୩ ଆଇଏଏସ ଅଫିସରଙ୍କୁ ଅତିରିକ୍ତ ଦାୟିତ୍ୱ

ରାଜ୍ୟ ସରକାର ସୋମବାର ଆଇଏଏସ ଅଫିସର ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ୩ ଜଣ ଆଇଏଏସ ଅଫିସରଙ୍କୁ ବିଭିନ୍ନ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ, ଆଇଏଏସ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ରାଜ୍ୟ କୃଷି ବିପଣନ, ନିର୍ଦ୍ଦେଶକ ଏବଂ ଓଏସଏଏମ ବୋର୍ଡର ସଦସ୍ୟ ସଚିବ(ଏକ୍ସ-ଅଫିସିଓ)ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଆଇଏଏସ ମୋନିକା ପ୍ରିୟଦର୍ଶିନୀଙ୍କୁ ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଆଇଏଏସ ସଞ୍ଜୟ କୁମାର ବିଶ୍ୱାଳଙ୍କୁ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।