• Home
  • ରାଜ୍ୟ
  • ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା : ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତଦନ୍ତ କରିବ
Image

ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା : ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତଦନ୍ତ କରିବ

ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ବାରା ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଛି। ୟୁଜିସି ପକ୍ଷରୁ ଏନେଇ ମଙ୍ଗଳବାର ନିର୍ଦ୍ଦେଶନାମା ଜାରି ହୋଇଛି। ପ୍ରଫେସର ରାଜ୍ ମିତ୍ତଲ ଏହି କମିଟିର ଅଧ୍ୟକ୍ଷତାରେ କରିବେ। ଏହି କମିଟିରେ ଅନ୍ୟ ୩ ଜଣଙ୍କୁ ସାମିଲ କରାଯାଇଛି। ୟୁଜିସିର ପୂର୍ବତନ ସଦସ୍ୟ ପ୍ରଫେସର ସୁଷମା ଯାଦବ, ଅହମଦାବାଦସ୍ଥିତ ଗୁଜରାଟ ବିଶ୍ବବିଦ୍ୟାଳୟର କୁଳପତି ଡ. ନୀର୍ଜା ଗୁପ୍ତା ସଦସ୍ୟ ରହିଥିବା ବେଳେ ୟୁଜିସିର ଯୁଗ୍ମ ସଚିବ ଡ. ଅସୀମା ମଙ୍ଗଳା ସଂଯୋଜକ ଅଧିକାରୀ ଅଛନ୍ତି। ଏହି କମିଟିର ସଦସ୍ୟମାନେ ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିବ ଏବଂ ଏହାକୁ ୭ଦିନ ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହି ଘଟଣାରେ ଜଣେ ଅଧ୍ୟାପକଙ୍କ ଦ୍ୱାରା ହେଉଥିବା ହଇରାଣ ଯୋଗୁଁ ଛାତ୍ରୀ ଜଣଙ୍କ ଆତ୍ମଦାହ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାର ତଦନ୍ତ କରିବା ଏବଂ ଭବିଷ୍ୟତରେ ଏଭଳି ଘଟଣା ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ସୁପାରିଶ କରିବା ପାଇଁ ୟୁଜିସି ଏହି କମିଟି ଗଠନ କରିଛି।ୟୁଜିସି ସଚିବ ସୁଦୀପ ସିଂହ ଜୈନ ଏହି ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, ଘଟଣାର ପରିସ୍ଥିତି ଅନୁଧ୍ୟାନ, ଘଟଣାର ପରିପ୍ରେକ୍ଷୀରେ ଅନୁଷ୍ଠାନର ନୀତି, ଅଭିଯୋଗ ନିରାକରଣ ପ୍ରଣାଳୀ, ଅଭିଯୋଗ ପରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବ୍ୟବସ୍ଥାର ଉପଲବ୍ଧତା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିବେ । ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ ପକ୍ଷରୁ ଜାରି (ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ଯୌନ ଶୋଷଣ ନିବାରଣ, ନିଷେଧ ଏବଂ ନିରାକରଣ) ନିୟମାବଳୀ ଏବଂ ୟୁଜିସି ଦ୍ୱାରା ସମୟ ସମୟରେ ଜାରି ହୋଇଥିବା ଅନ୍ୟାନ୍ୟ ମାର୍ଗଦର୍ଶୀକା ଅନୁପାଳନ ସ୍ଥିତି ମଧ୍ୟ ଏହି କମିଟି ଯାଞ୍ଚ କରିବା। ବିଶେଷ ଭାବେ ନିୟମାବଳୀର ଧାରା ୩ ଅନୁଯାୟୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ଦାୟିତ୍ୱ ପାଳନ ସମ୍ପର୍କରେ ଅନୁସନ୍ଧାନ କରାଯିବ । ଅନୁଷ୍ଠାନ ଦ୍ୱାରା ମହିଳା ଛାତ୍ରୀଙ୍କ ସୁରକ୍ଷା ଓ କଲ୍ୟାଣ ନୀତି ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକର ପ୍ରକୃତ କାର୍ଯ୍ୟକାରିତା ଯାଞ୍ଚ କରାଯିବ । ସଂପୃକ୍ତ ପକ୍ଷଙ୍କ ସହ ଆଲୋଚନା, ଛାତ୍ରଛାତ୍ରୀ, ଅଧ୍ୟାପକ, ପ୍ରଶାସନିକ କର୍ମଚାରୀ ଏବଂ ସମର୍ଥନ କର୍ମଚାରୀଙ୍କ ସହ ଆଲୋଚନା କରି ଅନୁଷ୍ଠାନର ସାଂସ୍କୃତିକ ପରିବେଶ, ଛାତ୍ରଛାତ୍ରୀଙ୍କ ଅଭିଜ୍ଞତା ଏବଂ ସେମାନେ ସାମ୍ନା କରୁଥିବା ଚ୍ୟାଲେଞ୍ଜଗୁଡ଼ିକୁ ମୂଲ୍ୟାଙ୍କନ କରାଯିବ। ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ପାଇଁ ଏହି କମିଟି ସୁପାରିଶ କରିବ। ୟୁଜିସିର ନିର୍ଦ୍ଦେଶ କ୍ରମେ ଏହାସହ ଜଡ଼ିତ ଅନ୍ୟ ଯେ କୌଣସି ବିଷୟ ଉପରେ ଅନୁସନ୍ଧାନ କରାଯାଇ ପାରିବ।ଏହି ନିର୍ଦ୍ଦେଶ ଜାରି ହେବାର ସାତ ଦିନ ମଧ୍ୟରେ ତାଙ୍କର ତଦନ୍ତ ରିପୋର୍ଟ ଏବଂ ସୁପାରିଶ ସହିତ ୟୁଜିସି ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରିପୋର୍ଟରେ ଘଟଣାର ତଥ୍ୟଗତ ବିବରଣୀ ଏବଂ ଭବିଷ୍ୟତ ପ୍ରତିରୋଧ ପାଇଁ ପଦକ୍ଷେପ ସମ୍ପର୍କରେ ସବିଶେଷ ତଥ୍ୟ ରହିବ। ୟୁଜିସି ସଚିବ ସୁଦୀପ ସିଂହ ଜୈନ ଏହି ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, ଏହି ଘଟଣା ଅତ୍ୟନ୍ତ ଦୁଃଖଦ ଏବଂ ଗମ୍ଭୀର। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷା ଏବଂ ସୁସ୍ଥ ଶିକ୍ଷା ପରିବେଶ ନିଶ୍ଚିତ କରିବା ପାଇଁ ୟୁଜିସି ପ୍ରତିବଦ୍ଧ।

