚାଳନା ଦାୟିତ୍ୱ ଅରବିନ୍ଦ ଅଗ୍ରୱାଲଙ୍କ ଉପରେ ନ୍ୟସ୍ତ କରାଯାଇଛି ।

ରଥଯାତ୍ରା ଭିଡ଼ ନିୟନ୍ତ୍ରଣରେ ପୁଲିସର ସମ୍ପୂର୍ଣ୍ଣ ବିଫଳତା ସତ୍ତ୍ୱେ ଡିଜି ୱାଇ.ବି ଖୁରାନିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ତେବେ ପୁଲିସ ଆଧୁନିକୀକରଣ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୁରୀ ରଥଯାତ୍ରା ଶେଷ ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳା ଦାୟିତ୍ୱ ଦିଆଯାଇଛି ।