• Home
  • ରାଜ୍ୟ
  • କୋରାପୁଟ ‘ହାଲ’ରେ କେନ୍ଦ୍ରମନ୍ତ୍ରୀ ; ଏରୋସ୍ପେସ ଏବଂ ପ୍ରତିରକ୍ଷାରେ ଡିପ୍ଲୋମା ପାଠ୍ୟକ୍ରମ ଉପଲବ୍ଧ ହେଉ
Image

କୋରାପୁଟ ‘ହାଲ’ରେ କେନ୍ଦ୍ରମନ୍ତ୍ରୀ ; ଏରୋସ୍ପେସ ଏବଂ ପ୍ରତିରକ୍ଷାରେ ଡିପ୍ଲୋମା ପାଠ୍ୟକ୍ରମ ଉପଲବ୍ଧ ହେଉ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କୋରାପୁଟ ଗସ୍ତରେ ସୁନାବେଡ଼ା ସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ୍) ପରିଦର୍ଶନ କରିବା ସହ ଆୟୋଜିତ ଏକ ବୈଠକରେ ଯୋଗଦେଇ ହାଲର ପ୍ରତିନିଧି ଦଳକୁ ବିଭିନ୍ନ ପ୍ରସ୍ତାବମାନ ଦେଇଛନ୍ତି ।

ଏମଆଇଜି ଓ ସୁଖୋଇ ସିରିଜ୍ ବିମାନ ପାଇଁ ଇଞ୍ଜିନ ଓ ଯନ୍ତ୍ରାଂଶ ନିର୍ମାଣ କରୁଥିବା ହାଲ୍ ବିଶ୍ୱରେ ସ୍ୱତନ୍ତ୍ର ଗୌରବ ଅର୍ଜନ କରିଛି । ଏଭିଓନିକ୍ସ, ଏରୋସ୍ପେସ୍, ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ଏହାର ବର୍ଦ୍ଧିତ କ୍ଷମତାକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଅନୁଷ୍ଠିତ ଏକ ବୈଠକରେ ଶ୍ରୀ ପ୍ରଧାନ କୋରାପୁଟରେ ଥିବା ସୁବିଧା ଅନୁସାରେ ହାଲ୍ ଆଧାରିତ ଏକ ସୁଦୃଢ଼ ଏମଏସଏମଇ କ୍ଲଷ୍ଟର ବିକଶିତ କରିବା ପାଇଁ ନେତୃତ୍ୱକାରୀ ଟିମକୁ ପରାମର୍ଶ ଦେଇଛନ୍ତି । ଏହା ସ୍ଥାନୀୟ ଲୋକମାନଙ୍କ ପାଇଁ ବୃହତ ନିଯୁକ୍ତି ଏବଂ ଉଦ୍ୟମିତା ସୁଯୋଗ ସୃଷ୍ଟି କରିବ । ଏହା ଦ୍ୱାରା ସ୍ଥାନୀୟ ବ୍ୟବସାୟ ମଧ୍ୟ ବୃଦ୍ଧି କରାଇବାରେ ସହାୟକ ହେବ ।

ସେ କହିଥିଲେ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ାର ସ୍କୁଲଗୁଡ଼ିକରେ ହାଲ୍ ଷ୍ଟେମ ଲ୍ୟାବ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ଶିକ୍ଷା ପରୀକ୍ଷାଗାର) ବିକାଶ କରିବା ଉପରେ କାମ କରିବା ଉଚିତ୍ । ହାଲ୍ ଆଇଆଇଟି ମାଡ୍ରାସ ସହ ମିଶି ଏରୋସ୍ପେସ୍, ପ୍ରତିରକ୍ଷା ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଡିପ୍ଲୋମା/ୟୁଜି ପାଠ୍ୟକ୍ରମ ପ୍ରଦାନ କରିବା ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା, କୋରାପୁଟ ସହିତ ମଧ୍ୟ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । ସେ କହିଥିଲେ, ଏହି ପଦକ୍ଷେପଗୁଡ଼ିକ ସ୍କୁଲ ସ୍ତରରେ ଇନୋଭେସନକୁ ପ୍ରୋତ୍ସାହିତ କରିବ ଏବଂ ଏରୋସ୍ପେସ୍ ଇଞ୍ଜିନିୟରିଂରେ ଉନ୍ନତ ଜ୍ଞାନ ସହିତ ପ୍ରତିଭାବାନ ମାନବ ସମ୍ବଳ ତିଆରି କରିବାରେ ସହାୟକ ହେବ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ସାମାଜିକ-ଆର୍ଥିକ ବିକାଶକୁ ଆଗେଇ ନେବା, ମହାକାଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବାରେ କୋରାପୁଟ ଡିଭିଜନର ହାଲ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ମଧ୍ୟ ଅତ୍ୟନ୍ତ ଆନନ୍ଦର ବିଷୟ ଯେ ହାଲ୍ ସାମାଜିକ ଦାୟିତ୍ୱ ପଦକ୍ଷେପ(ସିଏସଆର) ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ କ୍ରୀଡା, ଦକ୍ଷତା ବିକାଶ, ଶିକ୍ଷା ଓ  ସବୁଜ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରୁଅଛି । ଏହି ପରିଦର୍ଶନ କାଳରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୋକାଲ୍ ଫର୍ ଲୋକାଲ ଆହ୍ୱାନ କ୍ରମେ କୋରାପୁଟ କଫି, କୋଟପାଡ ହସ୍ତତନ୍ତ ଏବଂ ଜିଲ୍ଲାର ଆଦିବାସୀ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀ ପ୍ରଧାନ ହାଲର ପ୍ରତିନିଧିଟିମକୁ ପରାମର୍ଶ ଦେଇଥିଲେ ।

Releated Posts

ଦିଲ୍ଲୀରେ ମନମୋହନ,ମନ୍ତ୍ରୀମଣ୍ଡଳ ଚୂଡ଼ାନ୍ତ ହେବା ଚର୍ଚ୍ଚା

ସୋମବାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଘଣ୍ଟା ଧରି ଆଲୋଚନା ପାୱାର କରିଡରରେ ବଡ ହଲଚଲ ହେଉଥିବାର ଶଙ୍କେତ ଦେଇଥିବା ବେଳେ ବିଜେପି…

ByByutkalamirror.comJul 23, 2025

ଆଇଏଏସ୍‌ସ୍ତରରେ ବଡ଼ଧରଣର ଅଦଳବଦଳ: ଚଞ୍ଚଲ ରାଣା ବିଏମ୍‌ସି କମିସନର

ଆଇଏଏସ୍‌ ଅଫିସର୍ ସ୍ତରରେ ଆଜି ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶିଳ୍ପ…

ByByutkalamirror.comJul 22, 2025

ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଲେ ; ଏଫଏମ-ବଳଙ୍ଗା ପ୍ରସଙ୍ଗ ଏବଂ ଶକ୍ତିଶ୍ରୀ ଯୋଜନା ନେଇ ଆଲୋଚନା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଓଡିଶାର ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟିଛନ୍ତି । ତେବେ ଏହି ସାକ୍ଷାତକାରକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ…

ByByutkalamirror.comJul 21, 2025

ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଦିଲ୍ଲୀ ଏମ୍ସରେ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ପୁରୀଜିଲ୍ଲା ବଳଙ୍ଗା ଅଞ୍ଚଳର ନାବାଳିକା ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଦିଲ୍ଲୀ ଏମ୍ସରେ ଭେଟିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ସାମାଜିକ…

ByByutkalamirror.comJul 21, 2025