Releated Posts

କଂଗ୍ରେସର ଓଡିଶା ବନ୍ଦ ସଫଳ : ଯାତାୟାତ ଠପ୍

ଅସହାୟ ହୋଇ ଶେଷରେ ନିଜ ଜୀବନ ନେଇଥିବାଇ ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି କଂଗ୍ରେସ ସମେତ ୭…

ByByutkalamirror.comJul 18, 2025

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରାଜ୍ୟର ସ୍ଥିତି ନେଇ ମାନସ ମନ୍ଥନ

ସୌମ୍ୟାଶ୍ରୀ ବିଶି ଆତ୍ମଦାହ ଘଟଣା ବିଜେପି ସରକାରଙ୍କ ଅଡୁଆ ବଢ଼ାଇ ଦେଇଛି। ବିରୋଧୀ ଦଳଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ମାନଙ୍କ ଆନ୍ଦୋଳନ…

ByByutkalamirror.comJul 17, 2025

୧୩ ପ୍ରସ୍ତାବକୁ ମଞ୍ଜୁରୀ : ସମୃଦ୍ଧ ସହର ନୂଆ ଯୋଜନା

ରାଜ୍ୟର ସମସ୍ତ ସହରାଞ୍ଚଳଗୁଡ଼ିକୁ ବିକାଶର ଶୀର୍ଷରେ ପହଞ୍ଚାଇବା ସରକାର ଲକ୍ଷ୍ୟ ରଖିଛନ୍ତି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଯେପରି ସମ୍ଭବ ହୋଇପାରିବ ତାକୁ…

ByByutkalamirror.comJul 17, 2025

ଛାତ୍ରୀଙ୍କ ମୃତ୍ୟୁ ଦଫା ପରିବର୍ତ୍ତନ : ଆତ୍ମହତ୍ୟା ପାଇଁ ଉସୁକାଇବା ଦଫା ଲାଗିଲା

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପର୍ଣ୍ଣ ବୈଠକ ବସିଥିଲା। ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ…

ByByutkalamirror.comJul 16, 2025